Matrimonial Ads: ଜୀବନସାଥୀ ପାଇଁ ଯୁବତୀଙ୍କ ବିଜ୍ଞାପନ, ଡିମାଣ୍ଡ ଶୁଣିଲେ ହସି ହସି ଗଡ଼ିବେ ଆପଣ
Advertisement

Matrimonial Ads: ଜୀବନସାଥୀ ପାଇଁ ଯୁବତୀଙ୍କ ବିଜ୍ଞାପନ, ଡିମାଣ୍ଡ ଶୁଣିଲେ ହସି ହସି ଗଡ଼ିବେ ଆପଣ

Matrimonial Ads: ବର୍ତ୍ତମାନ ସାରା ଦୁନିଆକୁ ଘାଇଲା କରିଛି ରିଲ୍ସ ଭିଡିଓ। ଯିଏ ଯେଉଁଠି ପାଇଲା ସେଠି ରିଲ୍ସ ବନାଇ ନିଜ ସୋସିଆଲ ମିଡ଼ିଆରେ ଅପଲୋଡ଼ କରୁଥିବା ଦେଖିବାକୁ ମିଳୁଛି । ତେବେ ଏହା ଭିତରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ ।

ସୌ(ସୋସିଆଲ ମିଡିଆ)

Matrimonial Ads: ବର୍ତ୍ତମାନର ଡ଼ିଜିଆଲ ଯୁଗରେ ସବୁକିଛି କାମ ଅନଲାଇନ ମାଧ୍ୟମରେ ସମ୍ଭବ ହୋଇପାରୁଛି । ଏହାଦ୍ବାରା କାହିଁ କେତେ ଦୂରରେ ଥିବା ପରିବାର ଲୋକେ, ସାଙ୍ଗ ସାଥୀଙ୍କ ସହ ଚୁଟକିରେ କଥାବର୍ତ୍ତା ସମ୍ଭବ ହୋଇପାରୁଛି । ବର୍ତ୍ତମାନ ସାରା ଦୁନିଆକୁ ଘାଇଲା କରିଛି ରିଲ୍ସ ଭିଡିଓ। ଯିଏ ଯେଉଁଠି ପାଇଲା ସେଠି ରିଲ୍ସ ବନାଇ ନିଜ ସୋସିଆଲ ମିଡ଼ିଆରେ ଅପଲୋଡ଼ କରୁଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ଫଲୋୟର୍ସ ବଢାଇବା ନେଇ ଲୋକେ ଭିନ୍ନ ଭିନ୍ନ କଣ୍ଟେଣ୍ଟରେ ଭିଡିଓ ତିଆରି କରୁଥିବା ଦେଖିବାକୁ ମିଳିଥାଏ । ତେବେ ଏହା ଭିତରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ ।

ବିହାଘର ପାଇଁ ଏପରି ବିଜ୍ଞାପନ ଦେଲେ ଯୁବତୀ

ନିଜକୁ ଇନଫ୍ଲୁଏନସର କହୁଥିବା ରିୟା ନାମକ ଜଣେ ଯୁବତୀ ନିକଟରେ ଖବରକାଗଜରେ ବିବାହ ନେଇ ଏକ ବିଜ୍ଞାପନ ଦେଇଥିଲେ । ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ଆଧୁନିକ ଯୁଗରେ ଜୀବନସାଥୀ ପାଇଁ ବାଛିବା ନେଇ ଲୋକଙ୍କ ତରିକା ମଧ୍ଯ ବଦଳିଛି । ଜୀବନସାଥୀ ନେଇ ରିୟା ଦେଇଥିବା ବିଜ୍ଞାପନ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

 

fallback

ସେହି ଯୁବତୀ ଜଣଙ୍କ ପେପରରେ ଏହି ଆଡ୍ ଦେଇଥିଲେ ଯେ, ମୋ ପାର୍ଟନର ସୋସିଆଲ ମିଡିଆ ଇନଫ୍ଲୁଏନସର ହୋଇଥିବା ଦରକାର  । ମୋ ନାଁ ରିୟା, ମୁଁ ଜଣେ ଉପଯୁକ୍ତ ରିଲ୍ ପାର୍ଟନର ଖୋଜୁଛି। ମୋତେ ଏମିତି ଜୀବନ ସାଥୀ ଦରକାର ଯେଉଁ ପୁଅକୁ କେବେ କ୍ୟାମେରା ଆଗରେ ଡର ଲାଗୁନଥିବ। ଆଉ ମୋ ସହ ସବୁବେଳେ ରିଲେସନସିପ୍ ରିଲ୍ସ ବନାଇବାକୁ ରେଡି଼ ହୋଇ ରହିଥିବ। 'MOI-MOI' ପରି ଟ୍ରେଣ୍ଡିଂ ମ୍ୟୁଜିକ୍ ରେ କଣ୍ଟେଣ୍ଟ ବନାଇ ପାରୁଥିବ। ଜଏଣ୍ଟ ଫ୍ୟାମିଲିରୁ ପୁଅ ହୋଇନଥିବା ଦରକାର। ମୋତେ ବିବାହ କରିବା ପୂର୍ବରୁ ମୋ ପ୍ରଫୋଇଲ ଚେକ୍ କରି ମୋ ବିଷୟରେ ସବୁ ଜାଣିବା ଦରକାର। ଏହାସହ ସେହି ପୁଅକୁ ପ୍ରିମିୟର ପ୍ରୋ ପରି ଆପ୍ ବିଷୟରେ ନଲେଜ୍ ଥିବା ଦରକାର। ତେବେ ଯୁବତୀଙ୍କ ଏହି ଡ଼ିମାଣ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

Also Read-ପ୍ରେମିକ ଭାଙ୍ଗିଲା ହୃଦୟ, ଦୁବାଇରୁ ୨୭୪୬ କିମି ଦୂର ଆସିଲା ପ୍ରେମିକା, ପ୍ରେମିକର ଘର ବାହାରେ ବିତାଇଲା ୪ ଦିନ...