Budget Session : ଭାରତୀୟ ଶିକ୍ଷା ବ୍ୟବସ୍ଥା ଏକ ଧୋକା, କହିଲେ ରାହୁଲ; ବାଚସ୍ପତି ଏବଂ ମନ୍ତ୍ରୀଙ୍କର ଉଦବେଦଗ
Advertisement
Article Detail0/zeeodisha/odisha2347438

Budget Session : ଭାରତୀୟ ଶିକ୍ଷା ବ୍ୟବସ୍ଥା ଏକ ଧୋକା, କହିଲେ ରାହୁଲ; ବାଚସ୍ପତି ଏବଂ ମନ୍ତ୍ରୀଙ୍କର ଉଦବେଦଗ

ବିରୋଧୀ ଦଳ ନେତା ପରୀକ୍ଷା ବ୍ୟବସ୍ଥାକୁ ଧୋକା ବୋଲି କହିବା ଦୁର୍ଭାଗ୍ୟଜନକ। ମୁଁ କାହା ଦୟାରେ ଏଠି ମନ୍ତ୍ରୀ ହୋଇ ନାହିଁ କି ମୋର ସଂସ୍କାର, ଶିକ୍ଷା, ବିଷୟରେ ଆପଣଙ୍କର ପ୍ରମାଣ ପତ୍ର ଚାହୁଁନାହିଁ। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତରଦାୟିତ୍ୱ ଆସ୍ଥା ଅନୁସାରେ ଏଠାରେ ମନ୍ତ୍ରୀ ଭାବରେ କାର୍ଯ୍ୟରତ। ଯେତେବେଳେ ସେ ଚାହିଁବେ ସେବେ ଏ ପଦବୀ ମଧ୍ୟ ମୁଁ ଛାଡିବାକୁ ପ୍ରସ୍ତୁତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 

Budget Session : ଭାରତୀୟ ଶିକ୍ଷା ବ୍ୟବସ୍ଥା ଏକ ଧୋକା, କହିଲେ ରାହୁଲ; ବାଚସ୍ପତି ଏବଂ ମନ୍ତ୍ରୀଙ୍କର ଉଦବେଦଗ

Budget Session : ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଏକ ଧୋକା ବୋଲି କହିବା ସହିତ ଲକ୍ଷ୍ୟ ଲକ୍ଷ୍ୟ ସଂଖ୍ୟାରେ ପରୀକ୍ଷାର୍ଥୀ ତଥା ବିରୋଧୀ ଦଳର ନେତାମାନେ ଏହି ବ୍ୟବସ୍ଥା ଉପରେ ଆସ୍ଥା ରଖିପାରୁନାହାନ୍ତି ବୋଲି କହିଛନ୍ତି ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ଲୋକସଭାରେ ପ୍ରଶ୍ନ ଉତ୍ତର କାଳରେ ଜାତୀୟ ପରୀକ୍ଷା ପ୍ରାଧୀକରଣ ବା ଏନଟିଏ ପ୍ରସଙ୍ଗ ଉପରେ ଆସିଥିବା ଏକ ପ୍ରଶ୍ନର ଆଲୋଚନା ସମୟରେ ଶ୍ରୀ ଗାନ୍ଧୀ ଏହା କହିଛନ୍ତି କେବଳ ନିଟ୍ ନୁହେଁ, ସବୁ ପ୍ରମୁଖ ତଥା ବଡ଼ ବଡ଼ ପରୀକ୍ଷାରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମନ୍ତ୍ରୀ ସମସ୍ୟାର ମୌଳିକତାକୁ ବୁଝୁ ନାହାନ୍ତି। ସେ କେବଳ ସମସ୍ତଙ୍କୁ ଦୋଷାରପ କରୁଛନ୍ତି। କିନ୍ତୁ ନିଜକୁ କେବେ ନିଜକୁ ନୁହେଁ ବୋଲି କହିଛନ୍ତି ଶ୍ରୀ ଗାନ୍ଧୀ। 

ଅପରପକ୍ଷେ ବିରୋଧୀ ଦଳର ସଦସ୍ୟ ପି. ମାଣିକରାମ ଟାଗୋର ମଧ୍ୟ ନିଟ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଗତ ୭ ବର୍ଷ ମଧ୍ୟରେ ୭୦ ଥର ପ୍ରଶ୍ନ ପତ୍ର ଲିଙ୍କ ହୋଇଛି। ଏହା ସମସ୍ତ ପରୀକ୍ଷା ବ୍ୟବସ୍ଥାକୁ ଆଶଙ୍କା ମଧ୍ୟକୁ ଠେଲି ଦେଉଛି। ସାଂସଦ ଡି. କଳାନିଧି କହିଛନ୍ତି ନିଟ୍ ଏକ ସମସ୍ୟା ଭାବରେ ଅନେକ ବର୍ଷ ହେଲାଣି ମୁଣ୍ଡ ଟେକିଛି। ଆମେ ତାମିଲନାଡୁରେ ଏହି ବ୍ୟବସ୍ଥାକୁ ପ୍ରତିରୋଧ କରିଥିଲୁ। ରାଜ୍ୟ ଗୁଡ଼ିକୁ ଏପରି ପରୀକ୍ଷା କରାଇବା ପାଇଁ କ୍ଷମତା ଦେବା ଆବଶ୍ୟକ। ଏକକ ପରୀକ୍ଷା ହେବା ଦ୍ୱାରା ଅନେକ ଛାତ୍ର ପ୍ରଭାବିତ ହେଉଛନ୍ତି। 

ସାଂସଦ ଏନକେ ପ୍ରେମଚନ୍ଦ୍ରନ କହିଛନ୍ତି ଦେଶର ପ୍ରତିଟି ଶିକ୍ଷା ସଂସ୍ଥାନ ଏହି ପରୀକ୍ଷା ଦ୍ୱାରା ପ୍ରଭାବିତ ହେଉଛନ୍ତି। କେନ୍ଦ୍ର ସରକାର ଦେଶର ଉତ୍କର୍ଷ ସଂସ୍ଥାନ ଯେପରିକି ଏମସ, ଜିଟମର୍ସ ଭଳି ସଂସ୍ଥା ପାଇଁ ସ୍ୱତନ୍ତ୍ର ପରୀକ୍ଷା କରିବେ କି ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ସମାଜବାଦ ପାର୍ଟୀର ସାଂସଦ ଅଖିଳେଶ ଯାଦବ ସିଧାସଳଖ ମନ୍ତ୍ରୀଙ୍କୁ ଆରୋପ କରି ପ୍ରଶ୍ନୋତ୍ତର କାଳରେ କହିଛନ୍ତି ଏହି ମନ୍ତ୍ରୀ ଥିଲା ଯାଏଁ କାହାକୁ ନ୍ୟାୟ ମିଳିବ ନାହିଁ। 

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କରି ସଂସଦର ପ୍ରଶୋତ୍ତର କାଳ ବେଶ ସରଗରମ ହୋଇଥିଲା। କେବଳ ସେ ରାଜନୀତିକ ପୃଷ୍ଠଭୂମୀ ଏହାର ଆଧାର ଥିଲା ତାହା ନୁହେଁ। ଦେଶର ଭବିଷ୍ୟତ ଏବଂ ଉତ୍କର୍ଷ ଅନୁଷ୍ଠାନ ଗୁଡିକର ସ୍ୱାୟତତା (ଅଟୋନୋମସ) ରକ୍ଷା ଉଦ୍ଦେଶ୍ୟରେ ସାଂସଦ ମାନଙ୍କର ଉଦବେଗ ଦେଖିବାକୁ ମିଳିଥିଲା। ଶ୍ରୀ ପ୍ରଧାନ ଏବାବଦରେ ନିଜର ମତ ଦେଇ କହିଛନ୍ତି ଦେଶରେ ଯଦି ଶିକ୍ଷା ସୁଧାର ପାଇଁ କୌଣସି ପଦକ୍ଷେପ ନିଆଯାଇଥାଏ ତେବେ ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ତାହାକୁ ପ୍ରଣୟନ କରିଛନ୍ତି। ୨୦୧୦ରେ ଶିକ୍ଷା ସୁଧାର ପାଇଁ ତିନୋଟି ବିଲ ଅଣାଯାଇଥିଲା। ସେତେବେଳେ କପିଲ ଶିବଲ ଶିକ୍ଷାମନ୍ତ୍ରୀ ରହିଥିଲେ। ପରୀକ୍ଷାରେ ଅସ୍ୱଚ୍ଛ ବ୍ୟବସ୍ଥା ନିରୋଧ ବିଲ ୨୦୧୦କୁ କିନ୍ତୁ ତାହାକୁ ପାରିତ କରିନଥିଲେ। ସେତେବେଳେ କିଏ ସରକାରରେ ଥିଲେ ତାହା ସମସ୍ତଙ୍କୁ ଜଣା। ଆମ ସରକାର ଆସିଲା ପରେ ଆଇନ ଆଣିଛନ୍ତି। ଏହି ଆଇନ ଅନୁସାରେ କଡ଼ା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। ଏବଂ ଏହା ଭିତରେ ୨୪୦ଟି ପରୀକ୍ଷା ଏନଟିଏ ସମ୍ପାଦନ କରିଛି। ଏଥିରେ ୫ କୋଟିରୁ ଅଧିକ ପରୀକ୍ଷାର୍ଥୀ ପଞ୍ଜିକରଣ ମଧ୍ୟ କରିଥିବା ବେଳେ ସାଢେ ୪ କୋଟି ପରୀକ୍ଷା ଦେଇଛନ୍ତି। 

ନିଟ୍ ହେଉଛି ଏକ ଏକକ ପରୀକ୍ଷା ବ୍ୟବସ୍ଥା। ଯାହା ଦୁଇ ଦୁଇ ଥର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ପ୍ରସ୍ତୁତ ହୋଇଛି। ଏବେବି ଏମାମଲାର ବିଚାର ସୁପ୍ରିମକୋର୍ଟରେ ଚାଲିଛି। ବିରୋଧୀ ଦଳ ନେତା ପରୀକ୍ଷା ବ୍ୟବସ୍ଥାକୁ ଧୋକା ବୋଲି କହିବା ଦୁର୍ଭାଗ୍ୟଜନକ। ମୁଁ କାହା ଦୟାରେ ଏଠି ମନ୍ତ୍ରୀ ହୋଇ ନାହିଁ କି ମୋର ସଂସ୍କାର, ଶିକ୍ଷା, ବିଷୟରେ ଆପଣଙ୍କର ପ୍ରମାଣ ପତ୍ର ଚାହୁଁନାହିଁ। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତରଦାୟିତ୍ୱ ଆସ୍ଥା ଅନୁସାରେ ଏଠାରେ ମନ୍ତ୍ରୀ ଭାବରେ କାର୍ଯ୍ୟରତ। ଯେତେବେଳେ ସେ ଚାହିଁବେ ସେବେ ଏ ପଦବୀ ମଧ୍ୟ ମୁଁ ଛାଡିବାକୁ ପ୍ରସ୍ତୁତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।