Rahul Gandhi: ହିନ୍ଦୁ ଧର୍ମକୁ ନେଇ ସୋସିଆଲ ମିଡିଆରେ ବୁଝାଇଲେ ରାହୁଲ ଗାନ୍ଧୀ
Advertisement

Rahul Gandhi: ହିନ୍ଦୁ ଧର୍ମକୁ ନେଇ ସୋସିଆଲ ମିଡିଆରେ ବୁଝାଇଲେ ରାହୁଲ ଗାନ୍ଧୀ

Rahul Gandhi: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ 'ସତ୍ୟ ଶିବମ୍ ସୁନ୍ଦରମ୍ ଲେଖି ହିନ୍ଦୁ ଧର୍ମ ଉପରେ ଦେଢ ପୃଷ୍ଠାର ଆର୍ଟିକିଲ୍ ସେୟାର କରିଥିଲେ ରାହୁଲ ଗାନ୍ଧୀ ।

Rahul Gandhi: ହିନ୍ଦୁ ଧର୍ମକୁ ନେଇ ସୋସିଆଲ ମିଡିଆରେ ବୁଝାଇଲେ ରାହୁଲ ଗାନ୍ଧୀ

Rahul Gandhi: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X) ମାଧ୍ୟମରେ ନିଜର ମତ ପ୍ରକାଶ କରିଛନ୍ତି । ଦେଢ ପୃଷ୍ଠାର ଆର୍ଟିକିଲ (Article) ଅପଲୋଡ କରିବା ସହିତ ସେଥିରେ ହିନ୍ଦୁ ଧର୍ମ କ’ଣ ତାହା ବୁଝାଇଛନ୍ତି। ଏହି ଲେଖାରେ କଂଗ୍ରେସ ନେତା ରାହୁଲ ସନାତନ ଧର୍ମ ସମ୍ପର୍କରେ  ପ୍ରକୃତ ଅର୍ଥ ବ୍ୟାଖ୍ୟା କରିଥିବା ଦେଖିବାକୁ ମିଳିଛି । ରାହୁଲ କହିଛନ୍ତି ଯେ, ଦୁର୍ବଳମାନଙ୍କୁ ସୁରକ୍ଷା ଦେବା ହେଉଛି ଧର୍ମ । ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ନିଜ ପଥ ଅନୁସରଣ କରିବାର ଅଧିକାର ରହିଛି।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ହିନ୍ଦୁ ଧର୍ମ ବିଷୟରେ ଦେଢ ପୃଷ୍ଠାର ଲେଖା ଲେଖିଛନ୍ତି । ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ (X)ରେ ସେୟାର ହୋଇଥିବା ପୋଷ୍ଟରେ ଲେଖା ଅଛି ଯେ, ଜଣେ ହିନ୍ଦୁ ଯିଏକି ସମସ୍ତ ଭୟକୁ ଦୂରକରି ସାଧୁତାର ସହିତ ସମୁଦ୍ରକୁ ଦେଖିବାର ସାହସ କରିଥାଏ । କେବଳ  ଏହା ନୁହେଁ ଏଥି ସହିତ ଅନେକ କିଛି ଲେଖାଯାଇଛି । ଶୀର୍ଷକରେ ରାହୁଲ ଲେଖିଛନ୍ତି ଯେ, “ସତ୍ୟମ୍ ଶିବମ୍ ସୁନ୍ଦରମ୍”।ଦୁର୍ବଳଙ୍କୁ ସୁରକ୍ଷା ଦେବା ହିନ୍ଦୁ ଧର୍ମର କର୍ତ୍ତବ୍ୟ ବୋଲି ରାହୁଲ ଗାନ୍ଧୀ ମତବ୍ୟକ୍ତ କରିଛନ୍ତି। ଜଣେ ହିନ୍ଦୁ ବ୍ୟକ୍ତି ଉଦାରତାର ସହ ନିଜ ଅସ୍ତିତ୍ୱର ସମସ୍ତ ପରିବେଶକୁ ଦୟା ଏବଂ ସମ୍ମାନର ସହିତ ଗ୍ରହଣ କରିଥାଏ । କାରଣ ହିନ୍ଦୁ ବ୍ୟକ୍ତି ଜାଣନ୍ତି ଯେ, ଆମେ ସମସ୍ତେ ଜୀବନର ଏକ ସମୁଦ୍ରର ଯାତ୍ରୀ । ସେ କହିଛନ୍ତି ଯେ, ହିନ୍ଦୁ ଧର୍ମ କେବଳ କିଛି ସାଂସ୍କୃତିକ ବିଶ୍ୱାସରେ ସୀମିତ ବୋଲି କହିବା ଠିକ ନୁହେଁ । ଏହାକୁ ଏକ ନିର୍ଦ୍ଦିଷ୍ଟ ରାଷ୍ଟ୍ର କିମ୍ବା ଅଞ୍ଚଳ ସହିତ ବାନ୍ଧି ରଖିବା ମଧ୍ୟ ଏହା ପାଇଁ ଅପମାନ ସଦୃଶ୍ୟ ।

ସମସ୍ୟାର ସମାଧାନ ଖୋଜିବା ହେଉଛି ହିନ୍ଦୁ ଧର୍ମ - ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀ ଏକଥା ମଧ୍ୟ ଲେଖିଛନ୍ତି, “ଭୟ ସହିତ ନିଜର ସମ୍ପର୍କକୁ ବୁଝିବା ପାଇଁ ମଣିଷ ଉଭାବନ କରିଥିବା ଏକ ପଦ୍ଧତି ରହିଛି । ହିନ୍ଦୁ ଧର୍ମ ହେଉଛି ସତ୍ୟକୁ ଗ୍ରହଣ କରିବାର ଏକ ଉପାୟ । ଏହି ମାର୍ଗଟି ଗୋଟିଏ କିମ୍ୱା ଦୁଇ କିଲୋମିଟର ଲମ୍ବାର ରାସ୍ତା ନୁହେଁ । ଏହି ମାର୍ଗରେ ଚାଲିବାକୁ ଚାହୁଁଥିବା ସମସ୍ତଙ୍କ ପାଇଁ ଏହା ଉପଲବ୍ଧ । ହିନ୍ଦୁମାନଙ୍କର ଧର୍ମ ହେଉଛି ତାହା ଯାହା ଅସହାୟଙ୍କର ଦୁଃଖ ଦୂର କରିବାର ଇଚ୍ଛା ପ୍ରକାଶ କରିବା ।

ସମସ୍ତଙ୍କର ନିଜ ପଥ ଅନୁସରଣ କରିବାର ଅଧିକାର ଅଛି - ରାହୁଲ ଗାନ୍ଧୀ 

ରାହୁଲ ଗାନ୍ଧୀ ଆହୁରୀ ମଧ୍ୟ କହିଛନ୍ତି ଯେ, ନିଜସ୍ୱ ଶୈଳୀରେ ଜୀବନ ଜିଇଁବା ପାଇଁ ପ୍ରତ୍ୟକଙ୍କର ଅଧିକାର ରହିଛି । ​​ସମସ୍ତେ ନିଜ ରାସ୍ତାରେ ଚାଲିବାକୁ ପସନ୍ଦ କରନ୍ତି ଓ ସେମାନଙ୍କର ଉପସ୍ଥିତିକୁ ନିଜର ବୋଲି ଗ୍ରହଣ କରନ୍ତି । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଯେଉଁ ସମୟରେ ସନାତନ ଧର୍ମକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଛି ସେହି ସମୟରେ ରାହୁଲ ଗାନ୍ଧୀଙ୍କ ଏହି ଲେଖାକୁ ନେଇ ଅନେକ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟାନିଧି ନିକଟରେ ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ଦେଇଥିଲେ। ଷ୍ଟାଲିନଙ୍କ ଦଳ ଡିଏମକେ ବିରୋଧୀ ସହଯୋଗୀ INDIA ର ଏକ ଅଂଶ । ଏ ସମ୍ପର୍କରେ ଶାସକ ଦଳ ବିରୋଧୀଙ୍କୁ ଅନେକ ସମୟରେ ଆକ୍ରମଣ କରୁଥିବାର ଅଭିଯୋଗ ଆସିଥିଲା ।

Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Also Read- World's 6 Corrupted Politicians: ବିଶ୍ୱ ଇତିହାସର ୬ ଭ୍ରଷ୍ଟ ରାଜନେତାଙ୍କ ବିଷୟରେ ଜାଣନ୍ତୁ