Advertisement
Photo Details/zeeodisha/odisha1264436
photoDetails0hindi

ଜଣା ଅଜଣା; ପୂର୍ବରୁ ନାଲି ନ ଥିଲା ଲାଲକିଲ୍ଲା, ବଦଳିଛି ଦୁର୍ଗର ନାମ

ସମସ୍ତେ ଜାଣନ୍ତି ଯେ ଦିଲ୍ଲୀର ଲାଲକିଲ୍ଲାର ରଙ୍ଗ ନାଲି। କିନ୍ତୁ ବୋଧହୁଏ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଲାଲକିଲ୍ଲା ଏକଦା ଧଳା ଥିଲା। ଲାଲକିଲ୍ଲା ମୋଗଲ ସମ୍ରାଟ ଶାହାଜାହାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଲାଲକିଲ୍ଲାର ରଙ୍ଗ ଏକଦା ଧଳା ଥିଲା ବୋଲି ଇତିହାସର ଅନେକ ସ୍ଥାନରେ ଉଲ୍ଲେଖ କରାଯାଇଛି। 

ପୂର୍ବରୁ ଧଳା ଥିଲା ଲାଲକିଲ୍ଲା

1/6
ପୂର୍ବରୁ ଧଳା ଥିଲା ଲାଲକିଲ୍ଲା

ସମସ୍ତେ ଜାଣନ୍ତି ଯେ ଦିଲ୍ଲୀର ଲାଲକିଲ୍ଲାର ରଙ୍ଗ ନାଲି। କିନ୍ତୁ ବୋଧହୁଏ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଲାଲକିଲ୍ଲା ଏକଦା ଧଳା ଥିଲା। ଲାଲକିଲ୍ଲା ମୋଗଲ ସମ୍ରାଟ ଶାହାଜାହାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଲାଲକିଲ୍ଲାର ରଙ୍ଗ ଏକଦା ଧଳା ଥିଲା ବୋଲି ଇତିହାସର ଅନେକ ସ୍ଥାନରେ ଉଲ୍ଲେଖ କରାଯାଇଛି। ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଅନୁଯାୟୀ, ଲାଲକିଲ୍ଲାର କିଛି ଅଂଶ ଚୂନ ପଥରରେ ତିଆରି ହୋଇଥିଲା। ଯେତେବେଳେ ଧଳା ପଥରଗୁଡ଼ିକ ସେମାନଙ୍କ ସ୍ଥାନରୁ ଖସିବାକୁ ଲାଗିଲା କିମ୍ବା ଖରାପ ହେବାକୁ ଲାଗିଲା, ବ୍ରିଟିଶମାନେ କୋଠାକୁ ନାଲି ରଙ୍ଗ ଦେଇଥିଲେ।

ଲାଲକିଲ୍ଲାର ନାମ ପୂର୍ବେ କଣ ଥିଲା?

2/6
ଲାଲକିଲ୍ଲାର ନାମ ପୂର୍ବେ କଣ ଥିଲା?

ଆପଣ ଜାଣିଛନ୍ତି କି, ପୂର୍ବରୁ ଲାଲକିଲ୍ଲାର ନାମ ଲାଲକିଲ୍ଲା ନଥିଲା? ଏହା ମୂଳତ "କିଲା-ଏ-ମୁବାରକ" ଭାବରେ ଜଣାଶୁଣା ଥିଲା। ଇତିହାସର ଅନେକ ସ୍ଥାନରେ ଏହା ଉଲ୍ଲେଖ କରାଯାଇଛି ଯେ, ଶାହାଜାହା ସେତେବେଳେ ଏହି ଦୁର୍ଗ ନିର୍ମାଣ କରିଥିଲେ, ଯେତେବେଳେ ସେ ନିଜ ରାଜଧାନୀକୁ ଆଗ୍ରାରୁ ଦିଲ୍ଲୀକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ଦୁର୍ଗର ନାମ ଥିଲା "କିଲା-ଏ-ମୁବାରକ"। ପରେ ଏହାକୁ ଲାଲକିଲ୍ଲା ନାମରେ ନାମିତ କରାଗଲା। ଏହା ମଧ୍ୟ କୁହାଯାଏ ଯେ, ଏହା ଲାଲ୍ ବାଲୁଆ ପଥର ଏବଂ ଇଟା ଦ୍ୱାରା ନିର୍ମିତ, ତେଣୁ ବ୍ରିଟିଶମାନେ ଏହାକୁ ଲାଲକିଲ୍ଲା ଏବଂ ସ୍ଥାନୀୟ ଲୋକମାନେ ଏହାକୁ ରେଡଫର୍ଟ ବୋଲି ସମ୍ବୋଧନ କଲେ।

ନିର୍ମାଣ ପାଇଁ ଲାଗିଥିଲା ଦଶନ୍ଧି

3/6
ନିର୍ମାଣ ପାଇଁ ଲାଗିଥିଲା ଦଶନ୍ଧି

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଲାଲକିଲ୍ଲା ନିର୍ମାଣ ପାଇଁ ୧୦ ବର୍ଷ ସମୟ ଲାଗିଥିଲା। ଅର୍ଥାତ୍ ଏହି ଦୁର୍ଗର ନିର୍ମାଣ ଏକ ଦଶନ୍ଧି ପରେ ଶେଷ ହେଲା । ଶାହାଜାହାଙ୍କ ସମୟର ଅଗ୍ରଣୀ ବାସ୍ତୁକାର ଉସ୍ତାଦ୍ ହମିଦ୍ ଏବଂ ଉସ୍ତାଦ୍ ଅହମ୍ମଦ ୧୬୩୮ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ୧୬୪୮ ମସିହାରେ ସମାପ୍ତ କରିଥିଲେ। ଲାଲକିଲ୍ଲା ନିର୍ମାଣ ପାଇଁ ଅଧିକ ସମୟ ନେବା ମଧ୍ୟ ଯୁକ୍ତିଯୁକ୍ତ ଥିଲା। କାରଣ ସେହି ସମୟରେ ନିର୍ମାଣ କାମ ପାଇଁ କୌଣସି ମେସିନ ନଥିଲା ଏବଂ ସାମଗ୍ରୀ ମଧ୍ୟ ସୀମିତ ଥିଲା। କାରିଗରମାନେ ସବୁ ଜିନିଷ ନିଜ ହାତରେ ଲାଲକିଲ୍ଲାକୁ ନିର୍ମାଣ କରିଥିଲେ, ଯାହାର ସୁନ୍ଦର ପରିଣାମ ସମସ୍ତଙ୍କ ସାମ୍ନାରେ ଅଛି।

ଲୁଟିନେଲେ ବ୍ରିଟିଶ

4/6
ଲୁଟିନେଲେ ବ୍ରିଟିଶ

ଲାଲକିଲ୍ଲାକୁ ଅକ୍ତିଆର କରିବା ପରେ ବ୍ରିଟିଶମାନେ ଏହାକୁ ଧ୍ୱଂସ କରିବା ଆରମ୍ଭ କରିଥିଲେ। ସେମାନେ ଦୁର୍ଗର ଅନେକ ଅଂଶ ଭାଙ୍ଗିବା ସହ ବହୁ ମୂଲ୍ୟବାନ ସାମଗ୍ରୀ ବିକ୍ରି କଲେ। ଏପରି କି ସେମାନେ ଏପରି ଲୁଟିଲେ ଯେ, ପୁରା ମହଲ ଖାଲି କରିଦେଲେ। ଆଜି ଏହି ବିଶାଳ ତଥା ସୁନ୍ଦର ଦୁର୍ଗରେ ପୂର୍ବ ଆକର୍ଷଣ ତଥା ପୂର୍ବ ଚମକ ନାହିଁ ଯାହା ଏକଦା ମୋଗଲ ସମ୍ରାଟଙ୍କ ବାସସ୍ଥାନ ଥିଲା। ଏହି ଦୁର୍ଗ ସେବେ ଆଜି ଠାରୁ ଆହୁରି ସୁନ୍ଦର ଥିଲା।

ଦୁଇଟି ଗେଟ୍

5/6
ଦୁଇଟି ଗେଟ୍

ଲାଲକିଲ୍ଲା (Red Fort)ର ଦୁଇଟି ମୁଖ୍ୟ ଦ୍ୱାର ରହିଛି। ଯାହାକୁ ଦିଲ୍ଲୀ ଗେଟ୍ ଏବଂ ଲାହୋର ଗେଟ କୁହାଯାଏ। ଲାହୋର ସହର ଆଡକୁ ମୁହଁ ଥିବାରୁ ଏହାର ନାମ ଲାହୋର ଗେଟ୍ ରଖାଯାଇଥିଲା। ସେହି ସମୟରେ ଭାରତ ଏବଂ ପାକିସ୍ତାନ ଗୋଟିଏ ଦେଶ ଥିଲେ। ଆଜି ବି ଲାଲକିଲ୍ଲାର ସେହି ଦୁଇଟି ପ୍ରବେଶ ପଥ ରହିଛି।  ଦିଲ୍ଲୀ ଗେଟ୍ ସର୍ବସାଧାରଣଙ୍କ ପାଇଁ ପ୍ରବେଶ ପଥ ଭାବରେ ବ୍ୟବହୃତ ହୁଏ। କିନ୍ତୁ ଲାହୋର ଗେଟ ସାଧାରଣ ଜନତାଙ୍କ ପାଇଁ ଉଦ୍ଧିଷ୍ଟ ନୁହେଁ। ସ୍ୱାଧୀନତା ଦିବସରେ ଭାରତର ପ୍ରଧାନମନ୍ତ୍ରୀ ଲାହୋର ଗେଟରୁ ଜାତୀୟ ପତାକା ଉତ୍ତୋଳନ କରିବାକୁ ଲାଲକିଲ୍ଲା ଭିତରକୁ ଯାଆନ୍ତି।

ସେନା କବଜାରେ ଥିଲା ଲାଲକିଲ୍ଲା

6/6
ସେନା କବଜାରେ ଥିଲା ଲାଲକିଲ୍ଲା

୧୯୪୭ ମସିହାରେ ଭାରତର ସ୍ୱାଧୀନତା ପରେ ବ୍ରିଟିଶ ସରକାର ଏହି କମ୍ପ୍ଲେକ୍ସ (ଲାଲକିଲ୍ଲା ସଂଲଗ୍ନ ସ୍ଥାନ)କୁ ଭାରତୀୟ ସେନାକୁ ହସ୍ତାନ୍ତର କରିଥିଲେ। ସେବେଠାରୁ ସେନାର କାର୍ଯ୍ୟାଳୟ ଏଠାରେ ରହିଥିଲା। ୨୨ ଡିସେମ୍ବର ୨୦୦୩ରେ ଭାରତୀୟ ସେନା ଏହାର ୫୬ ବର୍ଷ ପୁରୁଣା କାର୍ଯ୍ୟାଳୟକୁ ହଟାଇ ଲାଲକିଲ୍ଲା ଖାଲି କରିଦେଲେ। ଏକ ଉତ୍ସବରେ ଏହାକୁ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଗଲା। ଏହି ସମାରୋହରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିସ୍ କହିଥିଲେ ଯେ, ସଶସ୍ତ୍ର ବାହିନୀର ଇତିହାସ ଲାଲକିଲ୍ଲା ସହିତ ଜଡିତ କିନ୍ତୁ ବର୍ତ୍ତମାନର ସମୟ ଇତିହାସ ତଥା ଐତିହ୍ୟର ସ୍ୱତନ୍ତ୍ର ପୃଷ୍ଠା ଦେଖେଇବାର ସମୟ ଆସିଛି।।