Advertisement
Photo Details/zeeodisha/odisha2615534
photoDetails0hindi

RIP: ଶୋକରେ ବୁଡିଲା କଳା ଜଗତ, ଆଉ ନାହାନ୍ତି ଏହି ଅଭିନେତାଙ୍କ ପିତା

ଅଭିନେତା ରାଜପାଲ ଯାଦବଙ୍କ ବାପାଙ୍କର ଦିଲ୍ଲୀରେ ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ, ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। 

1/5

ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ରାଜପାଲ କାର୍ଯ୍ୟରୁ ବିରତି ନେଇ ବାପାଙ୍କ ପାଖକୁ ଫେରିଥିଲେ । ରାଜପାଲ ତାଙ୍କ ବାପାଙ୍କ ନାମରେ ଏକ ଭାବପ୍ରବଣ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

2/5

ସୂଚନା ମୁତାବକ ରାଜପାଲ ଯାଦବ କାମ ପାଇଁ ଥାଇଲ୍ୟାଣ୍ଡ ଯାଇଥିଲେ। ରାଜପାଲଙ୍କ ବାପା ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ହସ୍ପିଟାଲରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

3/5

ପିତାଙ୍କ ଦେହାନ୍ତ ପରେ ଅଭିନେତା କହିଛନ୍ତି, ମୋ ବାପା ଆଉ ଏ ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କ ଆଶୀର୍ବାଦ ଏବଂ ଜୀବନରେ ତାଙ୍କଠାରୁ ମିଳୁଥିବା ପ୍ରେରଣା ସବୁବେଳେ ମୋ ସହିତ ଅଛି।

4/5

ଅଭିନେତା କ୍ୟାପସନରେ ଲେଖିଛନ୍ତି ଯେ, 'ମୋ ଜୀବନରେ ମୋତେ ଉତ୍ସାହିତ କରିଥିବା ସବୁଠାରୁ ବଡ଼ ବ୍ୟକ୍ତି ଥିଲେ ମୋ ବାପା।' 

5/5

ରାଜପାଲ ଯାଦବଙ୍କ ପିତାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପ୍ରଶଂସକମାନେ ମଧ୍ୟ ଦୁଖି ପ୍ରକାଶ କରିଛନ୍ତି । ଅଭିନେତାଙ୍କୁ ଅନେକ ଲୋକ ସମବେଦନା ଜଣାଉଛନ୍ତି ।