Petrol-Diesel Price Today: ରାଜଧାନୀରେ ଖସିଲା ପେଟ୍ରୋଲ-ଡିଜେଲ ଦର, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍
Advertisement
Article Detail0/zeeodisha/odisha1483512

Petrol-Diesel Price Today: ରାଜଧାନୀରେ ଖସିଲା ପେଟ୍ରୋଲ-ଡିଜେଲ ଦର, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍

Petrol-Diesel Price Today: ଏହାପୂର୍ବରୁ ଚଳିତ ବର୍ଷ ମେ ୨୧ରେ ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ ଟଙ୍କା ଓ ଡିଜେଲ ଲିଟର ପିଛା ୬ ଟଙ୍କା ହ୍ରାସ କରାଯାଇଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ ପାଇନାହିଁ । ସେହି ସମୟରେ ଦେଶରେ ପେଟ୍ରୋଲ ୯.୫୦ ଟଙ୍କା ଓ ଡିଜେଲ ୭ ଟଙ୍କା ଲିଟର ପିଛା ଶସ୍ତା ହୋଇଥିଲା । 

Petrol-Diesel Price Today: ରାଜଧାନୀରେ ଖସିଲା ପେଟ୍ରୋଲ-ଡିଜେଲ ଦର, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍

Today Petrol-Diesel Price 13 December 2022: ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ମୂଲ୍ୟରେ ହ୍ରାସ ବୃଦ୍ଧି ଆମର ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ସେଥିପାଇଁ ଆମର ନଜର ପ୍ରତିଦିନ ଏହାର ମୂଲ୍ୟ ଉପରେ ଥାଏ । ଆଜି (ମଙ୍ଗଳବାର) ଅର୍ଥାତ ଡିସେମ୍ୱର ୧୩ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରିଦେଇଛନ୍ତି । ଦୀର୍ଘ ୨୦୩ ଦିନ ହେବ ଦେଶରେ ତେଲ ଦର ସ୍ଥିର ରହିଛି । ଏଠାରେ କହି ରଖୁଛୁ ଯେ, ଏହାପୂର୍ବରୁ ଚଳିତ ବର୍ଷ ମେ ୨୧ରେ ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ ଟଙ୍କା ଓ ଡିଜେଲ ଲିଟର ପିଛା ୬ ଟଙ୍କା ହ୍ରାସ କରାଯାଇଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ ପାଇନାହିଁ । 

ସେହି ସମୟରେ ଦେଶରେ ପେଟ୍ରୋଲ ୯.୫୦ ଟଙ୍କା ଓ ଡିଜେଲ ୭ ଟଙ୍କା ଲିଟର ପିଛା ଶସ୍ତା ହୋଇଥିଲା । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ରାଜସ୍ଥାନ, ମହାରାଷ୍ଟ୍ର, ଓଡିଶା ଏବଂ କେରଳ ସରକାର ମଧ୍ୟ ଭାଟ୍ ହ୍ରାସ କରିଥିଲେ । ଆଜି ସକାଳେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୭୭.୯୯ ଡଲାରରେ ପହଞ୍ଚିଛି । ସେହିପରି ଡବ୍ଲୁଟିଆଇ ବ୍ୟାରେଲ ପିଛା ୭୩.୩୭ ଡଲାରରେ ପହଞ୍ଚିଛି । ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ, ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୮୯.୬୨ ଟଙ୍କା ରହିଛି । ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସ୍ଥିରତା ଦେଖାଦେଇଛି । ସେପଟେ ରାଜଧାନୀ ଭୁବନେଶ୍ୱରରେ ତୈଳ ଦରରେ ହ୍ରାସ ରେକର୍ଡ କରାଯାଇଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୬.୭୨ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୬.୩୧ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୬.୦୩ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୬୩ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୩.୪୭ ଟଙ୍କା ରହିଛି । ଗତକାଲି ଏଠାରେ ପେଟ୍ରୋଲ ଦର ୧୦୩.୬୦ ଟଙ୍କା ଥିଲା । ସେହିପରି ହାଇଦ୍ରାବାଦରେ ପେଟ୍ରୋଲ ଦର ୧୦୯.୬୬ ଟଙ୍କା ରହିଛି । ବେଙ୍ଗାଲୁରୁରେ ପେଟ୍ରୋଲ ଦର ୧୦୧.୯୪ ଟଙ୍କା ରହିଛି ।

ଆଜି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୪.୨୭ ଟଙ୍କା ଓ କୋଲକାତାରେ ଲିଟର ପିଛା ୯୨.୭୬ ଟଙ୍କା ରହିଛି । ଚେନ୍ନାଇରେ ଆଜି ଡିଜେଲ ଲିଟର ପିଛା ୯୪.୩୩ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଦର ୯୫.୦୩ ଟଙ୍କାରେ ବିକ୍ରି ହେଉଛି । ଗତକାଲି ଡିଜେଲ ଦର ୯୫.୧୫ ଟଙ୍କା ଥିଲା । ସେପଟେ ହାଇଦ୍ରାବାଦରେ ଡିଜେଲ ମୂଲ୍ୟ ୯୭.୮୨ ଟଙ୍କା ଥିବାବେଳେ ବେଙ୍ଗାଲୁରୁରେ ୮୭.୮୯ ଟଙ୍କା ରହିଛି ।

ଜାଣନ୍ତୁ ଆପଣଙ୍କ ସହରର ରେଟ୍

ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।

ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx

ଏହା ବି ପଢ଼ନ୍ତୁ:-ଇଂଲଣ୍ଡ ବିପକ୍ଷରେ ପରାସ୍ତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରୁ ବାହାର ହେଲା ପାକିସ୍ତାନ, ଜାଣନ୍ତୁ ଟିମ୍ ଇଣ୍ଡିଆର ସ୍ଥିତି

ଏହା ବି ପଢ଼ନ୍ତୁ:-ଫ୍ରି ରାସନ ପରି ଏହି ଦେଶର ସରକାର ମାଗଣାରେ ଦେବେ କଣ୍ଡୋମ, ରାଷ୍ଟ୍ରପତି କଲେ ଘୋଷଣା

ଏହା ବି ପଢ଼ନ୍ତୁ:-ଜୋ ରୁଟ୍ ସୃଷ୍ଟି କଲେ ମହାରେକର୍ଡ, ଯାହାକୁ ବିରାଟ କୋହଲି-ରୋହିତ ଶର୍ମା ବି ପାରିବେନି ଛୁଇଁ

 

ସୂଚନାଯୋଗ୍ୟ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ଆଦାୟ କରୁଛନ୍ତି । ଏହା ବ୍ୟତୀତ ମାଲ ପରିବହନ, ଡିଲର ଚାର୍ଜ ଏବଂ ଡିଲର କମିଶନ ମଧ୍ୟ ଏହାର ମୂଲ୍ୟରେ ଅନ୍ତର୍ଭୁକ୍ତ ଥାଏ । ପେଟ୍ରୋଲ ଓ ଡିଜେଲର ମୂଳ ମୂଲ୍ୟରେ ଏସବୁ ଯୋଡିବା ପରେ ଖୁଚୁରା ମୂଲ୍ୟ ସାମ୍ନାକୁ ଆସେ । ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ବା ଏକ୍ସାଇଜ୍ ଡ୍ୟୁଟି ଆଦାୟ କରନ୍ତି ଯାହା ସମଗ୍ର ଦେଶରେ ସମାନ ଅଟେ । ରାଜ୍ୟ ସରକାର ଭ୍ୟାଟ୍ ଆଦାୟ କରନ୍ତି । ରାଜ୍ୟଗୁଡ଼ିକରେ ଅଲଗା ଅଲଗା ଭ୍ୟାଟ୍ କାରଣରୁ ବିଭିନ୍ନ ରାଜ୍ୟ ଓ ସହରରେ  ପେଟ୍ରୋଲ ଓ ଡିଜେଲର ଭିନ୍ନ ଦର ରହିଥାଏ ।