Shiv Jayanti 2023: କେବେ ପାଳିତ ହୁଏ ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ? ଜାଣନ୍ତୁ ଏହାର ଇତିହାସ ଏବଂ ମହତ୍ତ୍ୱ
Advertisement
Article Detail0/zeeodisha/odisha1577118

Shiv Jayanti 2023: କେବେ ପାଳିତ ହୁଏ ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ? ଜାଣନ୍ତୁ ଏହାର ଇତିହାସ ଏବଂ ମହତ୍ତ୍ୱ

Maratha Emperor Chhatrapati Shivaji Maharaj: ପ୍ରତିବର୍ଷ ଫେବୃଆରୀ ୧୯ ତାରିଖରେ ପାଳିତ ହୋଇଥାଏ ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ। ଶିବ ଜୟନ୍ତୀ ପରିଚିତ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମତିଥି ଉତ୍ସବ ବେଶ ଉତ୍ସାହର ସହ ପାଳିତ।  ୧୬୩୦ ମସିହାର ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ମରାଠା ସମ୍ରାଟ ଛତ୍ରପତି ଶିବାଜୀ ମହାରାଜ। 

Shiv Jayanti 2023: କେବେ ପାଳିତ ହୁଏ ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ? ଜାଣନ୍ତୁ ଏହାର ଇତିହାସ ଏବଂ ମହତ୍ତ୍ୱ

Chhatrapati Shivaji Maharaj Jayanti 2023: ଶିବ ଜୟନ୍ତୀ ଭାବରେ ଜଣାଶୁଣା ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ୧୯ ଫେବୃଆରୀରେ ପାଳିତ ହୋଇଥାଏ। ବିଶେଷ କରି ମହାରାଷ୍ଟ୍ରରେ ଶିବ ଜୟନ୍ତୀ ଉତ୍ସବ ବେଶ  ଉତ୍ସାହର ସହିତ ପାଳନ କରାଯାଇଥାଏ। ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ମହାନ ମରାଠା ସମ୍ରାଟ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ବାର୍ଷିକୀ ଭାବେ ପାଳନ କରାଯାଇଥାଏ। ମରାଠା ସାମ୍ରାଜ୍ୟର ପୁନରୁଦ୍ଧାରରେ ଏହି ମହାନ ଯୋଦ୍ଧାଙ୍କ ଭୂମିକାକୁ ସମ୍ମାନ ଦେବା ହେଉଛି ଏହି ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ।

ମହାନ ସମାଜ ସଂସ୍କାରକ ( Great Social Reformer) ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେଙ୍କ (Jyotirao Govindrao Phule) ଦ୍ୱାରା ସର୍ବପ୍ରଥମେ ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ (Chhatrapati Shivaji Maharajs Birthday) ପାଳନ କରାଯିବାର ପରମ୍ପରା ଆରମ୍ଭ ହୋଇଥିଲା। ମହାତ୍ମା ଜ୍ୟୋତିବା ଫୁଲେ (Mahatma Jyotiba Phule) ନାମରେ ଜଣାଶୁଣା ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେ ୧୮୭୦ ମସିହାରେ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ତାରିଖକୁ (Chhatrapati Shivaji Maharajs Birth Date) ଶିବ ଜୟନ୍ତୀ (Shiv Jayanti) ନାମରେ ପାଳନ କରିବାର ପରମ୍ପରା ଆରମ୍ଭ କରିଥିଲେ। ସେହି ଦିନ ଠାରୁ ଲୋକେ ଏହି ଉତ୍ସାବକୁ ବେଶ ଉତ୍ସାହର ସହ ପାଳନ କରି ଆସୁଛନ୍ତି। ସ୍ୱରାଜ୍ୟ ସଂସ୍ଥାପକ ଶିବାଜୀ ମହାରାଜ (Hindavi Swarajya Founder Shivaji Maharaj) ୧୬୩୦ ମସିହାର ଆଜିର ଦିନରେ ପୁଣେସ୍ଥିତ ଶିବନେରୀ ଦୁର୍ଗରେ ଜନ୍ମ ଗ୍ରହଣ କରିଥିଲେ। ଭାରତୀୟ ଇତିହାସରେ (Indian History) ଜଣେ ମହାନ ଯୋଦ୍ଧା ଭାବେ ପରିଚିତ ଶିବାଜୀ ମହାରାଜ କେବଳ ମହାରାଷ୍ଟ୍ରରେ ନୁହେଁ ବରଂ ସମଗ୍ର ଭାରତ ବର୍ଷରେ ବହୁ ସମ୍ମାନ ଲାଭ କରିଛନ୍ତି। କାରଣ ତାଙ୍କର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ତାଙ୍କର ଚିନ୍ତାଧାରା ଏବଂ ଭାରତ ବର୍ଷକୁ ବିଦେଶୀ ଆକ୍ରମଣକାରୀଙ୍କ ଠାରୁ ମୁକ୍ତ କରିବା ପାଇଁ ତାଙ୍କ ଉଦ୍ୟମ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି।

ଚଳିତ ବର୍ଷ ମରାଠା ସମ୍ରାଟ ଛତ୍ରପତି ଶିବାଜୀ ମହାରାଜଙ୍କ (Maratha Emperor Chhatrapati Shivaji Maharaj) ୩୯୩ ତମ ଜନ୍ମ ଜୟନ୍ତୀ ପାଳନ କରାଯାଉଛି। ଶିବାଜୀ ମହାରାଜ କେବଳ ଏକ ସୁସଙ୍ଗଠିତ ପ୍ରଶାସନିକ ସଙ୍ଗଠନ ଗଠନ କରିନାହାଁନ୍ତି ବରଂ ସେତେବେଳେ ନିଜ ସାମ୍ରଜ୍ୟରେ ରହୁଥିବା ଲୋକଙ୍କ ପାଇଁ ଏକ ଉଦାର ନାଗରିକ ନିୟମ ମଧ୍ୟ ପ୍ରଣୟନ କରିଛନ୍ତି। ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ପଦାଙ୍କ ଅନୁସରଣ କରି ଏହି ଦିବସ ପାଳନ କରିବାର ପରମ୍ପରାକୁ ଆଗେଇ ନେଇଥିଲେ ମହାନ ସ୍ୱାଧିନ ସଂଗ୍ରାମୀ ବାଲ ଗଙ୍ଗାଧର ତିଲକ। 

ଭାରତର କେତେକ ରାଜ୍ୟ ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ପର୍ବକୁ ଏକ ସାଧାରଣ ଛୁଟି ଦିବସ ଭାବରେ ପାଳନ କରନ୍ତି। ଲୋକେ ଏହି ଉତ୍ସବ ପାଳନ କରିବା ଅବସରରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି। ଏହି ଦିବସ ପାଳନ ଅବସରରେ ବିଶାଳକାୟ ଶୋଭାଯାତ୍ରା ଆୟୋଜନ କରାଯାଇଥାଏ। ଶିବ ଜୟନ୍ତୀ ନାମରେ ଜଣାଶୁଣା ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ମହାରାଷ୍ଟ୍ରରେ ବେଶ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ପ୍ରଥମ ଥର ପାଇଁ ଚଳିତ ବର୍ଷ ଶିବ ଜୟନ୍ତୀ ଆଗ୍ରାସ୍ଥିତ ଦିୱାନ୍-ଆଇ-ଆମ୍ ଠାରେ ପାଳିତ ହେବ।