Acid Attack First Aid: ଏସିଡ୍ ଆଟାକ ହେଲେ ତୁରନ୍ତ କରନ୍ତୁ ଏହି କାମ, ହେବନି ବଡ କ୍ଷତି
Advertisement
Article Detail0/zeeodisha/odisha1486426

Acid Attack First Aid: ଏସିଡ୍ ଆଟାକ ହେଲେ ତୁରନ୍ତ କରନ୍ତୁ ଏହି କାମ, ହେବନି ବଡ କ୍ଷତି

Acid Attack First Aid: ଏସିଡ ଆକ୍ରମଣ ଏକ ଆଇନଗତ ଅପରାଧ । ଆଇନ କଠୋର ହୋଇଥିଲେ ମଧ୍ୟ ଦିନକୁ ଦିନ ଏସିଡ୍ ଆକ୍ରମଣ(Acid Attack) ବଢୁଛି । ଏସିଡ୍ ଆକ୍ରମଣରୁ ବର୍ତ୍ତିବା ସହ ଏହାର ପ୍ରାଥମିକ ଚିକିତ୍ସା ବିଷୟରେ ଜାଣିବା ନିହାତି ଆବଶ୍ୟକ । ଏସିଡ୍ ଆକ୍ରମଣ ପରେ ୫ ମିନିଟ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏବଂ ଏହି ସମୟ ମଧ୍ୟରେ ଯଦି କିଛି ପଦକ୍ଷେପ ଗ୍ରହଣ କରିବେ । ତେବେ ଆପଣ ନିଜ ଶରୀର ଓ ମୁହଁକୁ ଜଳି ନଷ୍ଟ ହେବା ପୂର୍ବରୁ ରକ୍ଷା କରିପାରିବେ।

ସୌଜନ୍ୟ : ସୋସିଆଲ ମିଡିଆ

Acid Attack First Aid: ଏସିଡ ଆକ୍ରମଣ ଏକ ଆଇନଗତ ଅପରାଧ । ଆଇନ କଠୋର ହୋଇଥିଲେ ମଧ୍ୟ ଦିନକୁ ଦିନ ଏସିଡ୍ ଆକ୍ରମଣ(Acid Attack) ବଢୁଛି । ଏସିଡ୍ ଆକ୍ରମଣରୁ ବର୍ତ୍ତିବା ସହ ଏହାର ପ୍ରାଥମିକ ଚିକିତ୍ସା ବିଷୟରେ ଜାଣିବା ନିହାତି ଆବଶ୍ୟକ । ଏସିଡ୍ ଆକ୍ରମଣ ପରେ ୫ ମିନିଟ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏବଂ ଏହି ସମୟ ମଧ୍ୟରେ ଯଦି କିଛି ପଦକ୍ଷେପ ଗ୍ରହଣ କରିବେ । ତେବେ ଆପଣ ନିଜ ଶରୀର ଓ ମୁହଁକୁ ଜଳି ନଷ୍ଟ ହେବା ପୂର୍ବରୁ ରକ୍ଷା କରିପାରିବେ। ନିଆଁରେ ଜଳିବା ଏବଂ ଏସିଡରେ ଜଳିବା ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ଅମ୍ଳରେ ଥିବା ରାସାୟନିକ ଶରୀର ଉପରେ ଶୀଘ୍ର ବ୍ୟାପିଥାଏ ଏବଂ ସେହି ସମୟରେ ଏହା ତରଳିବା ଏବଂ ଶରୀରର ଅଙ୍ଗଗୁଡ଼ିକୁ ଷ୍ଟିକ୍ କରିବା ଆରମ୍ଭ କରେ। ଏହି କାରଣରୁ, ଚର୍ମର ଅନେକ ଅଂଶ ଶିଘ୍ର ଜଳିଯାଏ । ଯଦି ଆପଣ ଏସିଡ ଆକ୍ରମଣର ଶୀକାର ହେଉଛନ୍ତି , ତେବେ ସେଥିରୁ କିପରି ରକ୍ଷା ପାଇପାରିବେ ସେନେଇ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ଅଧିକାଂଶରେ ସଲଫୁରିକ୍ ଏସିଡ୍ ଏବଂ ନାଇଟ୍ରିକ୍ ଏସିଡ୍ ରେ ବ୍ୟବହୃତ ହୁଏ। ଯାହାକି କିଛି ନଷ୍ଟ କରିଥାଏ । ଯଦି ଶରୀରର କୌଣସି ଅଙ୍ଗରେ ଏସିଡ୍ ପଡେ, ତେବେ ତୁରନ୍ତ ଏହି ପଦକ୍ଷେପ ଗ୍ରହଣ କରନ୍ତୁ ।

- ମୁହଁ ବ୍ୟତୀତ, ଯଦି ଶରୀରର କୌଣସି ଅଂଶର ଏସିଡ ପଡିଛି, ଯାହା ପୋଷାକରେ ଆବୃତ ହୋଇଛି । ତେବେ ସର୍ବପ୍ରଥମେ ସେଠାରୁ ପୋଷାକ କିମ୍ବା ପିନ୍ଧିଥିବା ଗହଣା କାଢି ଦିଅନ୍ତୁ । ତେବେ, ପୀଡିତଙ୍କ ଶରୀରୁ ପୋଷାକ କିମ୍ବା ପିନ୍ଧିଥିବା ଗହଣାକୁ ଅତି ଯତ୍ନର ସହକାରେ କାଢିବା ଉଚିତ୍ । ଯେପରି ପୀଡିତ ପିନ୍ଧିଥିବା କପଡା ଶରୀରର ଅନ୍ୟ କୌଣସି ଅଂଶରେ ଲାଗିବା ଉଚିତ୍ ନୁହେଁ । ଯଦି ଆପଣଙ୍କ ପୀଡିତ ପିନ୍ଧିଥିବା କପଡା ବାହାର କରିପାରୁ ନାହାଁନ୍ତି। ତେବେ, ଆପଣ ତାହାକୁ ପୀଡିତଙ୍କ ଶରୀରୁ କାଟିକି ବାହାର କରିପାରିବେ।   

- ଯଦି ଶରୀରର ଏକ ବଡ ଅଂଶରେ ଏସିଡ୍ ପଡେ, ତେବେ ପୀଡିତାଙ୍କୁ ପ୍ରାୟ ଏକ ଘଣ୍ଟା ଧରି ପାଣିରେ ବସାଇ ରଖନ୍ତୁ । ଧ୍ୟାନ ରଖନ୍ତୁ ଯେ, ପୋଡି ଯାଇଥିବା ସ୍ଥାନରେ ଯେପରି ପାଣି ଲାଗିବ । ଏହା ଆଭ୍ୟନ୍ତରୀଣ ଟିସୁ କ୍ଷତିରୁ ରକ୍ଷା ପାଇବ ଏବଂ କ୍ଷତ ଗଭୀର ହେବ ନାହିଁ। ଏହା ରାସାୟନିକ ପଦାର୍ଥର ପ୍ରସାର ଏବଂ ଶରୀରରେ ଜଳିବା ବନ୍ଦ କରିବ ।

-ଏସିଡ ଆଟାର୍କ ପରେ ଜଳି ଯାଇଥିବା ସ୍ଥାନରେ ପୋଡା ଜଳା କମ୍ କରିବା ପାଇଁ କଞ୍ଚା ଖିର ଢାଳିପାରିବ। ଯାହା ଦ୍ବାରା ଯନ୍ତ୍ରଣା କିଛି ପରିମାଣରେ କମ୍ ହୋଇ ପାରିବ। 

- ଏସିଡ ଆକ୍ରମଣ ପରେ ମୁହଁ କିମ୍ବା ଶରୀରକୁ କୌଣସି କପଡାରେ ଘଷନ୍ତୁ ନାହିଁ । ବରଂ ଏହାକୁ ଛୁଇଁବା ଠାରୁ ମଧ୍ୟ ଦୂରେଇ ରୁହନ୍ତୁ, କାରଣ ଏହା କରିବା ଦ୍ୱାରା ଆପଣଙ୍କ କ୍ଷତ ଆହୁରୀ ବଢିବ । 

-ଏସିଡ୍ ଆକ୍ରମଣରେ କ୍ଷତ ହୋଇଥିବା ସ୍ଥାନକୁ ଓଦା କପଡ଼ାରେ ପୋଛିବା ଉଚିତ୍ ନୁହେଁ, ଏହା କ୍ଷତକୁ ଆହୁରି ଗଭୀର କରିବ ।

-ପୋଡି ଯାଇଥିବା ଅଂଶରେ ଲୋସନ, ମଲମ, ପାଉଡର କିମ୍ବା କୌଣସି ଲୋସନ ଲଗାନ୍ତୁ ନାହିଁ । ଏସବୁ କେବଳ ଡାକ୍ତରୀଙ୍କ ତତ୍ତ୍ୱାବଧାନରେ କରାଯିବା ଉଚିତ୍ ।

-ପୀଡିତ ବା ପୀଡିତାଙ୍କୁ ପ୍ରଥମେ ପ୍ରାଥମିକତା ହିସାବରେ ମେଡିକାଲରେ ନିଅନ୍ତୁ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)