Sextuplets in Pakistan: ୪ପୁଅ ୨ଝିଅଙ୍କୁ ଜନ୍ମଦେଲେ ମହିଳା, ଆଶ୍ଚର୍ଯ୍ୟ ଡାକ୍ତର
Advertisement
Article Detail0/zeeodisha/odisha2213558

Sextuplets in Pakistan: ୪ପୁଅ ୨ଝିଅଙ୍କୁ ଜନ୍ମଦେଲେ ମହିଳା, ଆଶ୍ଚର୍ଯ୍ୟ ଡାକ୍ତର

Sextuplets in Pakistan: ପାକିସ୍ତାନର ରାୱଲପିଣ୍ଡି ଅଞ୍ଚଳର ଜଣେ ମହିଳା ଥରକରେ ୬ ଟି ସନ୍ତାନ ଜନ୍ମ ଦେଇଛନ୍ତି। ସମସ୍ତ ନବଜାତ ଶିଶୁଙ୍କ ସମେତ ମାଆ ସୁସ୍ଥ ଅଛନ୍ତି ।

Sextuplets in Pakistan: ୪ପୁଅ ୨ଝିଅଙ୍କୁ ଜନ୍ମଦେଲେ ମହିଳା, ଆଶ୍ଚର୍ଯ୍ୟ ଡାକ୍ତର

Sextuplets in Pakistan: ପାକିସ୍ତାନର ରାୱଲପିଣ୍ଡି ଜିଲ୍ଲାର ଏକ ଅଞ୍ଚଳରୁ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ସେଠାର ଜିଲ୍ଲା ଡାକ୍ତରଖାନାରେ ଜଣେ ମହିଳା ଥରକରେ ୬ଟି ସନ୍ତାନ ଜନ୍ମ ଦେଇଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ ମହିଳାଙ୍କ ସମେତ ସମସ୍ତ ନବଜାତ ଶିଶୁ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଅସହ୍ୟ ପ୍ରସବ ଯନ୍ତ୍ରଣା କାରଣରୁ ଗର୍ଭବତୀ ମହିଳାଙ୍କୁ ଗୁରୁବାର ରାତି ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ସମୟ ଧରି ଅପରେସନ୍ କରାଯିବା ପରେ, ମହିଳା ୬ଟି ସନ୍ତାନ ଜନ୍ମ ଦେଇଥିଲେ । ବର୍ତ୍ତମାନ ସମସ୍ତ ପିଲା ସୁସ୍ଥ ଅଛନ୍ତି । ନବଜାତ ଶିଶୁଙ୍କ ମଧ୍ୟରେ ୪ ପୁଅ ଏବଂ ୨ ଝିଅ ଥିବା ସୂଚନା ମିଳିଛି । ଜିଓ ନ୍ୟୁଜରେ ପ୍ରକାଶିତ ଖବର ଅନୁଯାୟୀ, ବର୍ତ୍ତମାନ ନବଜାତ ଶିଶୁମାନଙ୍କୁ ଆଇସିୟୁରେ ରଖାଯାଇ ମନିଟରିଂ କରାଯାଉଛି । 

ସୂଚନା ମୁତାବକ, ହାଜାରା କଲୋନୀର ବାସିନ୍ଦା ୱାହିଦ୍ ଗୁରୁବାର ଦିନ ନିଜ ପତ୍ନୀ ଜେନାତଙ୍କୁ ପ୍ରସବ ପାଇଁ ରାୱଲପିଣ୍ଡି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଚେକଅପ୍ କରି କହିଥିଲେ ଯେ, ମହିଳାଙ୍କ ପେଟରେ ୬ଟି ପିଲା ରହିଛି । ଶୁକ୍ରବାର ଦିନ ଦୀର୍ଘ ସମୟ ଧରି ଅପରେସନ୍ କରାଯାଇଥିଲା । ମହିଳାଙ୍କ ପେଟରୁ ଗୋଟିଏ ପରେ ଗୋଟିଏ କରି ୭ଟି ପିଲା ପ୍ରସବ କରାଯାଇଥିଲା । ପ୍ରତ୍ୟେକ ଶିଶୁର ଓଜନ ୨ ପାଉଣ୍ଡରୁ କମ୍ ଥିଲା ।

ଖୁସି ବ୍ୟକ୍ତ କଲେ ଡାକ୍ତର

ସଫଳ ଅସ୍ତ୍ରୋପଚାର ପରେ ଡାକ୍ତର କହିଛନ୍ତି ଯେ, ଏହା କୌଣସି ସାଧାରଣ ପ୍ରସବ ନଥିଲା । ଏହି ପ୍ରସବ କରାଇବା କଠିନ କାର୍ଯ୍ୟ ଥିଲା । ସନ୍ତାନ ଜନ୍ମ କରିବା ସମୟରେ ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ତାହା ସ୍ୱାଭାବିକ ହୋଇଥିଲା । ମାଆ ଏବଂ ସମସ୍ତ ଶିଶୁ ସୁସ୍ଥ ଥିବା ଜାଣି ଡାକ୍ତର ଏବଂ କର୍ମଚାରୀମାନେ ବହୁତ ଖୁସି ପ୍ରକାଶ କରିଛନ୍ତି । ଡାକ୍ତର କହିଛନ୍ତି, ଭଗବାନଙ୍କ ଦୟାରୁ ମାଆ ଏବଂ ପିଲାମାନେ ଠିକ୍ ଅଛନ୍ତି ।

ମହିଳାଙ୍କ ପେଟରେ ସେକ୍ସଟପ୍ଲେଟ୍
VerywellFamily.comରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ପ୍ରାୟ ୪.୭ ବିଲିୟନ ମହିଳାଙ୍କ ମଧ୍ୟରୁ ଜଣଙ୍କ ପେଟରେ ଏପରି ସେକ୍ସଟପ୍ଲେଟ୍ ସ୍ଥିତି ଉପୁଜେ । ଏହା ଏକ ଜଟିଳ ପ୍ରକ୍ରିୟା ।

Also Read- Shani Dev: ଶନି ମହାଦଶା କ’ଣ? ଏହା କେମିତି ଅସୁବିଧାରେ ପକାଇଥାଏ ଜାଣନ୍ତୁ...

Also Read- Jupiter Transit 2024: ବୃହସ୍ପତିଙ୍କ ଚଳନ ପ୍ରଭାବରୁ ୩ ରାଶିର ଭାଗ୍ୟ ଉଜ୍ଜ୍ୱଳ