Petrol Diesel Price Today: ଡିସେମ୍ବର ୧୫ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ରବିବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି। କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ବେଳେ ଆଉ କିଛି ସ୍ଥାନରେ ଦର ସ୍ଥିର ରହିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?
ALSO READ: Shani Gochar 2025: ୨୦୨୫ ରେ ୫ରାଶିଙ୍କ ଉପରେ ଟଙ୍କା ବର୍ଷା କରିବେ ଶନିଦେବ, ପୂରଣ ହେବ ସବୁ ସ୍ବପ୍ନ!
ALSO READ: Guru Gochar 2025: ବର୍ଷ ୨୦୨୫ ଏହିସବୁ ରାଶିଙ୍କ ପାଇଁ ରହିବ ଅତ୍ୟନ୍ତ ଶୁଭ, ବର୍ଷସାରା ହେବନି ଧନର ଅଭାବ!
ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୯୪.୭୨ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୨ ରହିଛି। ସେହିପରି ଗ୍ରେଟର ମୁମ୍ବାଇରେ ପେଟ୍ରୋଲ୍ ଦର ଲିଟର ପିଛା ୧୦୩ ଟଙ୍କା ୬୨ ପଇସା ରହିଥିବା ବେଳେ ଡିଜେଲ୍ ରେଟ୍ ୯୦ ଟଙ୍କା ୧୭ ପଇସା ରହିଛି । ପେଟ୍ରୋଲ୍ ରେ ୧୮ ଓ ଡିଜେଲ୍ ରେ ୧୭ ପଇସା ହ୍ରାସ ପାଇଛି। ସେହିପରି, କୋଲକାତାରେ ପେଟ୍ରୋଲ ଲିଟର ୧୦୪ ଟଙ୍କା ୯୫ ପଇସା ଥିବା ବେଳେ ଡିଜେଲ୍ ଦର ୯୧ ଟଙ୍କା ୭୬ ପଇସା ରହିଛି। ସେପଟେ, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୦ ଟଙ୍କା ୭୫ ପଇସା ରହିଥିବା ବେଳେ ଡିଜେଲ (୧ ଲିଟର) ୯୨ ଟଙ୍କା ୩୪ ପଇସା ରହିଛି।
ट्रेन्डिंग फोटोज़