Guarantee VS Warranty: ଗ୍ୟାରେଣ୍ଟି ଓ ୱାରେଣ୍ଟି ମଧ୍ୟରେ ପାର୍ଥକ୍ୟ କ’ଣ? ଏହାକୁ ନେଇ ପ୍ରାୟତଃ ଲୋକ ଦ୍ୱନ୍ଦ୍ୱରେ ପଡ଼ନ୍ତି! ଜାଣନ୍ତୁ ସଠିକ୍ ଉତ୍ତର
Advertisement

Guarantee VS Warranty: ଗ୍ୟାରେଣ୍ଟି ଓ ୱାରେଣ୍ଟି ମଧ୍ୟରେ ପାର୍ଥକ୍ୟ କ’ଣ? ଏହାକୁ ନେଇ ପ୍ରାୟତଃ ଲୋକ ଦ୍ୱନ୍ଦ୍ୱରେ ପଡ଼ନ୍ତି! ଜାଣନ୍ତୁ ସଠିକ୍ ଉତ୍ତର

Difference Between Guarantee And Warranty: ଆପଣ ଅନେକ ଜିନିଷ କିଣିବା ବେଳେ ବିକ୍ରେତା କମ୍ପାନୀ ଦ୍ୱାରା ଆପଣଙ୍କୁ ଏକ ଗ୍ୟାରେଣ୍ଟି କିମ୍ବା ୱାରେଣ୍ଟି ମିଳିଥାଏ । ଏହା ସେହି ଜିନିଷରେ ବିଶ୍ୱସନୀୟତାକୁ ସୂଚାଏ । ତେବେ ଏହି ଗ୍ୟାରେଣ୍ଟି ଓ ୱାରେଣ୍ଟି ମଧ୍ୟରେ ପାର୍ଥକ୍ୟକୁ ନେଇ ଅନେକ ଦ୍ୱନ୍ଦ୍ୱରେ ପଡ଼ନ୍ତି । ସରଳ ଭାଷାରେ ବୁଝନ୍ତୁ ଭୟର ପାର୍ଥକ୍ୟ...

ସାଙ୍କେତିକ ଛବି

Guarantee Vs Warranty: ଯେତେବେଳେ ବି ଆମେ ବଜାରରୁ କୌଣସି କମ୍ପାନୀର ସାମଗ୍ରୀ କିଣୁ, କମ୍ପାନୀ ଆମକୁ ସେହି ପ୍ରଡକ୍ଟ ଉପରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଗ୍ୟାରେଣ୍ଟି (Guarantee) କିମ୍ବା ୱାରେଣ୍ଟି (Warranty) ଦେଇଥାଏ । ଯଦିଓ, ଗ୍ୟାରେଣ୍ଟି କିମ୍ବା ୱାରେଣ୍ଟି ପ୍ରଡକ୍ଟ ଗୁଡ଼ିକ ଟିକେ ମହଙ୍ଗା ଥାଏ, ତଥାପି ଏହାର ସାଧାରଣ ପ୍ରଡକ୍ଟ ଅପେକ୍ଷା ଭଲ । ଗ୍ୟାରେଣ୍ଟି ଓ ୱାରେଣ୍ଟି ଉଭୟ ଭିନ୍ନ ଜିନିଷ । ବହୁତ ଲୋକ ଅଛନ୍ତି ଯେଉଁମାନେ ଉଭୟର ପାର୍ଥକ୍ୟ ଜାଣନ୍ତି ନାହିଁ ଓ ଏହାକୁ ସମାନ ବୋଲି ଭାବନ୍ତି । ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ଏହା ମଧ୍ୟରେ ପାର୍ଥକ୍ୟ ଜାଣନ୍ତି, କିନ୍ତୁ ଏହାକୁ ନେଇ ସବୁବେଳେ ଦ୍ୱନ୍ଦ୍ୱରେ ଥାନ୍ତି । ଆଜି ଏହି ଆର୍ଟିକିଲ୍ ମାଧ୍ୟମରେ, ଆମେ ଆପଣଙ୍କୁ ଉଭୟର ପାର୍ଥକ୍ୟକୁ ବୁଝାଉଛୁ ।

ୱାରେଣ୍ଟିର ଅର୍ଥ କ’ଣ?
ଯେତେବେଳେ ବି ଆମେ ଏକ ଦୋକାନରୁ କୌଣସି ଜିନିଷ କିଣୁ ଓ ଦୋକାନୀ ଆମକୁ କୁହନ୍ତି ଯେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସେହି ପ୍ରଡକ୍ଟର ୱାରେଣ୍ଟି ଅଛି, ଏହାର ଅର୍ଥ ହେଉଛି ବିକ୍ରେତା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଗ୍ରାହକଙ୍କୁ ଏକ ଆଶ୍ୱାସନା ପ୍ରଦାନ କରେ ଯେ ଯଦି ସେହି ପ୍ରଡକ୍ଟ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଖରାପ ହୋଇଯାଏ, ତେବେ ବିକ୍ରେତା କିମ୍ବା ସେହି କମ୍ପାନୀ ଆପଣଙ୍କୁ ବିନା ମୂଲ୍ୟରେ ତାହାକୁ ମରାମତି କରିବେ । ଯଦି ଆପଣ ଏହାର ଲାଭ ନେବାକୁ ଚାହାଁନ୍ତି, ତେବେ ସେହି ଆଇଟମର ଏକ ବିଲ୍ ଆପଣଙ୍କ ପାଖେ ରହିବା ଆବଶ୍ୟକ ।

ଉଦାହରଣ ସ୍ୱରୂପ, ଧରାଯାଉ ଆପଣ ଏକ ୱାଶିଂ ମେସିନ୍ କିମ୍ବା କୌଣସି ଇଲେକ୍ଟ୍ରୋନିକ୍ ଆଇଟମ୍ କିଣିଛନ୍ତି, ଯାହା ଉପରେ ଆପଣଙ୍କୁ ୧ ବର୍ଷର ୱାରେଣ୍ଟି ଦିଆଯାଇଛି । ଏପରି ପରିସ୍ଥିତିରେ, ଯଦି ଗୋଟିଏ ବର୍ଷ ମଧ୍ୟରେ ଏଥିରେ କୌଣସି ତ୍ରୁଟି ଦେଖାଯାଏ, ତେବେ କୌଣସି ଟଙ୍କା ନ ଦେଇ ସେହି ଦୋକାନୀ କିମ୍ବା କମ୍ପାନୀ ଦ୍ୱାରା ଆପଣ ଏହାକୁ ମରାମତି କରିପାରିବ । କିନ୍ତୁ ଏଥିପାଇଁ ଆପଣଙ୍କର ପାଖରେ ଏହାର ଅର୍ଜିନାଲ ବିଲ୍ କିମ୍ବା ମିଳିଥିବା ୱାରେଣ୍ଟି କାର୍ଡ ଥିବା ଆବଶ୍ୟକ । ସେଥିପାଇଁ ୱାରେଣ୍ଟି ଆଇଟମ୍ କିଣିବାବେଳେ, ବିଲ୍ ଓ ଆପଣଙ୍କର ୱାରେଣ୍ଟି କାର୍ଡ ନିଶ୍ଚିତ ଦେଖନ୍ତୁ ଓ ଏହାକୁ ସୁରକ୍ଷିତ ରଖନ୍ତୁ ।

ଗ୍ୟାରେଣ୍ଟିର ଅର୍ଥ କ’ଣ?
ଯଦି ବିକ୍ରେତା କିମ୍ବା କମ୍ପାନୀ ଦ୍ୱାରା କିଣାଯାଇଥିବା ଆଇଟମ୍ ଉପରେ ଗ୍ରାହକଙ୍କୁ ୧ ବର୍ଷର ଗ୍ୟାରେଣ୍ଟି ଦିଆଯାଇଛି, ତେବେ ଏହାର ଅର୍ଥ ହେଉଛି ଯଦି ଏହି ଗ୍ୟାରେଣ୍ଟି ସମୟ ମଧ୍ୟରେ ଆପଣଙ୍କର ସେହି ଆଇଟମ୍ ଖରାପ ହୋଇଗଲେ, ଆପଣ ଏହା ବଦଳରେ ଏକ ନୂଆ ଆଇଟମ୍ ପାଇପାରିବେ । ଏହା ମଧ୍ୟ, କେବଳ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କରାଯାଇଥାଏ । ଏହା ବ୍ୟତୀତ, ଗ୍ରାହକଙ୍କ ପାଖରେ ସେହି ଆଇଟମର ଏକ  ଅର୍ଜିନାଲ ବିଲ୍ କିମ୍ବା ଗ୍ୟାରେଣ୍ଟି କାର୍ଡ ଥିବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ: IIM Study: ଘରେ ବିନା ଦରମାରେ ସାତ ଘଣ୍ଟାରୁ ଅଧିକ କାମ କରନ୍ତି ମହିଳା, ପୁରୁଷମାନେ ତିନି ଘଣ୍ଟାରୁ କମ୍: ରିପୋର୍ଟ

ଏହା ବି ପଢ଼ନ୍ତୁ: Jaya Kishori: ନିଜ ବିବାହକୁ ନେଇ ବଡ଼ ଖୁଲାସା କଲେ ପ୍ରବଚିକା ଜୟା କିଶୋରୀ, କହିଲେ ମୋତେ ଏପରି ସ୍ୱାମୀ ଦରକାର!