ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ବେଶ୍ ପରିଚିତ ତିନିଜଣ କଳାକାରଙ୍କୁ ଉସସ୍ତାଦ୍ ବିସ୍ମିଲ୍ଲା ଖାନ୍ ଯୁବ ପୁରସ୍କାର ପ୍ରଦାନ କରାଯିବ। ସେମାନେ ହେଲେ, ରରୂପା ଗାୟତ୍ରୀ ପଣ୍ଡା, ଦେବାଶୀଷ ପଟ୍ଟନାୟକ ଏବଂ ଆଲୋକ ବିଶୋଇ। ଆସନ୍ତା କାଲି ଏହି ପୁରସ୍କାର ପ୍ରଦାନ କରାଯିବ। ଡ. ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ପିଆଇବି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅପୂର୍ବାଙ୍କୁ ୨୦୨୨ ପାଇଁ ପୁରସ୍କାର ପ୍ରଦାନ କରାଯିବାକୁଥିବା ବେଳେ ୨୦୨୩ ପାଇଁ ଦେବାଶୀଷ ଏବଂ ଲୋକ ନୃତ୍ୟ ଓ ବାଦ୍ୟ କ୍ଷେତ୍ରରେ ବିଶେଷ ଅବଦାନ ଲାଗି ଶ୍ରୀ ବିଶୋୟୀଙ୍କୁ ୨୦୨୩ ବର୍ଷର ପୁରସ୍କାର ମିଳିବ।
ମିଳିଥିବା ସୂଚନା ଅନୁସାରେ. ଏହି କାର୍ଯ୍ୟକ୍ରମକୁ ଡ. ସନ୍ଧ୍ୟା ପରିଚ୍ଛାଙ୍କ ଦ୍ୱାରା ପରିଚାଳନା କରାଯିବ। ସଙ୍ଗୀତ ନାଟକ ଏକାଡେମୀର ଅଧ୍ୟକ୍ଷ ଊମା ନନ୍ଦୂରୀ ଏବଂ ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉମା ନନ୍ଦୁରୀ ଯୋଗ ଦେବେ।