Shocking News: ବଢୁଛି ଗୋବର ଚୋରି ଘଟଣା, ପହରା ଦେବାକୁ ବାଧ୍ୟ ହେଲେ ଲୋକେ
Advertisement

Shocking News: ବଢୁଛି ଗୋବର ଚୋରି ଘଟଣା, ପହରା ଦେବାକୁ ବାଧ୍ୟ ହେଲେ ଲୋକେ

Theft Case in Chhattisgarh: ଆପଣ ନିଶ୍ଚିତ ଭାବେ ମୋବାଇଲ୍ ଫୋନ୍, ନଗଦ, ସୁନା-ରୂପା କିମ୍ବା କୌଣସି ଦାମୀ ଜିନିଷ ଚୋରି ହୋଇଥିବାର ଖବର ପଢିଥିବେ। ହେଲେ କେବେ ଗାଈ ଗୋବର ଚୋରି ହେବାର ଜାଣିଛନ୍ତି? 
 

Shocking News: ବଢୁଛି ଗୋବର ଚୋରି ଘଟଣା, ପହରା ଦେବାକୁ ବାଧ୍ୟ ହେଲେ ଲୋକେ

Cow Dung Theft Case: ଛତିଶଗଡ କୋରୱା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଜିଲ୍ଲାର ଧୁରେନା ଗ୍ରାମରୁ ୮୦୦ କିଲୋଗ୍ରାମ ଗାଈ ଗୋବର ଚୋରି ହୋଇଥିବାର ଖବର ମିଳିଛି। ଏଭଳି ଅଜବ ଧରଣର ଚୋରି ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି ଏହି ଘଟଣା ଜୁନ ୮-୯ ତାରିଖର ଘଟିଛି। ଆମକୁ ଖବର ମିଳିଥିଲା ଯେ ରାତି ଅଧରେ ହିପକା ଥାନା ଅଞ୍ଚଳର ଧୁରେନା ଗ୍ରାମରୁ ୮୦୦ କିଲୋଗ୍ରାମ ଗାଈ ଗୋବର ଚୋରି ହୋଇଛି।  ଜୁନ୍ ୧୫ ତାରିଖରେ ଏ ସମ୍ପର୍କରେ ଏକ ଆନୁଷ୍ଠାନିକ ଅଭିଯୋଗ କରାଯାଇଥିଲା। ଏହି ଘଟଣାର ତଦନ୍ତ କରାଯାଉଛି।

ଆପଣ ନିଶ୍ଚିତ ଭାବେ ମୋବାଇଲ୍ ଫୋନ୍, ନଗଦ, ସୁନା-ରୂପା କିମ୍ବା କୌଣସି ଦାମୀ ଜିନିଷ ଚୋରି ହୋଇଥିବାର ଖବର ପଇଥିବେ। କିନ୍ତୁ କେବେ ଭାବିଛନ୍ତି  ଗାଈ ଗୋବର ମଧ୍ୟ ଚୋରି ହୋଇପାରେ। ଏବେ ପ୍ରଶ୍ନ ଉଠୁଛି ଯେ ଗାଈ ଗୋବର ଚୋରି କରିବା ଦ୍ୱାରା କେହି କ’ଣ ଲାଭ ପାଇପାରିବେ? ଚୋରି ହୋଇଥିବା ଗୋବରର ମୂଲ୍ୟ ପାଖାପାଖି ୧୬୦୦ ଟଙ୍କା। ଅର୍ଥାତ ଚୋରି କରୁଥିବା ବ୍ୟକ୍ତି ଏହାକୁ ବିକ୍ରୟ କରି ୧୬୦୦ ଟଙ୍କା ରୋଜଗାର କରିପାରିବେ।

କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା ଖତ ଉତ୍ପାଦନ ପାଇଁ ଛତିଶଗଡ଼ ସରକାର ରାଜ୍ୟର ଗୋଦାନ୍ ନ୍ୟାୟ ନାମରେ ଏକ ​​ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଯାହା ଅଧୀନରେ  ଗାଈଗୋରୁଙ୍କ ଗୋବର କିଲୋଗ୍ରାମ ପିଛା ୨ ଟଙ୍କା ମୂଲ୍ୟରେ କିଣାଯାଉଛି। ଗ୍ରାମାଞ୍ଚଳର କୃଷକ, ପଶୁପାଳକ ଛତିଶଗଡ ସରକାରଙ୍କ ଉଚ୍ଚାଭିଳାଷୀ ଏହି ଯୋଜନାରୁ ଲାଭବାନ ହେଉଛନ୍ତି। ଏହି ଯୋଜନା ଆରମ୍ଭ ହେବା ପରେ ସରକାର ସର୍ବଦା ଦାବି କରିଆସୁଛନ୍ତି ଯେ କୃଷକ ଏହି ଯୋଜନାରୁ ସର୍ବାଧିକ ଲାଭ ପାଇଛନ୍ତି। ଯଦିଓ ସରକାରଙ୍କ ଏହି ଦାବି ମଧ୍ୟରେ ଏପରି କିଛି ଘଟଣା ଘଟିଛ। ଯାହା ଏହି ଯୋଜନାର ସଫଳତାକୁ ଦର୍ଶାଉଛି। ହେଲେ ଏହାକୁ ନେଇ ଏକ ପ୍ରଶ୍ନ ମଧ୍ୟ ଉଠିଛି। କ'ଣ ଲୋକଙ୍କ ଆର୍ଥିକ ଅବସ୍ଥା ଏତେ ଖରାପ?

ଛତିଶଗଡରେ ଗୋବର ଚୋରି ଘଟଣ ୨୦୨୦ ଅଗଷ୍ଟରେ ରାଜ୍ୟର କୋରିଆ ଜିଲ୍ଲାରେ ଦେଖିବାକୁ ମିଳିଥିଲା। ମନେନ୍ଦ୍ରଗଡ଼ ବ୍ଲକ ଅନ୍ତର୍ଗତ ରୋଝୀ ପଞ୍ଚାୟତରେ ପାଖାପାଖି ୧୦୦ କିଲୋଗ୍ରାମ ଗୋବର ଏକ ଅଜ୍ଞାତ ଚୋର ଦ୍ୱାରା ଅଦୃଶ୍ୟ ହୋଇଯାଇଥିଲା। ଏହି ଘଟଣା ବାବଦରେ ଲୋକେ ଗୋଠାନ କମିଟି ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ପରେ ଚୋରକୁ ଧରିବା ପାଇଁ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଥିଲା। ଯେଉଁ ଗ୍ରାମବାସୀଙ୍କ ଘରୁ ଗୋବର ଚୋରି ହୋଇଥିଲା ସେ ପରେ ନିଜର ବୟାନ ବଦଲାଇ ଦେଇଥିଲେ। ଏନେଇ ସେ କହିଥିଲେ ଯେ କେହି ଜଣେ ନ କହି  ଘର ଲିପିବାକୁ ଗୋବର ନେଇଯାଇଛି। ହେଲେ ପରେ ଆଲୋଚନା ଆରମ୍ଭ ହୋଇଥିଲା ଯେ ଚୋରି ଏକ ଅପରାଧିକ ଘଟଣା। ହେଲେ ସରକାରଙ୍କ ଯୋଜନା ହେତୁ ଚୋରି ଭଳି ଘଟଣା ଘଟୁଛି। 

ଏହା ପରେ ଜିଲ୍ଲାର ଦୀପକାା ଥାନା ଅଞ୍ଚଳରେ ଗୋବର ଚୋରି ହେବାର ଆଉ ଏକ ଘଟଣା ସାମ୍ନାକୁ ଆସିଥିଲା। ଗତ ବର୍ଷ ଜୁନରେ ଧୁରେନା ଗ୍ରାମରୁ ୮୦୦ କିଲୋଗ୍ରାମ ଗୋବର ଚୋରି ହୋଇଥିଲା। ଚୋରି ହୋଇଥିବା ଗୋବର ମୂଲ୍ୟ ପ୍ରାୟ ୧୬୦୦ ଟଙ୍କା ଥିଲା। ଚୋରି ଘଟଣା ବାବଦରେ ଥାନାରେ ଖବର ଦିଆଯାଇଥିଲା। ଏହା ପରେ ପୋଲିସ ଅଜ୍ଞାତ ଚୋରି ବିରୋଧରେ ମାମଲା ରୁଜୁ କରିଛି। କୋରବା ପୂର୍ବରୁ ରାଜ୍ୟର ସୁରଗୁଜା ଏବଂ ଦୁର୍ଗ ଜିଲ୍ଲାରେ ଗୋବର ଚୋରି ମାମଲା ମଧ୍ୟ ସାମ୍ନାକୁ ଆସିସାରିଛି। ହେଲେ ସେଠାକାର ପୋଲିସ ଏହି ଘଟଣାରେ କୌଣସି ମାମଲା ରୁଜୁ କରିନଥିଲା।

Also Read: ଗାଁରୁ ୮୦୦ କିଲୋ ଗୋବର ଚୋରି, ମାମଲା ରୁଜୁ କଲା ପୋଲିସ

ସୁରଗୁଜା ଜିଲ୍ଲାରେ ଛତିଶଗଡ଼ ସରକାରଙ୍କ ଲକ୍ଷ୍ୟ ଅନୁଯାୟୀ ଗୋଦାନ୍ ନ୍ୟାୟ ଯୋଜନା କାର୍ଯ୍ୟକାରୀ କରାଯାଉ ନାହିଁ। ଏଠାରେ ନା ଗାଈ ଗୋବର କିଣାଯାଉଛି ନା ପଶୁଙ୍କୁ ରଖାଯାଉଛି। ଗ୍ରାମବାସୀ କୌଣସି ଉପାୟରେ ଏହି ଯୋଜନାରୁ କୌଣସି ଲାଭ ପାଉନାହାଁନ୍ତି। କେତେକ କୃଷକ କହିଛନ୍ତି ଯେ ଯଦି ଏହି ଯୋଜନା ସଠିକ୍ ଭାବରେ କାର୍ଯ୍ୟକାରୀ ହୁଏ, ତାହେଲେ ଲୋକଙ୍କୁ ନିଶ୍ଚିତ ଭାବରେ ଏଥିରୁ ଉପକୃତ ହେବେ। ହେଲେ ଜିଲ୍ଲା ପ୍ରଶାସନ ଏହା ପ୍ରତି ଧ୍ୟାନ ଦେଉନାହିଁ। 

ରାଜ୍ୟର ମେନପାଟ ବ୍ଲକ ଅନ୍ତର୍ଗତ ପାରପାଟିଆ ଗ୍ରାମରେ ସରକାରଙ୍କ ଉଚ୍ଚାଭିଳାଷୀ ଗୋଦାନ ନ୍ୟାୟ ଯୋଜନା ଅଧୀନରେ ଗୋଶାଳା ନିର୍ମାଣ କରାଯାଇଛି। ହେଲେ ଏହା କାର୍ଯ୍ୟକ୍ଷମ ହେଉନାହିଁ। ଯେଉଁଥିପାଇଁ ଗ୍ରାମବାସୀ ଗୋାଦାନ ନ୍ୟାୟ ଯୋଜନାରୁ କୌଣସି ଲାଭ ପାଇପାରୁ ନାହାଁନ୍ତି।

ଗୋଦାନ ନ୍ୟାୟ ଯୋଜନା ଛତିଶଗଡ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ସରକାରୀ ଯୋଜନା। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଏହା ମାଧ୍ୟମରେ ରାଜ୍ୟର ପଶୁପାଳକ ସରକାରଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇପାରିବେ। ଏହି ଯୋଜନା  ୨୦୨୦ ଜୁଲାଇରୁ ରାଜ୍ୟରେ ଆରମ୍ଭ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ସରକାର ଗୋ ପାଳକଙ୍କ ଠାରୁ ଗୋବର କିଣୁଛନ୍ତି। ଏହାର ପ୍ରତିବଦଳରେ ସେମାନଙ୍କୁ ଉଚିତ ମୂଲ୍ୟ ଦିଆଯାଇଛି।

ସରକାର ଚାଷୀଙ୍କ ଠାରୁ ଗୋବର କିଣି ଏହାକୁ ବର୍ମି କମ୍ପୋଷ୍ଟ ଖତରେ ପରିଣତ କରୁଛନ୍ତି। ପରେ ଏହାକୁ ଜୈବିକ ଖତ ଭାବରେ ବ୍ୟବହାର କରାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସରକାର ଗତ ବର୍ଷ ପଶୁପାଳରଙ୍କ ଠାରୁ ୧୦୦ କୋଟି ଟଙ୍କା ମୂଲ୍ୟର ଗୋବର କିଣିଥିଲେ। ପରେ ଏହାକୁ ଖତରେ ପରିଣତ କରାଯାଇଥିଲା। ଏହି ଖତ କିଲୋଗ୍ରାମ ପିଛା ୧୦ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ରାଜ୍ୟର କୃଷକ, ପଶୁପାଳକ ଏବଂ ଗୋପାଳକ ଲାଭ ପ୍ରଦାନ କରିବା। ଗୋପାଳକ ସେତେବେଳେ ଗାଈ ର ଯତ୍ନ ନିଅନ୍ତି। ଯେତେବେଳେ ଗାଈ କ୍ଷୀର ଦିଏ କିମ୍ବା କ୍ଷୀର ଦେବା ବନ୍ଦ କରିଦିଏ। ଏହା ପରେ ସେମାନେ ଗାଈଗୋରୁଙ୍କ ଯତ୍ନ ନେବା ବଦଳରେ ସେମାନଙ୍କୁ ରାସ୍ତାରେ ଛାଡିଦିଅନ୍ତି। ଏହାକୁ ନଜରରେ ରଖି ଛତିଶଗଡ ସରକାର ରାଜ୍ୟରେ ଗୋଦାନ ନ୍ୟାୟ ଯୋଜନା ଆରମ୍ଭ କରିଥିଲେ। ଯାହା ମାଧ୍ୟମରେ ଉଭୟ ପଶୁପାଳକ ଏବଂ କୃଷକଙ୍କୁ ଲାଭ ମିଳିପାରିବ। ଏହା ଦ୍ୱାରା ହିତାଧିକାରୀଙ୍କ ଆୟ ବଢିବା ସହ ପଶୁଙ୍କର ମଧ୍ୟ ଭଲ ଯତ୍ନ ନିଆଯାଇ ପାରିବ।