Passport Index 2023: ଆହୁରି ମଜବୁତ ହେଲା ଭାରତୀୟ ପାସପୋର୍ଟ, ଜାଣନ୍ତୁ ପାକିସ୍ତାନ ସ୍ଥିତି
Advertisement

Passport Index 2023: ଆହୁରି ମଜବୁତ ହେଲା ଭାରତୀୟ ପାସପୋର୍ଟ, ଜାଣନ୍ତୁ ପାକିସ୍ତାନ ସ୍ଥିତି

Henley Passport Index 2023: ପୂର୍ବ ଅପେକ୍ଷା ଆହୁରି ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ପାସପୋର୍ଟ। କୌଣସି ଭାରତୀୟ ପାସପୋର୍ଟ ଧାରକ ୫୭ ଦେଶକୁ ଭିସା ମୁକ୍ତ ଯାତ୍ରା କରୁଛନ୍ତି।

Passport Index 2023: ଆହୁରି ମଜବୁତ ହେଲା ଭାରତୀୟ ପାସପୋର୍ଟ, ଜାଣନ୍ତୁ ପାକିସ୍ତାନ ସ୍ଥିତି

Passport World Ranking: ବିଶ୍ୱସ୍ତରରେ ଭାରତୀୟ ପାସପୋର୍ଟ ମାନ୍ୟତା ଉନ୍ନତ ହୋଇଛି। ହେନଲି ପାସପୋର୍ଟ ଇଣ୍ଡେକ୍ସ ଅନୁସାରେ ସମଗ୍ର ବିଶ୍ୱରେ ଭାରତ ୮୦ ତମ ସ୍ଥାନରେ ରହିଛି। ଭାରତୀୟ ବର୍ତ୍ତମାନ ୫୭ ଦେଶକୁ ଭିସା ମୁକ୍ତ ଯାତ୍ରା କରିପାରିବେ। ଅନ୍ୟପକ୍ଷରେ ଯଦି ବିଶ୍ୱର ସବୁଠାରୁ ଏବଂ ଶକ୍ତିଶାଳୀ ପାସପୋର୍ଟ ବିଷୟରେ କୁହାଯାଏ, ତାହେଲେ ସିଙ୍ଗାପୁର ଏହି ତାଲିକାରେ ସର୍ବାଗ୍ରେ ରହିଛି। ପୂର୍ବରୁ ପାସପୋର୍ଟ ରାଙ୍କିଂ ତାଲିକାରେ ଜାପାନ ପାସପୋର୍ଟ ସବୁଠାରୁ ଶକ୍ତିଶାଳୀ ଥିଲା। ପାକିସ୍ତାନ ପାସପୋର୍ଟ ବିଶ୍ୱର ଚତୁର୍ଥ ଖରାପ ପାସପୋର୍ଟ ତାଲିକାରେ ସ୍ଥାନ ପାଇଛି।

ଗତ ବର୍ଷ ହୋଇଥିବାବିଶ୍ୱ ପାସପୋର୍ଟ ରାଙ୍କିଂ (World Passport Ranking 2022) ଅନୁସାରେ ଭାରତର ପାସପୋର୍ଟ ମାନ୍ୟତା (Passport Ranking of India 2022) ୮୭ ତମ ସ୍ଥାନରେ ରହିଥିଲା। ଯାହା ଚଳିତ ହୋଇଥିବା ପାସପୋର୍ଟ ରାଙ୍କିଂ ଅନୁସାରେ (Passport Ranking of India 2023) ୮୦ ତମ ସ୍ଥାନକୁ ଉନ୍ନୀତ ହୋଇଛି। ଯେଉଁଥିପାଇଁ ଭାରତୀୟ ପାସପୋର୍ଟ ଧାରକ (Indian Passport Holders Visa Free Countries) ୫୭ ଦେଶକୁ ଭିସା ମୁକ୍ତ ଯାତ୍ରା କରୁଛନ୍ତି। ସଦ୍ୟତମ ହେନଲି ପାସପୋର୍ଟ ସୂଚକାଙ୍କ (Henley Passport Index 2023) ଅନୁଯାୟୀ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ (most powerful passport in the world list) ଭାବରେ ଜାପାନକୁ (Japan Passport) ପଛରେ ସିଙ୍ଗାପୁର (Singapore Passport) ଶୀର୍ଷରେ ରହିଛି। ଜଣେ ସିଙ୍ଗାପୁର ପାସପୋର୍ଟ ଧାରକ (Singapore Passport Holder) ବିଶ୍ୱରେ ୧୯୨ ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ।

ବୈଶ୍ୱିକ ପାସପୋର୍ଟ ରାଙ୍କିଂ (Global Passport Ranking) ଅନୁସାରେ ୮୦ ତମ ସ୍ଥାନରେ ଭାରତ ସହିତ ଛିଡା ହୋଇଥିବା ଅନ୍ୟ ଦୁଇ ଦେଶ ହେଉଛି ସେନେଗାଲ୍ (Senegal) ଏବଂ ଟୋଗୋ (Togo)। ୧୯୦ ଗନ୍ତବ୍ୟସ୍ଥଳକୁ ଭିସା ମୁକ୍ତ ପ୍ରବେଶ ସହିତ ଜର୍ମାନୀ (Germany), ଇଟାଲୀ (Italy) ଏବଂ ସ୍ପେନ୍ (Spain) ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଜାପାନ ପାସପୋର୍ଟ ରାକିଂ ଅନୁସାରେ ବିଶ୍ୱର ଅନ୍ୟ ୬ ଦେଶ ଅଷ୍ଟ୍ରିଆ (Austria), ଫିନଲ୍ୟାଣ୍ଡ (Finland), ଫ୍ରାନ୍ସ (France), ଲକ୍ସେମବର୍ଗ (Luxembourg), ଦକ୍ଷିଣ କୋରିଆ (South Korea) ଏବଂ ସ୍ୱୀଡେନ (Sweden) ସହିତ ତୃତୀୟ ସ୍ଥାନରେ ଅଛନ୍ତି। ଏହି ଦେଶର ପାସପୋର୍ଟ ଦାରକ ବିନା ଭିସାରେ ୧୮୯ ଦେଶକୁ ଯାତ୍ରା କରିପାରିବେ।

ହେନଲି ପାସପୋର୍ଟ ଇଣ୍ଡେକ୍ସ ରାଙ୍କିଂ (Henley Passport Index Ranking) ସେହି ଗନ୍ତବ୍ୟସ୍ଥଳ ସଂଖ୍ୟା ଉପରେ ଆଧାରିତ ହୋଇଥାଏ। ଯାହା କୌଣସି ପାସପୋର୍ଟ ଧାରକଙ୍କୁ ସେମାନଙ୍କର ପୂର୍ବ ଭିସା ବିନା ପ୍ରବେଶ କରିବାର ଅନୁମତି ଦେଇଥାଏ। ଯାହା ମୁଖ୍ୟତଃ ଆନ୍ତର୍ଜାତୀୟ ବିମାନ ପରିବହନ ସଂଘ (International Air Transport Association) ତଥ୍ୟ ଉପରେ ଆଧାରିତ ହୋଇଥାଏ।

ଏହି ରିପୋର୍ଟ ମାଧ୍ୟମରେ ଆହୁରି ମଧ୍ୟ କୁହାଯାଇଛି ଯେ ଭାରତର ପଡୋଶୀ ପାକିସ୍ତାନର ପାସପୋର୍ଟ ହେଉଛି ବିଶ୍ୱର ଚତୁର୍ଥ ଖରାପ ପାସପୋର୍ଟ (worst passport in the world)। ଯେଉଁଥିପାଇଁ ଏହାର ଧାରକ କେବଳ ୩୩ ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ। ହେନଲି ଓପନେସ୍ ଇଣ୍ଡେକ୍ସ (Henley Openness Index) ରେ ଶୂନ ସ୍କୋର କରିଥିବା ଦେଶ ହେଉଛନ୍ତି ଆଫଗାନିସ୍ତାନ (Afghanistan), ଉତ୍ତର କୋରିଆ (North Korea), ପପୁଆ ନ୍ୟୁ ଗିନି (Papua New Guinea) ଏବଂ ତୁର୍କମେନିସ୍ତାନ (Turkmenistan)। ଏହି ଦେଶର ପାସପୋର୍ଟ ଧାରକଙ୍କୁ କୌଣସି ଦେଶକୁ ଭିସା ମୁକ୍ତ ପ୍ରବେଶ କରିବାର ଅନୁମତିପ୍ରାପ୍ତ ନାହିଁ।