Republic Day 2024: କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିଲା ୨୫୦ ବର୍ଷର ପୁରୁଣା ପରମ୍ପରା; ଯାହା ୪୦ ବର୍ଷ ପୂର୍ବେ ହୋଇଥିଲା ବନ୍ଦ
Advertisement
Article Detail0/zeeodisha/odisha2080160

Republic Day 2024: କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିଲା ୨୫୦ ବର୍ଷର ପୁରୁଣା ପରମ୍ପରା; ଯାହା ୪୦ ବର୍ଷ ପୂର୍ବେ ହୋଇଥିଲା ବନ୍ଦ

Republic Day 2024 Parade: ଚଳିତ ବର୍ଷ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ଅବସରରେ ଏକ ପୁରୁଣା ପରମ୍ପରା ପୁନର୍ଜୀବିତ ହୋଇଛି।  ଯାହା ପ୍ରାୟ ୪୦ ବର୍ଷ ପୂର୍ବେ ବନ୍ଦ ହୋଇଯାଇଥିଲା। 

Republic Day 2024: କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିଲା ୨୫୦ ବର୍ଷର ପୁରୁଣା ପରମ୍ପରା; ଯାହା ୪୦ ବର୍ଷ ପୂର୍ବେ ହୋଇଥିଲା ବନ୍ଦ

Presidents Bodyguard Regiment India: ଆଜି ସମଗ୍ର ଦେଶରେ ପାଳିତ ହୋଇଛି ୭୫ ତମ ସାଧାରଣତନ୍ତ୍ର ଦିବସ। କର୍ତ୍ତବ୍ୟ ପଥରେ ମଜବୁତ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ୟାରେଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ହୋଇଥିଲେ। ଚଳିତ ବର୍ଷ ପାଳିତ ହୋଇଥିବା ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ଯୋଗଦେବା ପାଇଁ ଘୋଡା ଚାଳିତ ରଥ ଚୟନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୫୦ ବର୍ଷ ପୁରୁଣା ପରମ୍ପରାକୁ ପୁନର୍ଜୀବିତ କରିଥିଲେ। ଏହା ସହିତ ଯଦି ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହୋଇଥିବା ଅନ୍ୟ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଏ, ତାହେଲେ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦେଉଥିବା ତାଙ୍କ ବଡିଗାର୍ଡ ୟୁନିଟ୍ ୨୫୦ ବର୍ଷ ସେବା ସମାପ୍ତ କରିଛି।

୨୫୦ ବର୍ଷ ସେବା ସମାପ୍ତ କରିଛି ରାଷ୍ଟ୍ରପତିଙ୍କ ବଡିଗାର୍ଡ ୟୁନିଟ୍
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ଇମାନୁଏଲ ମାକ୍ରୋନ୍ ଏକ ପାରମ୍ପାରିକ ବଗି ଯୋଗେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କର୍ତ୍ତବ୍ୟ ପଥରେ ପହଞ୍ଚିଥିଲେ। ଚଳିତ ବର୍ଷ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ଅବସରରେ ଏକ ପୁରୁଣା ପରମ୍ପରା ପୁନର୍ଜୀବିତ ହୋଇଛି। କାରଣ ଏହାକୁ ପ୍ରାୟ ୪୦ ବର୍ଷ ପୂର୍ବେ ବନ୍ଦ କରି ଦିଆଯାଇଥିଲା। ଆଜକୁ ପ୍ରାୟ ୪୦ ବର୍ଷ ପୂର୍ବେ ରାଷ୍ଟ୍ରପତି ଭବନରୁ ହଟାଇ ଦିଆଯାଇଥିଲା। ଏଥର ପାରମ୍ପାରିକ ରଥରେ ଫ୍ରାନ୍ସ ପ୍ରତିପତ୍ର ଇମାନୁଏଲ ମାକ୍ରୋନଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କର୍ତ୍ତବ୍ୟପଥକୁ ନିଆଯାଇଥିଲା। ରାଷ୍ଟ୍ରପତିଙ୍କ ବଡି ଗାର୍ଡ ଆକର୍ଷଣୀୟ ଲାଲ୍ ୟୁନିଫର୍ମ ପିନ୍ଧି ଘୋଡା ଉପରେ ଚଢି ରଥ ସହିତ ଯାଇଥିଲେ। 

ରାଷ୍ଟ୍ରପତିଙ୍କ ବଡିଗାର୍ଡ ୟୁନିଟ ପାଇଁ କାହାକୁ କରାଯାଇଥାଏ ଚୟନ?
ରାଷ୍ଟ୍ରପତିଙ୍କ ବଡିଗାର୍ଡ ୟୁନିଟ ଏକ ସ୍ୱତନ୍ତ୍ର ଅଶ୍ୱାରୋହୀ ପ୍ଲାଟୁନ୍। ସେମାନଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ଭାରତର ରାଷ୍ଟ୍ରପତିଙ୍କୁ ସୁରକ୍ଷା ପ୍ରଦାନ କରିବା। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ କେବଳ ସେମାନଙ୍କୁ ଚୟନ କରାଯାଇଥାଏ ଯାହାର ଉଚ୍ଚତା ୬ ଫୁଟ କିମ୍ବା ଏହା ଠାରୁ ଅଧିକ ହୋଇଥାଏ। ଯେଉଁଥିରେ କେବଳ ରାଜପୁତ, ଜାଟ ଏବଂ ଶିଖ ଜାଟ ସୈନିକ ଚୟନ କରାଯାଇଥାଏ। ଏହି ୟୁନିଟ୍ ପ୍ରତିଷ୍ଠା ସମୟରେ ଏଥିରେ କେବଳ ୫୦ ସୈନିକ ରହିଥିଲେ।

ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କ ରହିଛି ଆକର୍ଷଣୀୟ ଇତିହାସ
ଏହା ହେଉଛି ଭାରତୀୟ ସେନାର ସର୍ବ ପୁରାତନ ରେଜିମେଣ୍ଟ। ବ୍ରିଟିଶ ଶାସନ କାଳରେ ପ୍ରାୟ ୨୫୦ ବର୍ଷ ପୂର୍ବେ ତତ୍କାଳୀନ ଗଭର୍ଣ୍ଣର-ଜେନେରାଲ ଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ଭାବେ ଏହି ୟୁନିଟ ଗଠିତ ହୋଇଥିଲା। ଜେନେରାଲ୍ ୱାରେନ୍ ହାଷ୍ଟିଙ୍ଗନ୍ ନିଜକୁ ରକ୍ଷା କରିବା ପାଇଁ ୧୭୭୩ ମସିହାରେ ଉତ୍ତର ପ୍ରଦେଶର ବନାରସ ଠାରେ ଅଶ୍ୱାରୋହୀଙ୍କ ଏକ ୟୁନିଟ୍ ଗଠନ କରିଥିଲେ। ଏହା ପୂର୍ବରୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ବ୍ରିଟିଶ ସେନାରେ କୌଣସି ଅଶ୍ୱାରୋହୀ ଦଳ ନଥିଲେ। ଅବଶ୍ୟ ବ୍ରିଟିଶ ରାଜ ପରିବାର ବଗି ଦ୍ୱାରା ଯାତ୍ରା କରୁଥିଲେ। ହେଷ୍ଟିଙ୍ଗନ୍ ମୋଗଲ ଘୋଡା ଏବଂ ସ୍ଥାନୀୟ ଅଧିନାୟକଙ୍କ ଦ୍ୱାରା ଗଠିତ ଏକ ୟୁନିଟ ପାଖରୁ ପ୍ରାୟ ୫୦ ସୈନିକଙ୍କୁ ମନୋନୀତ କରିଥିଲେ। ଏହି ୟୁନିଟ୍ ର ପ୍ରଥମ କମାଣ୍ଡର ଥିଲେ କ୍ୟାପ୍ଟେନ ସ୍ୱିନି ଟୁନ୍। ସେହି ସମୟରେ ଗଭର୍ଣ୍ଣର ଜେନେରାଲ ଙ୍କ ସୁରକ୍ଷା ପାଇଁ ଗଠିତ ଏହି ୟୁନିଟ୍ ରେ ଜଣେ ଅଧିନାୟକ, ୨ ଲେଫ୍ଟନାଣ୍ଟ, ୪ ସାର୍ଜେଣ୍ଟ, ୬ କମାଣ୍ଡର ଏବଂ ୫୦ ସୈନିକ ରହିଥିଲେ। ପରେ ଆବଶ୍ୟକତା ଅନୁଯାୟୀ ସେମାନଙ୍କ ସଂଖ୍ୟା ବୃଦ୍ଧି କରାଯାଇଥିଲା।