Archana Nag: ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ, ଘରେ ଲାଗିବ କି ପୁଣିଥରେ ବଡ଼ବଡ଼ିଆଙ୍କ ଗହଳି !
Advertisement

Archana Nag: ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ, ଘରେ ଲାଗିବ କି ପୁଣିଥରେ ବଡ଼ବଡ଼ିଆଙ୍କ ଗହଳି !

Archana Nag News In Odia: ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗ (Lady Blackmailer Archana Nag) । ଏ-ହି ଲେଡି ବ୍ଲାକମଲରଙ୍କୁ ନେଇ ଏକ ତାଜା ଅପଡେଟ ଆସିଛି । ଅର୍ଚ୍ଚନା ନାଗଙ୍କୁ (Archana Nag) ହାଇକୋର୍ଟରୁ (Orissa High Court ) ଜାମିନ୍ ମିଳିଛି । ଭୁବନେଶ୍ୱର ନୟାପଲ୍ଲୀ ଥାନା (Nayapali Police Station) ମାମଲାରେ (sextortion case) ହାଇକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି । ଏଥିସହ ବାହାରକୁ ନଯିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Archana Nag News In Odia: ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗ (Lady Blackmailer Archana Nag) । ଏ-ହି ଲେଡି ବ୍ଲାକମଲରଙ୍କୁ ନେଇ ଏକ ତାଜା ଅପଡେଟ  ଆସିଛି । ଅର୍ଚ୍ଚନା ନାଗଙ୍କୁ (Archana Nag) ହାଇକୋର୍ଟରୁ (Orissa High Court ) ଜାମିନ୍ ମିଳିଛି । ଭୁବନେଶ୍ୱର ନୟାପଲ୍ଲୀ ଥାନା (Nayapali Police Station) ମାମଲାରେ (sextortion case) ହାଇକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି । ଏଥିସହ ବାହାରକୁ ନଯିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ବେଆଇନ ଅର୍ଥ କାରବାର ମାମଲାରେ ପୂର୍ବରୁ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଗିରଫ ହୋଇ ଜେଲରେ ରହିଥିଲେ । ଗତମାସ ୧୫ ତାରିଖରେ ଜଗବନ୍ଧୁଙ୍କୁ (Jagabandhu Chand) ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ରାଜଧାନୀର ଖଣ୍ଡଗିରି ଥାନାରେ ଜଣେ ଯୁବତୀ ତଥା ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଜ୍ଞଳୀ ବେହେରା ଜଗବନ୍ଧୁଙ୍କ ନାମରେ ଅଭିଯୋଗ ଦାୟର କରିଥିଲେ । 

ସୂଚନା ମୁତାବକ, ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ଆଜି ହାଇକୋର୍ଟରୁ ଜାମିନ ମିଳିଛି । ବ୍ଲାକମେଲିଂ ମାମଲାରେ ତାଙ୍କୁ ପୋଲିସ ଗିରଫ କରିଥିଲା । ଅର୍ଚ୍ଚନା ତାଙ୍କୁ ବ୍ଲାକମେଲିଂ କରୁଥିବା ନେଇ ଓଲିଉଡ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା( film producer Akshaya Parija) ରାଜଧାନୀର ନୟାପଲ୍ଲୀ ଥାନାରେ ମାମଲା ଦାୟର କରିଥିଲେ (Nayapali Police Station)। ପରବର୍ତ୍ତୀ ସମୟରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ହାଇକୋର୍ଟରୁ (Orissa High Court ) କେବଳ ଗୋଟିଏ ମାମଲାରେ ଜାମିନ ମିଳିଛି । ତେବେ ଅର୍ଚ୍ଚନାଙ୍କ (Lady Blackmailer Archana Nag) ନାମରେ ଏକାଧିକ ମାମଲା ରହିଥିବାରୁ ସେ ଏବେ ଜେଲରୁ ବାହାରିବେନି ବୋଲି ଜଣାପଡ଼ିଛି। ଯଦି ଅର୍ଚ୍ଚନା ଜେଲରୁ ମୁକୁଳନ୍ତି । ତେବେ, ପୁଣି ଥରେ ତାଙ୍କ ଘରେ ବଡ ବଡିଆ ଭିଡ ଜମିବ । ଏବଂ ରାତି ଅଧରେ ଘର ପାଖରେ ବଡ ବଡ କାର ଲାଗିବ ବୋଲି ଚର୍ଚ୍ଚା ହେଉଛି ।  ରଙ୍ଗୀନ ରାତିରେ ଝୁମିବେ ଯୁବତୀଙ୍କ ସହ ନେତାମନ୍ତ୍ରୀ , ଆଉ ବଡ ବଡିଆ ବାବୁ । 

fallback

Also Read : Archana Nag: କୋର୍ଟରେ ବିଷ ଓଗାଳିଲେ ଅର୍ଚ୍ଚନା, କହିଲା କାହିଁକି ଗିରଫ ହୋଇନି ଶ୍ରଦ୍ଧାଞ୍ଜଳି...

Also Read : Papaya Disadvantages: ଏହି ଲୋକଙ୍କ ପାଇଁ ବିଷ ସଦୃଷ ହୋଇଥାଏ ଅମୃତଭଣ୍ତା, ଭୁଲରେ ବି ଖାଆନ୍ତୁନି

Also Read : Odisha Education Calender: ଜାଣନ୍ତୁ କେତେ ଦିନ ହେବ ପାଠପଢା , କେତେ ଦିନ ରହିବ ସ୍କୁଲ୍ ଛୁଟି?

ସୂଚନାଯୋଗ୍ୟ ଯେ, ପୂର୍ବରୁ ଜଗବନ୍ଧୁଙ୍କୁ ମଧ୍ୟ ୩ଟି ମାମଲାରୁ ଗୋଟିଏ ମାମଲାରେ ଜାମିନ ମିଳିଥିଲା । ଗତବର୍ଷ ଅକ୍ଟୋବର ମାସରେ ଅର୍ଚ୍ଚନା ଗିରଫ ହୋଇଥିବା ବେଳେ ୧୭ରେ ତାଙ୍କର ଜାମିନକୁ ଏସଡିଜେଏମ କୋର୍ଟ ନାମଞ୍ଜୁର କରିଦେଇଥିଲେ । ଏହାପରେ ୨୧ ତାରିଖରେ ଭୁବନେଶ୍ୱରର ସ୍ଥିତ ସତ୍ୟବିହାର ବାସଭବନରୁ ଜଗବନ୍ଧୁଙ୍କୁ ପୋଲିସ ଗିରଫ କରିଥିଲା ।

ଗତକାଲି,(ସୋମବାର) ଭୁବନେଶ୍ୱର ସିବିଆଇ-୧ କୋର୍ଟରେ (CBI Court Bhubaneswar) ହାଜର ହୋଇଥିଲେ ଅର୍ଚ୍ଚନା ଓ ସ୍ବାମୀ  ଜଗବନ୍ଧୁ(Archana Nag-Jagabandhu Chand) । ଇଡି (ED)ଓ ଖଣ୍ଡଗିରି ଥାନା ମାମଲାରେ ସେମାନେ ହାଜର ହୋଇଥିଲେ । କୋର୍ଟରେ ହାଜର ହେବା ପରେ, ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ (shradhanjali behera)ଏ-ଯାଏଁ କାହିଁକି ଗିରଫ କରାଯାଇନାହିଁ ବୋଲି ଅର୍ଚ୍ଚନା ଜଜଙ୍କୁ ପ୍ରଶ୍ନ କରିଥିଲେ । ତାଙ୍କ ପାଇଁ କଣ ଆଇନ ଅଲଗା ବୋଲି କହିଲେ ଅର୍ଚ୍ଚନା । କୋର୍ଟରୁ ବାହାରିବାବେଳେ,ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ୍ ମଧ୍ୟ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, କାହିଁକି ଏଯାଏଁ ବାହାରେ ବୁଲୁଛି ଶ୍ରଦ୍ଧାଞ୍ଜଳି । କାହା ଛତ୍ରଛାୟା ତଳେ ଶ୍ରଦ୍ଧାଞ୍ଜଳି ବେହେରା ଅଛନ୍ତି,ଯେଉଁଥିପାଇଁ ତାକୁ ଗିରଫ କରାଯାଉନି ବୋଲି ଅର୍ଚ୍ଚନା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ଏହା ପଛରେ ଏକ ବଡ଼ ଶକ୍ତି କାମ କରୁଛି । ତାକୁ ଜାଣିଶୁଣି ଘଣ୍ଟ ଘୋଡାଇ ଚାଲିଛନ୍ତି ।  ଶ୍ରଦ୍ଧାଞ୍ଜଳିକୁ ହନିମୁନ ପ୍ୟାକେଜରେ ପଠାଯାଇଥିଲା । ଓଲଡ଼ ଟାଉନ ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ସୌଭାଗ୍ୟ ମିଶ୍ର ନାମକ ଜଣେ ଲୁଗା ବ୍ୟବସାୟୀ ସହ ପଠାଯାଇଥିଲା । ଶ୍ରଦ୍ଧାଞ୍ଜଳି ନାଁରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ସେଥିପାଇଁ କୋର୍ଟଙ୍କୁ ମୁଁ ଧନ୍ୟବାଦ ଦେଉଛି ବୋଲି ଅର୍ଚ୍ଚନା କହିଛନ୍ତି । ତେବେ, ଶ୍ରଦ୍ଧାଞ୍ଜଳୀଙ୍କ ସହ ସେହି ଲୁଗାଦୋକାନୀ ମାଲିକଙ୍କର କିଭଳି ସମ୍ପର୍କ ରହିଛି । ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।