President Droupadi Murmu: ଅଭାବନୀୟ ଘଟଣା! ୯ ମିନିଟ୍ ଅନ୍ଧାରରେ ଅଭିଭାଷଣ ଦେଲେ ରାଷ୍ଟ୍ରପତି
Advertisement

President Droupadi Murmu: ଅଭାବନୀୟ ଘଟଣା! ୯ ମିନିଟ୍ ଅନ୍ଧାରରେ ଅଭିଭାଷଣ ଦେଲେ ରାଷ୍ଟ୍ରପତି

President Droupadi Murmu: ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମହାମହିମ ଭାଷଣ ଦେଉଥିବା ବେଳେ ଅଚାନକ ବିଦ୍ୟୁତ୍ ଚାଲିଯାଇଥିଲା । ଫଳରେ ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ଭାଷଣ ଦେଲେ ରାଷ୍ଟ୍ରପତି । ମହାମହିମଙ୍କ ଏହି ଅଭିଭାଷଣ ବେଳେ ହଲ ଭିତରେ ଅନ୍ଧାରରେ ବସିଥିଲେ ନିମନ୍ତ୍ରିତ ଅତିଥି । 

ସୌ(ସୋସିଆଲ ମିଡିଆ)

President Droupadi Murmu: ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ (President Droupadi Murmu) ଅଭିଭାଷଣ ବେଳେ ଚାଲିଗଲା ବିଦ୍ୟୁତ୍ । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମହାମହିମ ଭାଷଣ ଦେଉଥିବା ବେଳେ ଅଚାନକ ବିଦ୍ୟୁତ୍ ଚାଲିଯାଇଥିଲା । ଫଳରେ ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ଭାଷଣ ଦେଲେ ରାଷ୍ଟ୍ରପତି । ମହାମହିମଙ୍କ ଏହି ଅଭିଭାଷଣ ବେଳେ ହଲ ଭିତରେ ଅନ୍ଧାରରେ ବସିଥିଲେ ନିମନ୍ତ୍ରିତ ଅତିଥି । ୧୧ଟା ୫୬ରୁ ୧୨ଟା ୫ ପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ୯ ମିନିଟ୍ ଧରି କିଟ କିଟ ଅନ୍ଧାରରେ ଭାଷଣ ଦେଇଥିଲେ ଦୌପଦୀ ମୁର୍ମୁ । ବିଦ୍ୟୁତ୍ ଚାଲିଯିବା ପରେ ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ ଯେ, ଅନ୍ଧାର ଯେତିକି ଆଲୁଅ ସେତିକି ଏହି ଯେ ଗହନ ବନ । ବିଦ୍ୟୁତ୍ ଚାଲି ଯିବା ପରେ ଏହାକୁ ଖାତିର ନକରି ଭାଷଣ ଦେଇଥିଲେ ମହାମହିମ । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଏଭଳି କାର୍ଯ୍ୟ ଦେଖି ସେଠାରେ ଥିବା ସମସ୍ତ ଅତିଥି ଚକିତ ହୋଇଥିଲେ । ୯ ମିନିଟ ପରରେ ଜେନେରେଟର ଦ୍ବାରା ବିଜୁଳି ପୁନଃ ଚାଳିତ କରାଯାଇଥିଲା । ତେବେ ଏହି ସମୟରେ ମଞ୍ଚ ଉପରେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ (Professor Ganeshi Lal) ମଧ୍ଯ ଉପସ୍ଥିତ ରହିଥିଲେ ।

ସେପେଟେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ (Droupadi Murmu) ଅଭିଭାଷଣ ବେଳେ ଏଭଳି ଦାୟିତ୍ବହୀନତା ଯୋଗୁଁ ବିଭିନ୍ନ ମହଲରୁ ତ୍ରୀବ ଅସନ୍ତୋଷ ପ୍ରକାଶ ପାଇଛି । ମହାମହିମଙ୍କ ଏହି ଅଭିଭାଷଣ ବେଳେ ଘଟିଥିବା ତ୍ରୁଟିକୁ ମାନିଛି ସୂଚନା ଓ ଲୋକ ସଂପର୍କ ବିଭାଗ । ଏଭଳି ତ୍ରୁଟି ପାଇଁ ବିଭାଗ ଦୁଃଖ ପ୍ରକାଶ କରିଛି । ପ୍ରକାଶ ଥାଉ କି, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟର (Sriram chandra bhanja deo university) ସମାବର୍ତ୍ତନ ଉତ୍ସବରେ ମୋଟ ୧୩୨ ଜଣଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହା ଭିତରେ ୮ ଜଣଙ୍କୁ ଡିଲଟ୍ ଉପାଧି ପ୍ରଦାନ କରାଯାଇଛି । ୯୦ ଜଣ ଗବେଷକଙ୍କୁ ପିଏଚଡ଼ି ଓ ୩୪ ଜଣ କୃତୀ ଛାତ୍ରଛାତ୍ରୀ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ବୈଜ୍ଞାନିକ ଅଶୋକ କୁମାର ଦାସଙ୍କୁ ଡ଼ିଏସସି ଉପାଧି ମିଳିଛି । ପ୍ରକାଶ ଥାଉ କି, ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଆଜି ହେଇଛି ଅନ୍ତିମ ଦିନ। ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପରେ ମହାମହିମ ଅପରାହ୍ନରେ ଦିଲ୍ଲୀ (Delhi) ଫେରିବା ନେଇ କାର୍ଯ୍ୟକ୍ରମ ରହିଛି ।

ଶୁକ୍ରବାର ଦିନ ରାଷ୍ଟ୍ରପତି ବିଶ୍ବ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଶିମିଳିପାଳ (Similipal National Park) ପରିଦର୍ଶନ କରିଥିଲେ । ପୂର୍ବାହ୍ନ ପ୍ରାୟ ୯ ଟା ୫୦ ମିନିଟରେ ରାଇରଙ୍ଗପୁର ଦାଣ୍ତବୋଷ ହେଲିପ୍ୟାଡ଼ରୁ ସ୍ବତନ୍ତ୍ର ହେଲିପ୍ୟାଡ଼ ଯୋଗେ ଉଡ଼ାଣ ଭରି ସେ ଯଶିପୁର ଛେଳିଗୋଧୂଳିସ୍ଥିତ ଅସ୍ଥାୟୀ ହେଲିପ୍ୟାଡ଼ରେ ଅବତରଣ କରିଥିଲେ । ସେଠାରେ ପ୍ରସ୍ତୁତ ଥିବା କାରକେଡ଼କୁ ନଯାଇ ପ୍ରୋଟକଲ୍ ଭାଙ୍ଗି ହେଲିପ୍ୟାଡ଼ ଚାରି ପାଖରେ ଅପେକ୍ଷାରତ ପ୍ରଶଂସକଙ୍କ ପାଖକୁ ଯାଇଥିଲେ ଦୌପଦୀ ମୁର୍ମୁ । ବ୍ୟାରିକେଡ଼ କଡ଼ରେ ଥିବା ସମସ୍ତ ଜନ ସାଧାରଣଙ୍କୁ ସେ ଅଭିବାଦନ ଜଣାଇଥିଲେ । ପରେ ସେ ଶିମିଳିପାଳରେ (Similipal National Park) ପହଁଞ୍ଚିଥିଲେ। ସେଠାରେ ତାଙ୍କୁ ପରମ୍ପରା ଅନୁଯାୟୀ ଭବ୍ୟ ସ୍ବାଗତ କରାଯାଇଥିଲା । ପ୍ରାକୃତିକ ଶୋଭାକୁ ମନଭର ଉପଭୋଗ କରିଥିଲେ ମହାମହିମ । ରାଷ୍ଟ୍ରପତି ଗସ୍ତ ଲାଗି ସାଧାରଣ ଜନତାଙ୍କ ପାଇଁ ଦୁଇ ଦିନ ଶମିଳିପାଳକୁ ବନ୍ଦ ରଖାଯାଇଥିଲା । ମଧ୍ୟାନ୍ନ ଭୋଜନ ଓ ବିଶ୍ରାମ ପରେ ସେଠାରୁ ଫେରି ରାଷ୍ଟ୍ରପତି (Droupadi Murmu) ବାରିପଦା ସ୍ଥିତ ସର୍କିଟ ହାଉସରେ ରାତ୍ରିଯାପନ କରିଥିଲେ ।  ସେଠାରେ ତାଙ୍କୁ ମୟୂରଭଞ୍ଜର ଦେଶୀ ଚାଉଳ ମୁଗେଇଶାର ଭାତ, ପଞ୍ଚମେଲନ ଡ଼ାଲି ଓ ପୋଟଳ- ନଡିଆ ରସରେ ପ୍ରସ୍ତୁତ କୋର୍ମା ପରସା ଯାଇଥିଲା ।

Also Read-Kamakhyanagar Accident: ଏକୋଶିଆ କୀର୍ତ୍ତନ ସାରି ଫେରିଲା ବାଟରେ ଓଲଟିଲା ଟାଟା ଏସି, ୨୦ରୁ ଉର୍ଦ୍ଧ୍ବ ଆହତ