ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ସମ୍ୱଲପୁର, ରାତି ପାହିବାକୁ ଅପେକ୍ଷା...
Advertisement
Article Detail0/zeeodisha/odisha2091755

ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ସମ୍ୱଲପୁର, ରାତି ପାହିବାକୁ ଅପେକ୍ଷା...

PM Modiji Odisha Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଦିନ ୧. ୧୫ ମିନିଟ୍ ସମୟରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ବାୟୁସେନା ହେଲିକପ୍ଟର ମାଧ୍ୟମରେ ଦିନ ୧.୪୫ରେ ସମ୍ୱଲପୁର ଆଇଆଇଏମ କ୍ୟାମ୍ପସ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ ହେଲିକପ୍ଟର ମାଧ୍ୟମରେ ରେମଡ ସଭାସ୍ଥଳରେ ପହଞ୍ଚି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ସମ୍ୱଲପୁର, ରାତି ପାହିବାକୁ ଅପେକ୍ଷା...

ସମ୍ୱଲପୁର: ୨୦୨୪ ନିର୍ବାଚନ ପୂର୍ବରୁ ଶନିବାର ସମ୍ୱଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମେ ଦିନ ୧. ୧୫ ମିନିଟ୍ ସମୟରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ବାୟୁସେନା ହେଲିକପ୍ଟର ମାଧ୍ୟମରେ ଦିନ ୧.୪୫ରେ ସମ୍ୱଲପୁର ଆଇଆଇଏମ କ୍ୟାମ୍ପସ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ ହେଲିକପ୍ଟର ମାଧ୍ୟମରେ ରେମଡ ସଭାସ୍ଥଳରେ ପହଞ୍ଚି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁଯାୟୀ, ଆଇଆଇଏମ ନୂଆ କ୍ୟାମ୍ପସ ଲୋକାର୍ପଣ କରିବା ସହିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ପିଏମ ମୋଦୀ । ପରେ ରେମେଡରେ ଅନୁଷ୍ଠିତ ବିଶାଳ ସମାବେଶରେ ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ତେବେ ନିର୍ବାଚନ ପୂର୍ବରୁ ମୋଦୀ ଲୋକଙ୍କୁ କଣ କହିବେ ସେନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଥିବା ଜଣାପଡିଛି । ଅନ୍ୟପଟେ ଦଳୀୟ ନେତାଙ୍କ ସମେତ କର୍ମୀଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଆସିବାକୁ ନେଇ ଖୁସି ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆସିବା ପୂର୍ବରୁ ସଜେଇ ହୋଇଛି ସମ୍ୱଲପୁର । ବିଭିନ୍ନ ସ୍ଥାନରେ ରାସ୍ତା ପରିସ୍କାର କରାଯିବା ସହିତ ସ୍ୱାଗତ କରିବା ପାଇଁ ବିଭିନ୍ନ ପୋଷ୍ଟର ଲଗାଯାଇଛି । ଏଥିସହିତ ସହରର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଦେଖିବାକୁ ମିଳିଛି । ୪ଟି ଜିଲ୍ଲାର ଏସପି ଏବଂ ୨ଜଣ ଆଇଜି ସମସ୍ତ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାର ଦାୟିତ୍ୱ ନେଇଛନ୍ତି । ସମୁଦାୟ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସମସ୍ତ କାର୍ଯ୍ୟ ଶେଷ ପରେ ସନ୍ଧ୍ୟା ୫ଟା ସମୟରେ ପ୍ରଦାନମନ୍ତ୍ରୀ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ରହିଛି ।

Also Read- Ram Mandir: କୁବେର ଭଣ୍ଡାର ପାଲଟିଛି ଅଯୋଧ୍ୟା ରାମ ମନ୍ଦିର ଦାନବାକ୍ସ

Also Read- Ollywood News: ହାଉସଫୁଲରେ ଚାଲିଲା 'ଶାନ୍ତି Appartment' ପ୍ରିମିୟର