SATHI Mobile App: ପିଏମ କିସାନର ୧୪ତମ କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀ କଲେ ବଡ଼ ଘୋଷଣା, ୧୪ କୋଟି ଚାଷୀକୁ ମିଳିବ ଲାଭ
Advertisement

SATHI Mobile App: ପିଏମ କିସାନର ୧୪ତମ କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀ କଲେ ବଡ଼ ଘୋଷଣା, ୧୪ କୋଟି ଚାଷୀକୁ ମିଳିବ ଲାଭ

SATHI Mobile App: କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଦେଶର ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ଏକ ନୂତନ ପଦକ୍ଷେପ ନେଇଛନ୍ତି । ନକଲି ମଞ୍ଜି ବିକ୍ରିକୁ ରୋକିବା ପାଇଁ କେନ୍ଦ୍ରର ମୋଦି ସରକାର ଏକ ନୂତନ ଆପ୍ ଲଞ୍ଚ କରିଛନ୍ତି । ଦେଶର ୧୪ କୋଟି ଚାଷୀ ଏହି ଆପରୁ ଲାଭ ପାଇବେ ।

SATHI Mobile App: ପିଏମ କିସାନର ୧୪ତମ କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀ କଲେ ବଡ଼ ଘୋଷଣା, ୧୪ କୋଟି ଚାଷୀକୁ ମିଳିବ ଲାଭ

SATHI Mobile App: ଯଦି ଆପଣ ପିଏମ୍ କିସାନ ସମ୍ମାନ ନିଧିର ୧୪ତମ କିସ୍ତି (PM Kisan 14th Installment) ପାଇଁ ଅପେକ୍ଷା କରୁଛନ୍ତି । ତେବେ ଏହାର ଟଙ୍କା ମେ ମାସର ଶେଷ ସପ୍ତାହରେ କିମ୍ବା ଜୁନ୍ ପ୍ରଥମ ସପ୍ତାହରେ ରିଲିଜ ହୋଇପାରେ । କିନ୍ତୁ ଏହାପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) ଦେଶର ଚାଷୀ (Farmers) ଙ୍କୁ ସାହାଯ୍ୟ କରିବା ପାଇଁ ଏକ ନୂତନ ପଦକ୍ଷେପ ନେଇଛନ୍ତି । ନକଲି ମଞ୍ଜି ବିକ୍ରିକୁ ରୋକିବା ପାଇଁ କେନ୍ଦ୍ର ସରକାର (Central Government) ଏକ ନୂତନ ଆପ୍ ଲଞ୍ଚ କରିଛନ୍ତି । ଦେଶର ୧୪ କୋଟି କୃଷକ (Farmers) ଏହି ଆପରୁ ଲାଭ ପାଇବେ ।

କେନ୍ଦ୍ର କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) ନକଲି ବିହନ ଚିହ୍ନଟ ଓ ପ୍ରାମାଣିକରଣ ପାଇଁ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ ଜାରି କରିଛନ୍ତି । ଏକ ବୟାନ ଅନୁଯାୟୀ, କେନ୍ଦ୍ର କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) ପୋର୍ଟାଲ ଓ ମୋବାଇଲ୍ ଆପ୍ 'ସାଥୀ' (SATHI App-Seed Traceability, Authentication and Holistic Inventory)  ଲଞ୍ଚ କରିଛି । ଏହି ଆପ୍ ବିହନର ଗୁଣବତ୍ତା ଟ୍ରାକିଂ କରିବା, ତାହାର ପ୍ରମାଣିକରଣ ଏବଂ ସଂରକ୍ଷଣ ପାଇଁ ଏହା ଏକ କେନ୍ଦ୍ରୀଭୂତ ଅନଲାଇନ୍ ସିଷ୍ଟମ୍ ।

ବିହନ ଉତ୍ପାଦନ, ଗୁଣାତ୍ମକ ବିହନ ଚିହ୍ନଟ ଏବଂ ବିହନ ପ୍ରମାଣିକରଣର ଆହ୍ୱାନକୁ ପୂରଣ କରିବା ପାଇଁ ଏହି ଆପ୍ ଡିଜାଇନ୍ କରାଯାଇଛି । କୃଷି ମନ୍ତ୍ରଣାଳୟର ସହଯୋଗରେ 'ସର୍ବୋତ୍ତମ ବିହନ ସମୃଦ୍ଧ କୃଷକ' ବିଷୟବସ୍ତୁ ଉପରେ ଏହା NIC ଦ୍ୱାରା ବିକଶିତ ହୋଇଛି । ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) କହିଛନ୍ତି ଯେ, ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ କୃଷି କ୍ଷେତ୍ର ସମ୍ମୁଖୀନ ହେଉଥିବା ଆହ୍ୱାନ ତଥା ଅସୁବିଧାକୁ ଦୂର କରିବା ପାଇଁ ପ୍ରୟାସ କରାଯାଉଛି ।

fallback

କେନ୍ଦ୍ର କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) କହିଛନ୍ତି ଯେ 'ସାଥି' ପୋର୍ଟାଲ (SATHI Portal) ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓ ଏହା କୃଷି କ୍ଷେତ୍ରରେ ଏକ ବୈପ୍ଳବିକ ପଦକ୍ଷେପ ବୋଲି ପ୍ରମାଣିତ ହେବ । ନରେନ୍ଦ୍ର ସିଂ ତୋମର (Narendra Singh Tomar) କହିଛନ୍ତି ଯେ 'ସାଥି' ପୋର୍ଟାଲର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ସମୟ ନହୁଏ ବୋଲି ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଚେତନତା ବୃଦ୍ଧି ପାଇଁ ଉଦ୍ୟମ କରାଯିବା ଉଚିତ ଯାହା ଦ୍ୱାରା କୃଷକମାନେ ଏହାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ।

ଅଧିକ ପଢ଼ନ୍ତୁ-ପୁରୁଣା ପେନସନକୁ ନେଇ ଆସିଲା ବଡ଼ ଖବର; ସରକାର କଲେ ଲାଗୁ, ଜାରି ହେଲା ବିଜ୍ଞପ୍ତି

ଅଧିକ ପଢ଼ନ୍ତୁ-ଆଜି ସୂର୍ଯ୍ୟ ପରାଗ; ଏହି ୫ଟି ରାଶି ପାଇଁ ବିପଦ! ରହିଛି କ୍ଷତିର ଯୋଗ

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କୁ ଲାଗିଲା ଡବଲ୍ ଲଟେରୀ, ମହଙ୍ଗା ଭତ୍ତା ବୃଦ୍ଧି ସହିତ ମିଳିଲା ଏହି ଖୁସି ଖବର