CM Yogi adityanath Birthday: ସିଏମ ଯୋଗୀଙ୍କ ଜନ୍ମଦିନରେ ପିଏମ ମୋଦୀ ଦେଲେ ଶୁଭେଚ୍ଛା । ଯୋଗୀ କହିଲେ ଏମିତି କଥା...
Advertisement
Article Detail0/zeeodisha/odisha1725661

CM Yogi adityanath Birthday: ସିଏମ ଯୋଗୀଙ୍କ ଜନ୍ମଦିନରେ ପିଏମ ମୋଦୀ ଦେଲେ ଶୁଭେଚ୍ଛା । ଯୋଗୀ କହିଲେ ଏମିତି କଥା...

ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କର ଆଜି ଜନ୍ମଦିନ । ଏହି ଅବସରରେ ଅନେକ ନେତା, ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ (Birthday wishes) ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସିଏମ ଯୋଗୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ଜନ୍

CM Yogi adityanath Birthday: ସିଏମ ଯୋଗୀଙ୍କ ଜନ୍ମଦିନରେ ପିଏମ ମୋଦୀ ଦେଲେ ଶୁଭେଚ୍ଛା । ଯୋଗୀ କହିଲେ ଏମିତି କଥା...

CM Yogi adityanath Birthday: ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କର ଆଜି ଜନ୍ମଦିନ । ଏହି ଅବସରରେ ଅନେକ ନେତା, ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ (Birthday wishes) ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସିଏମ ଯୋଗୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଥିବା ସମୟରେ ପିଏମ୍ ମୋଦୀ (PM Modiji) ତାଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶର ସର୍ବଦଳୀୟ ବିକାଶ ବିଷୟରେ କହିଥିଲେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ପାରାମିଟରରେ ରାଜ୍ୟକୁ ଆଗରେ ରଖିଥିଲେ । ପିଏମଙ୍କ ଶୁଭେଚ୍ଛା (wishes) ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ସିଏମ୍ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ପିଏମ ମୋଦୀଙ୍କ ସଫଳ ମାର୍ଗଦର୍ଶନରେ ଉତ୍ତରପ୍ରଦେଶ ଦ୍ରୁତ ଗତିରେ ବିକାଶ କରୁଛି।

କ’ଣ ଲେଖିଛନ୍ତି ପିଏମ ମୋଦୀ ?

ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହାର୍ଦ୍ଦିକ ଜନ୍ମଦିନର ଶୁଭେଚ୍ଛା । ଗତ ବର୍ଷ ମଧ୍ୟରେ ସେ ରାଜ୍ୟକୁ ଅନେକ କିଛି ପ୍ରଦାନ କରିଛନ୍ତି ଏବଂ ସମସ୍ତ କ୍ଷେତ୍ରରେ ଅଗ୍ରଗତି କରାଇଛନ୍ତି । ମୁଖ୍ୟ ପାରାମିଟର ଗୁଡିକ ଉପରେ ଉତ୍ତର ପ୍ରଦେଶର ବିକାଶ ଉଲ୍ଲେଖନୀୟ । ଯୋଗୀ ଆଦିତ୍ୟନାଥଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ମୁଁ ପ୍ରାର୍ଥନା କରୁଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ ବାର୍ତ୍ତା ପାଇବା ପରେ ଯୋଗୀ ଆଦିତ୍ୟନାଥ କୃତଜ୍ଞତା ଜଣାଇବା ସହ ଉତ୍ତର (answer) ରଖିଛନ୍ତି । ପିଏମଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ଆପଣଙ୍କର ସଫଳ ମାର୍ଗଦର୍ଶନ ହେତୁ ଆମ ରାଜ୍ୟ ଆଗକୁ ବଢୁଛି । ଉତ୍ତର ପ୍ରଦେଶ ବର୍ତ୍ତମାନ ଏକ ନୂଆ ଉତ୍ତରପ୍ରଦେଶ (utarpradesh) ହୋଇପାରିଛି । ସେବା ହେଉ କି ସୁରକ୍ଷା ସବୁଥିରେ ରାଜ୍ୟ ବିକାଶ କରୁଛି । ଏଥିସହ ଉତ୍ତର ପ୍ରଦେଶ ନୂଆ ପରିଚୟ ପ୍ରତିଷ୍ଠା କରୁଛି ।  ଦେଶର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟକୁ ସଠିକ୍ ଭାବରେ ପରିଚାଳନା କରି ନିଜର ଲୋକପ୍ରିୟତା ବଜାୟ ରଖିଛନ୍ତି ଯୋଗୀ ସରକାର । ଆଜି ଜନ୍ମଦିନ ଅବସରରେ ଏକ ରୁଦ୍ରଭିଷେକ କରି ଗୋରଖନାଥ ମନ୍ଦିର ନିକଟରେ ବୃକ୍ଷ ରୋପଣ କରିଥିଲେ । ପରିବେଶ ପ୍ରତି ସିଏମ ଯୋଗୀଙ୍କ ଏପରି ଭଲ ପାଇବାକୁ ସାଧାରଣରେ ମଧ୍ୟ ଚର୍ଚ୍ଚା କରାଯାଇଛି ।

ସୂଚନାଯୋଗ୍ୟ, ସିଏମ ଯୋଗୀ ଆଦିତ୍ୟନାଥ ୫ ଜୁନ୍ ୧୯୭୨ ମସିହାରେ ଜନ୍ମଗ୍ରହଣ (born) କରିଥିଲେ । ଜନସାଧାରଣଙ୍କ ସେବା କରିବା ପାଇଁ ଇଚ୍ଛା ରଖି ରାଜନୀତିରେ (politics) ଯୋଗ ଦେଇଥିଲେ । ନିଜର ସ୍ୱତନ୍ତ୍ର ବେଶଭୂଷା ସିଏମ ଯୋଗୀଙ୍କୁ ଅଲଗା କରିଛି । ରାଜନୀତିର ରାସ୍ତାରେ ମଧ୍ୟ ଯୋଗୀ ଆଦିତ୍ୟନାଥ ସଫଳତା ସହ ଆଗକୁ ଆଗକୁ ଆଗେଇ ଚାଲିଛନ୍ତି । ରାଜ୍ୟରେ ମାଫିଆକୁ ସମାପ୍ତ କରିବା ସହ ବିକାଶ କରାଇବା ଦିଗରେ ଯୋଗୀ ସରକାରଙ୍କ କାର୍ଯ୍ୟକ୍ରମକୁ ଅନେକ ସ୍ଥାନରୁ ପ୍ରଶଂସା (appreciation) ମିଳିଛି । ବିଭିନ୍ନ ଯୋଜନା ମାଧ୍ୟମରେ ୟୁପି (up) ଲୋକଙ୍କ ନିକଟରେ ପହଞ୍ଚିବା ଆଜି ଯୋଗୀ ସରକାରଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଛି । ଏହାସହ ରାଜ୍ୟର ସବୁ ଗରିବଙ୍କ ପାଇଁ ବିଭିନ୍ନ ଯୋଜନା (schemes),  କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ରାଜ୍ୟର ଲୋକଙ୍କ ନିକଟରେ ସଠିକ୍ ଭାବରେ ପହଞ୍ଚାଇବା ଯୋଗୀ ସରକାର ସଠିକ ଭାବରେ ତ୍ୱରାନ୍ୱିତ କରିଛନ୍ତି । ଉତ୍ତରପ୍ରଦେଶ ଲୋକଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ଯୋଗୀ ସରକାର । ସେଥିପାଇଁ ଆଜି ଜନ୍ମଦିନର ଶୁଭେଚ୍ଛା ଜଣାଇବାପାଇଁ ବିଭିନ୍ନ ସ୍ଥାନରୁ ନେତାମନ୍ତ୍ରୀଙ୍କ ସମେତ ସାଧାରଣ ଲୋକ ମଧ୍ୟ ରୁଣ୍ଡ ହୋଇଥିଲେ ବାସ ଭବନ ଆଗରେ ।

also read- ଟ୍ରେନରେ ଯାତ୍ରା କରୁଛନ୍ତି କି ? ଏହା ଆଦୌ ଭୁଲନ୍ତୁ ନାହିଁ, ମାତ୍ର ୩୫ ପଇସାର ବୀମାରେ ପାଇବେ ୧୦ ଲକ୍ଷ ଟଙ୍କା