ବିଦ୍ୟୁତ୍ କାଟ ସମୟରେ ଆପଣଙ୍କ ଟିଭି ଓ ଫ୍ୟାନ୍ ଚଲାଇବ ଏହି ମେସିନ
Advertisement
Article Detail0/zeeodisha/odisha1841526

ବିଦ୍ୟୁତ୍ କାଟ ସମୟରେ ଆପଣଙ୍କ ଟିଭି ଓ ଫ୍ୟାନ୍ ଚଲାଇବ ଏହି ମେସିନ

Solar Power Generator: କିଛି ସମୟରେ ବିଦ୍ୟୁତକାଟ ଲୋକଙ୍କର ଚିନ୍ତା ବଢାଇ ଦେଇଥାଏ । ତେଣୁ ଯଦି ଏହି ସମସ୍ୟାର ସମାଧାନ ଖୋଜୁଛନ୍ତି ତେବେ ଏହା ଏକ ଭଲ ଉପାୟ ।

ବିଦ୍ୟୁତ୍ କାଟ ସମୟରେ ଆପଣଙ୍କ ଟିଭି ଓ ଫ୍ୟାନ୍ ଚଲାଇବ ଏହି ମେସିନ

Solar Power Generator: ଅଧିକାଂଶ ଗ୍ରାମଞ୍ଚଳ ଓ କିଛି ସହରାଞ୍ଚଳରେ ଉଭୟ ଖରା ଦିନେ ଓ ବର୍ଷା ଋତୁରେ ବିଦ୍ୟୁତ କାଟ ସମସ୍ୟା (Powercut problem) ଦେଖିବାକୁ ମିଳିଥାଏ । ଅନେକ ସମୟରେ କାଳବୈଶାଖୀ କାରଣରୁ ବିଦ୍ୟୁତ ତାର ଛିଡିବା କାରଣରୁ ବିଦ୍ୟୁତ ସଂଯୋଗ ବିଳମ୍ୱ ହୋଇଥାଏ । ଦୀର୍ଘ ସମୟ ଧରି ବିଦ୍ୟୁତ ସରବରାହ ବନ୍ଦ ହେଉଥିବା କାରଣରୁ ଲୋକମାନେ ମଧ୍ୟ ବ୍ୟସ୍ତ ହୋଇପଡନ୍ତି । ଘରର ସମସ୍ତ ଇଲେକ୍ଟୋନିକ୍ସ ଉପକରଣ (Electronics equipment) ଗୁଡିକ ବନ୍ଦ ହୋଇଯାଏ । ଟିଭି, ଫ୍ରିଜ୍ ଚଲାଇବା ସମ୍ଭବ ହୋଇପାରେନି । ବିଶେଷ କରି ମୋବାଇଲ ଫୋନ (mobile phone) ଚାର୍ଜ କରିବା ମଧ୍ୟ ଅସମ୍ଭବ ହୋଇପଡେ । ଏପରି ପରିସ୍ଥିତିରେ ଆମେ ଆପଣଙ୍କୁ ଏକ ସହଜ ଉପକରଣ ବିଷୟରେ ଜଣାଇବୁ ଯାହାଦ୍ୱାରା ଆପଣ ବିଦ୍ୟୁତ କାଟ ସମୟରେ ମଧ୍ୟ ଉପକୃତ ହୋଇପାରିବେ ।

ଆମେ ଯେଉଁ ଜିନିଷ ବିଷୟରେ କହୁଛୁ ତାହା ହେଉଛି ପୋର୍ଟେବଲ୍ ସୋଲାର ପାୱାର ଜେନେରେଟର । ଏହି ଜେନେରେଟରଟି ଦେଖିବାକୁ ଏକ ଛୋଟ ବ୍ୟାଟେରୀ ପରି । ଯାହାକୁ ଆପଣ ସହଜରେ ଯେକୌଣସି ସ୍ଥାନରେ ରଖିପାରିବେ । ଟିଭି, ଲାପଟପ୍, ମୋବାଇଲ ଚାର୍ଜର ସହି ପରି ଛୋଟ ଉପକରଣ ଚଲାଇବା ପାଇଁ ଏହା ବ୍ୟବହାର କରାଯାଇପାରିବ। ଏହି ଉପକରଣର ଆଉ ଏକ ବିଶେଷତ୍ୱ ​​ହେଉଛି ଏହା ଅତ୍ୟନ୍ତ ହାଲୁକା । କିନ୍ତୁ ହାଲୁକା ହୋଇଥିଲେ ମଧ୍ୟ ଏହା ଖୁବ ଶକ୍ତିଶାଳୀ ।

ପୋର୍ଟେବଲ୍ ସୋଲାର ପାୱାର ଜେନେରେଟରରେ କଣ ଅଛି ଖାସ୍ ? 

ପୋର୍ଟେବଲ୍ ସୋଲାର ପାୱାର ଜେନେରେଟର ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଏହାର ବ୍ୟାଟେରୀ କ୍ଷମତା (Battery capacity) ୪୨ହଜାର ଏସଏଏଚ ଏବଂ ୧୫୫ ଡବ୍ଲ୍ୟୁଏଚ । ଏହି ବ୍ୟାଟେରୀ ମାଧ୍ୟମରେ ଆପଣ ଆଇଫୋନ୍ ୮ କୁ ମଧ୍ୟ ପ୍ରାୟ ୮ ଥର ପର୍ଯ୍ୟନ୍ତ ଚାର୍ଜ କରିପାରିବେ । ଏହି ବ୍ୟାଟେରୀ ବ୍ୟବହାର କରି ଆପଣ ୨୫ ଘଣ୍ଟା ପାଇଁ ଏଲଇଡି ବଲ୍ବ (LED bulb) ଜଳାଇ ପାରିବେ । ସେହିପରି ଟେବୁଲ ଫ୍ୟାନ ମଧ୍ୟ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚଲାଇପାରିବେ । ଏହାର ଓଜନ ମାତ୍ର ୧.୮୯ କେଜି ଏବଂ ଡିଜାଇନରେ ଏହା ଦେଖିବାକୁ ଖୁବ ଭଲ । ଏହା ସୌର ପ୍ୟାନେଲ (Solar panel) (୧୪ଭି-୨୨ଭି/- ୩ଏ ମ୍ୟାକ୍ସ) ସହିତ ସୂର୍ଯ୍ୟ କିରଣ ମାଧ୍ୟମରେ ଚାର୍ଜ ହୋଇପାରେ ।

ଆପଣଙ୍କର ଆବଶ୍ୟକତା ଥିଲେ ଏହି ସୌର ଶକ୍ତି ଜେନେରେଟରକୁ ଆପଣ ମାତ୍ର ୧୯ହଜାର ଟଙ୍କାରେ ପାଇପାରିବେ । ଯାହା ବର୍ତ୍ତମାନ ବଜାରରେ ସାଧାରଣ ଲୋକଙ୍କ ପକେଟକୁ ମଧ୍ୟ ସୁହାଇବ । ଏହା ଅତ୍ୟନ୍ତ ହାଲୁକା ହୋଇଥିବାରୁ ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଏହାକୁ ଯେକୌଣସି ସ୍ଥାନକୁ ନେଇପାରିବେ । ଏପରି କି ଛୋଟ ପିଲାମାନେ ମଧ୍ୟ ଏହାକୁ ସହଜରେ ଉଠାଇ ଅନ୍ୟ ସ୍ଥାନକୁ ନେଇପାରିବେ । ଅନେକ ବ୍ୟକ୍ତି ଏହି ସୋଲାର ଜେନରେଟର କିଣିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏହାକୁ ବ୍ୟବହାର କରି ଅନେକ ଲୋକ ଖୁସି ପ୍ରକାଶ କରିଛନ୍ତି । ବିଶେଷ କରି ବିଦ୍ୟୁତ କାଟ ସମୟରେ ଏହା ଖୁବ ଜରୁରୀ ଆବଶ୍ୟକତାକୁ ପୂରଣ କରିପାରୁଛି ବୋଲି ଗ୍ରାହକ ମତବ୍ୟକ୍ତ କରିଛନ୍ତି । ଯଦି ଆପଣ ମଧ୍ୟ ଏହାକୁ କିଣିବାକୁ ଚାହୁଁଛନ୍ତି ତେବେ ନିକଟସ୍ଥ ଇଲେକ୍ଟ୍ରୋନିକ୍ସ ଦୋକାନ ଗୁଡିକରେ ଯୋଗାଯୋଗ କରିପାରିବେ । ଷ୍ଟୋରର ଅଫର ଅନୁଯାୟୀ ମଧ୍ୟ ଆପଣ ଏହାକୁ ସୁବିଧାରେ ପାଇପାରିବେ । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏହା ଉପରେ ଆକର୍ଷଣୀୟ ଅଫର ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Also Read- Ollywood News: ଜାତୀୟ ପୁରସ୍କାର ପାଇଲା ପରେ ଓଡି଼ଆ ଚଳଚ୍ଚିତ୍ର "ପ୍ରତୀକ୍ଷା"କୁ ଶୁଭେଚ୍ଛାର ସୁଅ