Weird News: ଏଠାରେ ମଣିଷ ନୁହେଁ, ଡ୍ରଗ୍ସ କାରବାର କରେ ପାରା !
Advertisement
Article Detail0/zeeodisha/odisha1615883

Weird News: ଏଠାରେ ମଣିଷ ନୁହେଁ, ଡ୍ରଗ୍ସ କାରବାର କରେ ପାରା !

Weird News: ବିଶ୍ବରେ ଏଭଳି କିଛି ଦେଶ ରହିଛି ଯେଉଁଠି ଡ୍ରଗ୍ସ ନିଷେଧ । ଏଭଳି ପରିସ୍ଥିତିରେ ସେହି ଦେଶ ଗୁଡିକରେ ଡ୍ରଗ୍ସ (drugs) ଚୋରା ଚାଲାଣ ମାଧ୍ୟମରେ ପହଞ୍ଚିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଡ୍ରଗ୍ସ ଯୋଗାଣର ପଦ୍ଧତି କହିବାକୁ ଯାଉଛୁ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଯେଉଁଠି ମଣିଷ ନୁହେଁ ପାରା କରିଥାଏ ଡ୍ରଗ୍ସ କାରବାର(delivering drugs) । କଥାଟି ଆଶ୍ଚର୍ଯ୍ୟ ଲାଗୁଥୁଲେ ମଧ୍ୟ ସତ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Weird News: ଦୁନିଆରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଆଉ ଅପରାଧକୁ ରୋକିବାକୁ ପୋଲିସ ବିଭିନ୍ନ ପ୍ରକାର ରଣକୌଶଳ ଆପଣାଉଛି । ଏବଂ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ନୂଆ ତରିକା ଆପଣାଉଛି ପୋଲିସ୍ । ବିଶ୍ବରେ ଏଭଳି କିଛି ଦେଶ ରହିଛି ଯେଉଁଠି ଡ୍ରଗ୍ସ ନିଷେଧ ।  ଏଭଳି ପରିସ୍ଥିତିରେ ସେହି ଦେଶ ଗୁଡିକରେ ଡ୍ରଗ୍ସ (drugs) ଚୋରା ଚାଲାଣ ମାଧ୍ୟମରେ ପହଞ୍ଚିଥାଏ । ଗଳିକନ୍ଦି ବାଟ ଦେଇ ଦେଶକୁ ବିଭିନ୍ନ ଉପାୟରେ ଡ୍ରଗ୍ସ ଚାଲାଣ କରାଯାଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଡ୍ରଗ୍ସ  ଯୋଗାଣର ପଦ୍ଧତି କହିବାକୁ ଯାଉଛୁ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଯେଉଁଠି ମଣିଷ ନୁହେଁ ପାରା କରିଥାଏ ଡ୍ରଗ୍ସ କାରବାର(delivering drugs) । 

ଗତ କିଛି ଦିନ ପୂର୍ବରୁ କାନାଡା ଜେଲ(canadian jail)ରେ ପାରାଙ୍କ(pigeon) ସଂଖ୍ୟା ହଠାତ୍ ବୃଦ୍ଧି ପାଇଥିଲା। କିନ୍ତୁ ଏ ବିଷୟରେ ହଠାତ୍ କେହି କିଛି ଜାଣିପାରୁ ନଥିଲେ।  କିନ୍ତୁ ପରେ ଜଣାପଡିଲା ଯେ,ପାରା ଗୁଡିକ ମାଧ୍ୟମରେ ଜେଲ ମଧ୍ୟକୁ ଡ୍ରଗ୍ସ ଆସୁଛି । ଚଳିତ ବର୍ଷ, ଫେବୃଆରୀ ୨୭ରେ କାନାଡାର ଆବୋଟ୍ସଫୋର୍ଡର ମସ୍କୋ ଇନଷ୍ଟିଚ୍ୟୁସନରେ (Moscow Institution in Abbotsford, Canada) ପ୍ରଥମ ପାରା ଧରାଯାଇଥିଲା । ପାରାଙ୍କ ବେକରେ ଏକ ଛୋଟ ବ୍ୟାଗ ଥିଲା, ଯାହା ସ୍ଫଟିକ୍ ମିଥ(Crystal Meth) ରେ ପରିପୂର୍ଣ୍ଣ ଥିଲା ।  ସ୍ପଟିକ୍ ମିଥ୍ ହେଉଛି ଏକ ପ୍ରକାର ଡ୍ରଗ୍ସ ।  ଏହା ପରେ ଜେଲ୍ କର୍ତ୍ତୃପକ୍ଷଙ୍କ ଆଖି ଅନ୍ୟ ପାରା ଗୁଡିକ ଉପରେ ପଡିଲା। କିଛି ଦିନ ପରେ ଆଉ ଏକ ପାରା ଧରା ପଡିଥିଲା  କିନ୍ତୁ ଏଥରେ ପାରା ବେକରେ ଥିବା ବ୍ୟାଗ ଖାଲି ରହିଥିଲେ। ଏନେଇ ଘଟଣାତ ତଦନ୍ତ ଆରମ୍ଭ କରିଥିଲା ପୋଲିସ । 

ଏହାବି ପଢନ୍ତୁ : Odisha Matric Exam 2023: ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ୫୦ ବଦଳରେ ୪୯ ପ୍ରଶ୍ନ, ତ୍ରୁଟି ମାନିଲେ ବୋର୍ଡ କର୍ତ୍ତୃପକ୍ଷ

ଏହାବି ପଢନ୍ତୁ : Kandhamal News: ନିଶା ଉଜାଡ଼ି ଦେଲା ସଂସାର, ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ ପରେ ନିଜେ...

ତେବେ, ଅନ୍ୟ ଏକ ପାରା ବେକରେ ଲାଗିଥିବା ବ୍ୟାଗରୁ ମିଳିଥିଲା କଏଦୀଙ୍କ ପୋଷାକ । ତେବେ,ପୋଲିସ୍ ଏଥିରୁ ନିଶ୍ଚିତ ହୋଇଥିଲା ଯେ,କଏଦୀ ମାନେ ହିଁ ଡ୍ରଗ୍ସ ସେବନ କରୁଛନ୍ତି ।  ପାରାମାନଙ୍କୁ ଡ୍ରଗ୍ସ କାରବାର ପାଇଁ ଜେଲରେ ଥିବା ଅନ୍ତେବାସୀମାନେ ସ୍ବତନ୍ତ୍ର ତାଲିମ୍ ମଧ୍ୟ ଦେଉଥିବା ପୋଲିସ୍ କହିଛି । ତାଲିମ୍ ଅନୁସାରେ, ପାରାମାନେ କାର୍ଯ୍ୟ ବି ସେଭଳି ଢଙ୍ଗରେ କରୁଥିଲେ।  ପାରାମାନେ ଜେଲ ବାହାରକୁ ଉଡି ଯାଇ ଠିକଣା ସ୍ଥାନରେ ପହଞ୍ଚୁ ଥିଲେ। ଏବଂ ବାହାରେ ଥିବା କିଛି ଅପରାଧି ପାରାଙ୍କୁ ସେମାନଙ୍କ ଅପରାଧିକ କାର୍ଯ୍ୟ କଳାପରେ ସାମିଲ କରୁଥିଲେ। ବାହାରେ ଥିବା ଅପରାଧିମାନେ ପାରା ଗୁଡିକ ବେକରେ ଏକ ଡ୍ରଗ୍ସ ଭରା ବ୍ୟାଗକୁ ବାନ୍ଧି ଦେଉଥିଲେ। ପରେ ପାରା ଗୁଡିକ ଜେଲ ମଧ୍ୟକୁ ଆସୁଥିଲେ । ଏଭଳି ଭାବରେ ଜେଲ ଭିତରେ ଡ୍ରଗ୍ସ ପହଞ୍ଚାଉଥିଲେ ପାରା । 

କୁହାଯାଉଛି ଯେ ଜେଲର ଅନ୍ତେବାସୀମାନେ ପାରାଙ୍କୁ ନିରନ୍ତର ଖାଦ୍ୟ ଦେଉଥିଲେ। ଏହି କାରଣରୁ ସେ ପ୍ରତିଦିନ ତାଙ୍କ ପାଖକୁ ଆସିବା ଆରମ୍ଭ କରୁଥିଲେ।  ତେବେ, ଏ ଖବର ଜଣାପଡିବା ପରେ ଜେଲରେ ସୁରକ୍ଷାକୁ ବଢାଇ ଦିଆଯାଇଛି । ଏବଂ ପାରା ଗୁଡିକ ଯେଭଳି ଭାବରେ ଜେଲକୁ ନ ଆସନ୍ତି । ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି ଜେଲ୍ କର୍ତ୍ତୃପକ୍ଷ । କିନ୍ତୁ ଏହି ଖବର ଜଣାପଡିବା ପରେ ସମସ୍ତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।