Solar Mission of ISRO: "ଆଦିତ୍ୟ ଏଲ-୧" ନିଜର ବହୁମୂଲ୍ୟ ଅବଦାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଇସ୍ରୋ ବୈଜ୍ଞାନିକ ନିଗାର ସାଜି।
Trending Photos
Aditya-L1 Mission: ସେପ୍ଟମ୍ବର ୨ ତାରିଖ ଶନିବାର ନିର୍ଦ୍ଧାରିତ ସମୟରେ ଶ୍ରୀହାରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟର ଠାରୁ ଉତକ୍ଷେପଣ ହୋଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଦ୍ୱାରା କର୍ଯ୍ୟକାରୀ ହୋଇଥିବା ପ୍ରଥମ ସୌର ଅଭିଯାନ "ଆଦିତ୍ୟ ଏଲ-୧"। ଏହି ମହାକାଶ ଯାନ ହେଉଛି ପ୍ରଥମ ମହାକାଶ ଆଧାରିତ ପର୍ଯ୍ୟବେକ୍ଷଣକାରୀ ଉପକରଣ ଯାହା ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ। ଆଦିତ୍ୟ ଏଲ-୧ ଅଭିଯାନ କାର୍ଯ୍ୟକାରୀ କରି ଭାରତ ବିଶ୍ୱରେ ମହାକାଶ ଗବେଷଣା କ୍ଷେତ୍ରରେ ନିଜ ସ୍ଥାନକୁ ଆହୁରି ମଜବୁତ କରିପାରିଛି।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପୂର୍ବରୁ କେବଳ ଆମେରିକୀୟ ସ୍ପେଶ ଏଜେନ୍ସି ନାସା (US Space Agency NASA) ଏବଂ ୟୁରୋପୀୟ ସ୍ପେଶ ଏଜେନ୍ସି (European Space Agency) ସୌର ଅଧ୍ୟୟନ ଲାଗି ମହାକାଶକୁ "ଏଲ୍-୧" ମହାକାଶ ଯାନ (L-1 Space Craft) ପଠାଇବାରେ ସଫଳ ହୋଇଛନ୍ତି। ଜର୍ମାନ ଯଦିଓ ନିଜର ଉପକରଣ ସୌର ଅଧ୍ୟୟନ ଲାଗି ସ୍ଥାପନ କରିଛି। ହେଲେ ତାହା କେବଳ ନାସା ସହାୟତାରେ ସମ୍ଭବ ହୋଇପାରିଛି।
ହେଲେ କ'ଣ ଆପଣ ଜାଣିଛନ୍ତି ଇସ୍ରୋ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ସୂର୍ଯ୍ୟ ଅଭିଯାନ ପଛରେ ମହିଳା ବୈଜ୍ଞାନିକଙ୍କ ଅବଦାନ। ସାମ୍ବାଦିକ ସମ୍ମିଳନୀରେ "ଆଦିତ୍ୟ ଏଲ-୧" ପ୍ରକଳ୍ପ ନିର୍ଦ୍ଦେଶକଙ୍କ (Aditya L-1 Project Director) ସମ୍ପର୍କରେ ଜଣାଇଛନ୍ତି ଇସ୍ରୋ ମୁଖ୍ୟ ଏସ.ସୋମନାଥ (ISRO Chief Dr S Somanath)। "ଆଦିତ୍ୟ ଏଲ-୧" ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନାଁ ହେଉଛି ନିଗାର ସାଜି (Aditya L-1 Project Director Nigar Shaji)। ଯିଏ ୩୫ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ମହାକାଶ ଗବେଷଣା ସଂସ୍ଥାରେ (Indian Space Research Organisation) କାର୍ଯ୍ୟରତ ଅଛନ୍ତି। ସଦ୍ୟ କାର୍ଯ୍ୟକାରୀ ହୋଇଥିବା ସୂର୍ଯ୍ୟ ଅଭିଯାନକୁ (Solar Mission of ISRO) ନେଇ ଖୁସିବ୍ୟକ୍ତ କରିଛନ୍ତି ଇସ୍ରୋ ବୈଜ୍ଞାନିକ ନିଗାର ସାଜି (ISRO Scientist Nigar Shaji)। ଏହି ଅଭିଯାନ ସହିତ ନିଜର ଅନୁଭୂତି କହିବା ବେଳେ ସେ ଭାବବିହ୍ୱଳ ହୋଇଉଠିଥିଲେ।
#WATCH | On the successful launch of Aditya L-1, Project Director of Aditya L-1, Nigar Shaji says, "This is like a dream come true. I am extremely happy that Aditya L-1 has been injected by PSLV. Aditya L-1 has started its 125 days of long journey. Once Aditya L-1 is… pic.twitter.com/zs1avDJ9ba
— ANI (@ANI) September 2, 2023
ତାମିଲନାଡୁର ତନକାଶୀ ଜିଲ୍ଲାର ସେଙ୍ଗୋଟାଇ ସହରରେ ହୋଇଥିଲା ଇସ୍ରୋ ବୈଜ୍ଞାନିକ ନିଗାର ସାଜିଙ୍କ ଜନ୍ମ। ତାଙ୍କ ବାପା ଜଣେ କୃଷକ ଏବଂ ମାଆ ଜଣେ ଗୃହିଣୀ। ଏହି ମହିଳା ବୈଜ୍ଞାନିକ ଜଣଙ୍କ ସରକାରୀ ବିଦ୍ୟାଳୟ ଏବଂ ଇଞ୍ଜିନିୟରିଂ ମହାବିଦ୍ୟାଳୟରେ ନିଜର ଅଧ୍ୟୟନ ଶେଷ କରିଥିଲେ। ୧୯୮୭ ମସିହାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାରେ ଯୋଗ ଦେଇଥିଲେ। ଦୀର୍ଘଦିନ ଧରି ବରିଷ୍ଠ ବୈଜ୍ଞାନିକ ଭାବେ ବିଭିନ୍ନ ପ୍ରକଳ୍ପରେ (Space Program Project of ISRO) କାମ କରିବା ପରେ "ଆଦିତ୍ୟ ଏଲ-୧" ତାଙ୍କୁ ମିଳିଥିଲା।
ଶନିବାର ଦିନ ୧୧: ୫୦ ସମୟରେ ଇସ୍ରୋ (ISRO) ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (Polar Satellite Launch Vehicle) ବ୍ୟବହାର କରି "ଆଦିତ୍ୟ ଏଲ-୧" କୁ ସଫଳତାର ସହ ଉତ୍କ୍ଷେପଣ କରିଥିଲା। ପ୍ରାୟ ୧୨୫ ଦିନ ମଧ୍ୟରେ ଏହି ମହାକାଶ ଯାନ ପୃଥିବୀ ଠାରୁ ପ୍ରାୟ ୧୫ ଲକ୍ଷ କିମି ଦୂରତା ଅତିକ୍ରମ କରିବା ପରେ Lagrangian Point L1 କକ୍ଷପଥରେ ସ୍ଥାପନ କରାଯିବ। ଯାହାକୁ ସୂର୍ଯ୍ୟର ନିକଟତମ କକ୍ଷ ବୋଲି ବିବେଚନା କରାଯାଏ। ସୂର୍ଯ୍ୟ ପୃଷ୍ଠର ଉତ୍ତାପ ଏବଂ ସୌର ପବନର ଗତି, ପୃଥିବୀ ନିକଟସ୍ଥ ମହାକାଶ ପାଗ ଏବଂ ସୌର ପବନ ବିଷୟରେ ଅଧ୍ୟୟନ କରିବାକୁ "ଆଦିତ୍ୟ ଏଲ-୧" ଅଭିଯାନରେ ୭ ପେଲୋଡ୍ ବ୍ୟବହାର କରାଯାଇଛି। ଏଲ୍୧ ପଏଣ୍ଟ ଠାରେ ପହଞ୍ଚିଲା ପରେ ଆଦିତ୍ୟ ପୃଥିବୀ ପୃଷ୍ଠକୁ ତଥ୍ୟ ପ୍ରଦାନ କରିବ।