Amritpal Singh Arrested: ଶେଷ ହେଲା ମିଶନ ଅମୃତପାଲ ସିଂ, ହେପାଜତକୁ ନେଲା ପୋଲିସ
Advertisement
Article Detail0/zeeodisha/odisha1615958

Amritpal Singh Arrested: ଶେଷ ହେଲା ମିଶନ ଅମୃତପାଲ ସିଂ, ହେପାଜତକୁ ନେଲା ପୋଲିସ

Amritpal Singh: ଦୀର୍ଘ ସମୟର କସରତ ପରେ  ଅମୃତପାଲ ସିଂଙ୍କୁ ବାନ୍ଧିଲା ପୋଲିସ । ଏହାପୂର୍ବରୁ ତାଙ୍କର ୬ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ । 

ସୌ(ସୋସିଆଲ ମିଡିଆ)

Amritpal Singh Arrested: ଖଲିସ୍ତାନ(khalistan) ସମର୍ଥକ ଅମୃତପାଲ ସିଂଙ୍କୁ ହେପାଜତକୁ ନେଇଛି ପୋଲିସ । ଏହାପୂର୍ବରୁ ତାଙ୍କର ୬ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ । ୱାରିସ୍ ପଞ୍ଜାବ ଦେ (Waris Punjab De) ସଂଗଠନର ମୁଖ୍ୟ ଅମୃତପାଲ ସିଂ(Amritpal Singh) ଙ୍କ କିଛି ସମର୍ଥକ ସୋସିଆଲ ମିଡ଼ିଆରେ କିଛି ଭିଡ଼ିଓ ସେୟାର କରିଥିଲେ । ଯେଉଁଥିରେ ସେମାନେ ତାଙ୍କ ପଛରେ ପୋଲିସ ପଡ଼ିଥିବା ନେଇ ଦାବି କରିଥିଲେ । ଗୋଟିଏ ଭିଡ଼ିଓରେ ଅମୃତପାଲ ସିଂଙ୍କୁ ଏକ ଗାଡ଼ିରେ ବସିଥିବାର ମଧ୍ଯ ଦେଖିବାକୁ ମିଳିଥିଲା । ସେଥିରେ ତାଙ୍କର ଜଣେ ସହଯୋଗୀଙ୍କ ତାଙ୍କ ପଛରେ ପୋଲିସ ପଡ଼ିଥିବା କହୁଥିବା ଶୁଣିବାକୁ ମିଳିଥିଲା ।

ଅନ୍ୟ ଜଣେ ସମର୍ଥକ ଏହି ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ଦାବି କରୁଛନ୍ତି ଯେ ପୋଲିସ କର୍ମଚାରୀମାନେ ତାଙ୍କୁ ଗୋଡ଼ାଉଛନ୍ତି। ଗତ ମାସରେ ଅମୃତପାଲ ଓ ତାଙ୍କ ସମର୍ଥକମାନେ ଖଣ୍ଡା ଓ ପିସ୍ତଲ ନେଇ ଅମୃତସର ସହର ସୀମାନ୍ତରେ ଥିବା ଅଜନାଲା ପୋଲିସ ଷ୍ଟେସନରେ ପ୍ରବେଶ କରିଥିଲେ। ଜଣେ ଘନିଷ୍ଠ ବନ୍ଧୁଙ୍କୁ ପୋଲିସ କବଳରୁ ମୁକ୍ତ କରିବା ପାଇଁ ଅମୃତପାଲ ଓ ପୋଲିସଙ୍କ ମଧ୍ଯରେ ସଂଘର୍ଷ ହୋଇଥିଲା। ୱାରିସ୍ ପଞ୍ଜାବ ଦେ (Waris Punjab De) ନାମକ ଏହି ସଂଗଠନକୁ ଦୀପ ସିଦ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ଦୀପ ସିଦ୍ଧୁଙ୍କର ଗତ ବର୍ଷ ଫେବୃଆରୀରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହି ସମୟ ମଧ୍ୟରେ ପଞ୍ଜାବ ଅନେକ ଜିଲ୍ଲାରେ ରବିବାର ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଛି । ଶାନ୍ତି ବଜାୟ ରଖିବା ପାଇଁ ପଞ୍ଜାବ ପୋଲିସ ଟ୍ୱିଟ କରି ଲୋକଙ୍କୁ ନିବେଦନ କରିଛି। ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପଞ୍ଜାବ ପୋଲିସ( Panjab Police) କାର୍ଯ୍ୟ କରୁଛି। ଭୟଭୀତ ହୋଇ ଗୁଜବ ପ୍ରଚାର ନକରିବାକୁ ପୋଲିସ ଲୋକଙ୍କୁ ନିବେଦନ କରିଛି।

Also Read-Night Clubs: ଏମିତି କ୍ଲବ ଯେଉଁଠି ମିଳେ ନାହିଁ ମଦ କି ସିଗାରେଟ୍, ଡ଼ିଜେରେ ବାଜେ ଭଜନ

କିଏ ଏହି ଅମୃତପାଲ ସିଂ?

ଅମୃତପାଲ ସିଂ ଅମୃତସର ଜିଲ୍ଲାର ଜଲୁପୁର ଖେଡା ଗାଁର ବାସିନ୍ଦା । ସେ କାମ ପାଇଁ ୨୦୧୨ରେ ଦୁବାଇ (Dubai)  ଯାଇଥିଲେ। ସେପ୍ଟେମ୍ବର ୨୦୨୨ ରେ ସେଠାରୁ ଭାରତ ଫେରିଥିଲେ । ସେପ୍ଟେମ୍ବର ମାସରେ, ସେ ଖଲିସ୍ତାନୀ ସମର୍ଥକ ଦୀପ ସିଦ୍ଧୁଙ୍କ ସଂଗଠନ 'ୱାରିସ୍ ପଞ୍ଜାବ ଦେ'ର ମୁଖ୍ୟ ହୋଇଥିଲେ । ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ସହିତ ଅମୃତପାଲ ସିଂଙ୍କର ନିଜର ସେନା ଅଛି। ପୋଲିସର ରେକର୍ଡ ଅନୁଯାୟୀ, ଅମୃତପାଲଙ୍କ ବିରୋଧରେ ଅନେକ ବିବାଦ, ଅପହରଣ ଓ ଧମକ ମାମଲା ରହିଛି। ନିକଟରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧମକ ଦେଇ କହିଥିଲେ ଯେ ତାଙ୍କ ଅବସ୍ଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭଳି ହେବ। ଅମୃତପାଲଙ୍କ ସଂଗଠନ 'ୱାରିସ୍ ପଞ୍ଜାବ ଦେ' ହେଉଛି ଦୀପ ସିଦ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ହାର୍ଦ୍ଦିକଙ୍କ ଏକ ସଂଗଠନ।