Odisha News: (ପ୍ରେମାନନ୍ଦ ପୂଜାରୀ) ଦୀର୍ଘ ଆଠ ଦିନ ହେବ ନିଜ ସ୍ବାମୀଙ୍କୁ ଘରେ ତାଲା ପକାଇ କେଉଁଆଡେ ଫେରାର ହୋଇଯାଇଥିବା ବେଳେ ବନ୍ଦ ଘରୁ ଉଦ୍ଧାର କରିଛି ପୋଲିସ୍। ଏଭଳି ଅଭାବନୀୟ ଅମାନବିୟ ଘଟଣା ଘଟିଛି ଅଡବା ଥାନା ଅଞ୍ଚଳରେ । ଗଜପତି ଜିଲ୍ଲା ଅଡବା ଥାନା ଅର୍ନ୍ତଗତ ବିରିକୋଟ ଗ୍ରାମରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।ବିରିକୋଟ ଗ୍ରାମର ବିଜେପୁର ସାହିରେ
ରହୁଥିବା ନିଜ ସ୍ବାମୀ କସ୍ତାନ୍ତିନ ପରିଛା ଙ୍କୁ ଦୀର୍ଘ ଆଠ ଦିନ ଧରି ଏକ ବନ୍ଦ କୋଠରୀରେ ଚାବି ପକାଇ ରଖିଥିଲା ସ୍ତ୍ରୀ ପ୍ରାଣ ରଞ୍ଜନୀ ପରିଛା। କୌଣସି କାରଣ ବଶତଃ ନିଜ ସ୍ୱାମୀକୁ ଘରେ ବନ୍ଦୀ କରି ରଖିଥିଲେ। ବନ୍ଦୀ କିସ୍ତାନ୍ତିନଙ୍କୁ ତାଙ୍କ ବଡ଼ ଭାଇ ଦେଖିବା ପାଇଁ ଆସିଥିବା ବେଳେ ଘରେ ବନ୍ଦୀ କରି ତାଲା ପକାଇ ରଖିଥିବା ଦେଖିବାକୁ ପାଇଥିଲେ। ଯାହା ଫଳରେ ବଡ଼ ଭାଇ ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ଓ ଅଡବା ପୋଲିସକୁ ସହଯୋଗ ପାଇଁ ନିବେଦନ କରିଥିଲେ। ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ଓ ତାଙ୍କ ଟିମ୍ ଶେଷରେ ଘଟଣା ସ୍ଥଳରେ ପହଞ୍ଚି ବନ୍ଦ ଘରର ତାଲା ଭାଙ୍ଗି ଉଦ୍ଧାର କରାଯାଇଥିଲା । ଉଦ୍ଧାର କରିବା ପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ଥିବା ହେତୁ ତାଙ୍କୁ ପ୍ରଥମେ ବିରିକୋଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଡାକ୍ତରଙ୍କ ଚିକିତ୍ସା ସମୟରେ କସ୍ତାନ୍ତିନଙ୍କ ଦେହସାରା ମାଡ ଚିହ୍ନ ଦେଖିବାକୁ ମିଳିଥିଲା। ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ରହିଥିବାରୁ ଅଧିକା ଚିକିତ୍ସା ପାଇଁ ମୋହନା ମେଡିକାଲ୍ ରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଏ ସମ୍ପର୍କରେ ଅଡବା ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହାର ତଦନ୍ତ ଜାରି ରହିଛି। ସେପଟେ ଫେରାର ଥିବା ସ୍ତ୍ରୀ ରଞ୍ଜନୀ ପରିଚ୍ଛାକୁ ମଧ୍ୟ ଧରିବା ପାଇଁ ପୋଲିସ ଖୋଜାଖୋଜି ପ୍ରୟାସ ରଖିଛି।