School Love: ୬୦ ବର୍ଷ ପରେ ପାଇଲେ ସ୍କୁଲ୍ ପ୍ରେମିକାକୁ: ଆଣ୍ଠୁମାଡି କଲେ ପ୍ରେମ ନିବେଦନ
Advertisement

School Love: ୬୦ ବର୍ଷ ପରେ ପାଇଲେ ସ୍କୁଲ୍ ପ୍ରେମିକାକୁ: ଆଣ୍ଠୁମାଡି କଲେ ପ୍ରେମ ନିବେଦନ

School Love: ୬୦ ବର୍ଷ ପରେ ପ୍ରେମ ହେଲା ସଫଳ । ସ୍କୁଲ ବେଳର ପ୍ରେମୀଯୁଗଳ ହେଲେ ଜୀବନସାଥୀ ।

School Love: ୬୦ ବର୍ଷ ପରେ ପାଇଲେ ସ୍କୁଲ୍ ପ୍ରେମିକାକୁ: ଆଣ୍ଠୁମାଡି କଲେ ପ୍ରେମ ନିବେଦନ

School Love: ପ୍ରେମକୁ ବାଖ୍ୟା କରିବା ଏତେ ସହଜ କଥା ନୁହେଁ । ପ୍ରେମ (Love) ଏମିତି ଏକ ଜିନିଷ ଯାହାକୁ କେବଳ ଅନୁଭବ କରିହୁଏ । ଜଣଙ୍କ ପ୍ରତି ଥିବା ଭଲପାଇବାକୁ ଅନ୍ୟଜଣଙ୍କ ମନ ବୁଝିଗଲେ ହୋଇଯାଏ ଦୁଇ ମନର ମିଳନ । ବିଶେଷ କରି ଯୁବାବସ୍ଥାର ପ୍ରଥମ ପାହାଚରେ ପହଞ୍ଚିବାବେଳେ ମନ ଖୋଜିଥାଏ ସାଥିଟିଏ । ଯେଉଁ ସାଥି ହାତ ଧରି ବାଟ କଡେଇନେବ ୭ଜନ୍ମ ପାଇଁ । ମନଲାଖି ସାଥିଟିଏ ମିଳିଯିବାପରେ ମନକଥା ଖୋଲି କହିଦେବାକୁ ଇଚ୍ଛା ହୁଏ । କିନ୍ତୁ ସମୟ ଆଉ ସୁଯୋଗକୁ ମଧ୍ୟ କିଛିଦିନ ଅପେକ୍ଷା କରିବାକୁ ପଡେ । ଅନେକ ସମୟରେ ପ୍ରଥମେ ବନ୍ଧୁତା (Friendship) ଓ ପରେ ବନ୍ଧୁତାରୁ ପ୍ରେମ ହୋଇଯାଏ । କିନ୍ତୁ ଆଜି ଯେଉଁ ପ୍ରେମ କାହାଣୀ ବିଷୟରେ ଆପଣଙ୍କୁ କହିବୁ ତାହା ଟିକେ ନିଆରା । କାରଣ ଅତୀତର ପ୍ରେମକୁ ବର୍ତ୍ତମାନ ପାଇବାରେ ଯେଉଁ ଖୁସି ଥାଏ ସେହି ଖୁସି ଏଥିରେ ଦେଖିବାକୁ ମିଳିଛି ।

ବେଳେବେଳେ ଜୀବନରେ ଏପରି ହୁଏ ପ୍ରେମକୁ ନପାଇ ନିରାଶ ହେବାପରେ ନିଜ ପ୍ରେମକୁ ଭୁଲିଯିବାକୁ ପଡେ । ଅନେକ ସମୟରେ ତାହା ଯନ୍ତ୍ରଣାଦାୟକ ମଧ୍ୟ ହୋଇଥାଏ । କିନ୍ତୁ ୬୦ ବର୍ଷ ବୟସରେ ଜଣେ ବୃଦ୍ଧ ତାଙ୍କ ସ୍କୁଲ୍ ସମୟର ପ୍ରେମକୁ ଫେରି ପାଇଛନ୍ତି । ଯେଉଁଥିପାଇଁ ଉଭୟେ ଖୁବ୍ ଖୁସି ପ୍ରକଟ ମଧ୍ୟ କରିଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ (Viral) ହେବାରେ ଲାଗିଛି ।

୬୦ ବର୍ଷ ପରେ ଭେଟିଲେ ପ୍ରେମୀଯୁଗଳ

ଆମେରିକାର ଏକ ସହରରେ ରହୁଥିବା ୭୮ ବର୍ଷ ବୟସ୍କ ଥୋମାସ୍ ମ୍ୟାକମେକିନ୍ ଏବଂ ନାନସୀ ଗାମ୍ବେଲଙ୍କ ପ୍ରେମ କାହାଣୀ ଖୁବ୍ ନିଆରା । ପିଲାଦିନେ ଉଚ୍ଚ ବିଦ୍ୟାଳୟ (High school)ରେ ପାଠ ଆରମ୍ଭ ସମୟରେ ଉଭୟ ପରସ୍ପରକୁ ଭେଟିଥିଲେ । କିଛି ଦିନ କଥାବାର୍ତ୍ତା ହେବାପରେ ଉଭୟେ ଉଭୟଙ୍କ ପ୍ରେମରେ ପଡ଼ିଯାଇଥିଲେ । ମିଶିକି ପାଠ ପଢିବା ସହିତ ବୁଲାବୁଲି କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । କିନ୍ତୁ କିଛି ଦିନ ପରେ ସ୍କୁଲ୍ ସମୟ ସରିଗଲା । ପରବର୍ତ୍ତୀ ଉଚ୍ଚଶିକ୍ଷା (Higher Studies) ପାଇଁ ଉଭୟେ ଭିନ୍ନ ଭିନ୍ନ କଲେଜରେ ଆଡମିଶନ ନେଇଥିଲେ । ସମୟ ସହିତ ତାଳ ଦେଇ ଚାଲିବା ଦ୍ୱାରା ଉଭୟଙ୍କ ମଧ୍ୟରେ ଦୂରତା ମଧ୍ୟ ବଢିଯାଇଥିଲା । ଏପରିକି କୌଣସି ଯୋଗାଯୋଗ ନଥିବାରୁ ନିଜ ପ୍ରେମକୁ ଭୁଲି ପରିବାର ସମ୍ମତି କ୍ରମେ ଉଭୟଙ୍କୁ ଅନ୍ୟ ସାଥୀଙ୍କ ସହ ବିବାହ କରିବାକୁ ପଡିଥିଲା । ଯେତେବେଳେ ଦୁଇ ପୁରୁଣା ପ୍ରେମ ଅଲଗା ହୋଇଯାଇଥିଲା ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା । ଉଭୟେ ନିଜ ସଂସାର ଭିତରେ ଆଗକୁ ବଢୁଥିଲେ । କିନ୍ତୁ ଏମିତି ଯୋଗ ସେମାନଙ୍କର ପୁଣିଥରେ ମିଳନ ହେଲା । ୨୦୧୨ ମସିହାରେ ସ୍କୁଲର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଉଭୟେ ଉଭୟଙ୍କୁ ଭେଟିଥିଲେ । ଦୁହେଁ କିଛି ସମୟ କଥାବାର୍ତ୍ତା ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଦୂରତା ରହିଥିଲା । କିନ୍ତୁ ତଥାପି ଉଭୟେ ଉଭୟଙ୍କୁ ସମ୍ମାନ ଦେବାକୁ ଭୁଲିନଥିଲେ ।

ପ୍ରେମ ନେଲା ବିବାହ ରୂପ

କଥାରେ ଅଛି, ଯେଉଁଠି ଦୁଇପ୍ରେମର ମିଳନ ହେବ ସେଠାରେ ସବୁ ବାଧାବିଘ୍ନ ଦୂରେଇଯିବ । ନାନ୍ସୀଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଛି ଏବଂ ଥୋମାସଙ୍କ ପତ୍ନୀ ମଧ୍ୟ ଆଉ ଏହି ଦୁନିଆରେ ନାହାନ୍ତି । ୬୦ ବର୍ଷ ପରେ ପୁଣି ଥରେ ସେମାନେ ପରସ୍ପରର ନିକଟତର ହୋଇଥିଲେ । ଉଭୟଙ୍କ ଜୀବନସାଥୀ ମୃତ୍ୟୁବରଣ କରିଥିବାରୁ ଉଭୟେ ଏକା ଏକା ଅନୁଭବ କରୁଥିଲେ । କିଛି ସମୟ ଚିନ୍ତା କରି ଦୁହେଁ ଏକାଠି ଜୀବନରେ ଆଗକୁ ବଢିବାକୁ ସ୍ଥିର କଲେ । ଉଭୟ ନିଜ ପରିବାର ସଦସ୍ୟଙ୍କ ସହ ଏ ବିଷୟରେ କଥା ହୋଇଥିଲେ । ପରିବାର ସଦସ୍ୟ ମଧ୍ୟ ଦୁହିଁଙ୍କ ପ୍ରେମକୁ ଏକତ୍ର କରିବାକୁ ରାଜି ହୋଇଥିଲେ । ଥୋମାସଙ୍କୁ ନାନ୍ସଙ୍କୁ ଭେଟିବା ପାଇଁ ପରିବାର ନିଆରା ଯୋଜନା କରିଥିଲେ । ସେମାନେ ଦୁହିଁଙ୍କୁ ଚମ୍ପା ବିମାନବନ୍ଦରକୁ ଡାକିଲେ ଯେଉଁଠାରେ ଥୋମାସ୍ ତାଙ୍କ ନିଜସ୍ୱ ଶୈଳୀରେ ନାନ୍ସଙ୍କୁ ପ୍ରପୋଜ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଅଧିକ ଭାଇରାଲ ହେବାରେ ଲାଗିଛି । ଭିଡିଓରେ, ଥୋମାସ୍ ଗୋଟିଏ ଆଣ୍ଠୁରେ ବସି ନାନ୍ସୀଙ୍କୁ ପ୍ରପୋଜ୍ କରୁଛନ୍ତି । ପ୍ରସ୍ତାବ ପରେ ନାନ୍ସ ମଧ୍ୟ ଥୋମାସଙ୍କ ସହିତ ସାରା ଜୀବନ ରହିବା ପାଇଁ ରାଜି ହୋଇଥିଲେ। ବର୍ତ୍ତମାନ ଉଭୟେ ଶୀଘ୍ର ବିବାହ କରିବାକୁ ଯୋଜନା କରୁଛନ୍ତି। ଏହି ଭିଡିଓଟି ଇନଷ୍ଟାଗ୍ରାମ ଆଇଡି  @magicallynews ରୁ ସେୟାର କରାଯାଇଛି ।

Video- https://zeenews.india.com/hindi/zeeodisha/videos

Also read- Ollywood News: ବରିଷ୍ଠ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳଙ୍କ ଦେହାନ୍ତ: ଓଡ଼ିଆ କଳାକାରଙ୍କ ଶୋକ