PAN Card: ମାର୍ଚ୍ଚ ୩୧ ପୂର୍ବରୁ ସାରନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ କାମ, ନଚେତ ଭରିବାକୁ ପଡିବ ୧୦ ହଜାର ଫାଇନ୍
Advertisement

PAN Card: ମାର୍ଚ୍ଚ ୩୧ ପୂର୍ବରୁ ସାରନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ କାମ, ନଚେତ ଭରିବାକୁ ପଡିବ ୧୦ ହଜାର ଫାଇନ୍

PAN Card and Aadhaar Link: ବ୍ୟକ୍ତିଗତ ଟିକସଦାତାମାନଙ୍କ ପାଇଁ ଆପଣଙ୍କର ଆଧାର କାର୍ଡକୁ ଆପଣଙ୍କର ପାନ୍ କାର୍ଡ ସହିତ ଲିଙ୍କ୍ କରିବା ଆବଶ୍ୟକ । ଏଥିପାଇଁ ଆପଣଙ୍କୁ କିଛି ଫି ଦେବାକୁ ପଡିବ,ଯାହା ପରେ ଆପଣ ଆପଣଙ୍କର ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ବେଶି କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡିବନି। ଏଥିପାଇଁ ଆପଣଙ୍କୁ ୧୦୦୦ ଟଙ୍କା ଦେବାକୁ ପଡିବ।

ସୌଜନ୍ୟ- ସୋସିଆଲ ମିଡିଆ

PAN Card and Aadhaar Link: ବ୍ୟକ୍ତିଗତ ଟିକସଦାତାମାନଙ୍କ ପାଇଁ ଆପଣଙ୍କର ଆଧାର କାର୍ଡକୁ ଆପଣଙ୍କର ପାନ୍ କାର୍ଡ ସହିତ ଲିଙ୍କ୍ କରିବା ଆବଶ୍ୟକ । ଏଥିପାଇଁ ଆପଣଙ୍କୁ କିଛି ଫି ଦେବାକୁ ପଡିବ,ଯାହା ପରେ ଆପଣ ଆପଣଙ୍କର ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ବେଶି କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡିବନି। ଏଥିପାଇଁ ଆପଣଙ୍କୁ ୧୦୦୦ ଟଙ୍କା ଦେବାକୁ ପଡିବ।  ଆପଣ www. incometax. gov.in ରେ ପାନ୍ କାର୍ଡ ଏବଂ ଆଧାରକୁ ଲିଙ୍କ୍ କରିପାରିବେ ।  କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଦ୍ବାରା କୁହାଯାଇଛି ଯେ ଯଦି ପାନ୍ ଆଧାର ସହିତ ଲିଙ୍କ୍ ହୋଇନଥାଏ, ତେବେ ମାର୍ଚ୍ଚ ୩୧, ୨୦୨୩ ପରେ ଏହା “ନିଷ୍କ୍ରିୟ” ହେବ। ବ୍ୟକ୍ତିଗତ କରଦାତାମାନଙ୍କ ପାଇଁ ସେମାନଙ୍କର ଆଧାର କାର୍ଡକୁ ସେମାନଙ୍କର ପ୍ୟାନ କାର୍ଡ ସହିତ ସଂଯୋଗ କରିବା ବାଧ୍ୟତାମୂଳକ ଅଟେ।

ଆୟକର ବିଭାଗ ଏହା ପୂର୍ବରୁ କହିଥିଲା, "ଆୟକର ଅଧିନିୟମ,୧୯୬୧ ଅନୁଯାୟୀ,ମୁକ୍ତ ବର୍ଗରେ ନଥିବା ପ୍ୟାନ କାର୍ଡଧାରୀମାନେ ମାର୍ଚ୍ଚ ୩୧,୨୦୨୩ ପୂର୍ବରୁ ଆଧାର ସହିତ ସେମାନଙ୍କ ପ୍ୟାନକୁ ଲିଙ୍କ କରିବା ଉଚିତ। ଲିଙ୍କ ହୋଇନଥିବା ପ୍ୟାନ ଏପ୍ରିଲ ୧, ୨୦୨୩ରୁ ନିଷ୍କ୍ରିୟ ବା (deactivated) ହୋଇଯିବ। ଏଥିପାଇଁ ଖାସ୍ କରି ଏଥିରେ ବିଳମ୍ବ ନ କରି ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ଯଥାଶିଘ୍ର କରି ନିଅନ୍ତୁ । ଏବଂ ଆଜି ଏହାକୁ ଲିଙ୍କ୍ କରାନ୍ତୁ । ଯେକେହି ସେମାନଙ୍କର ପାନ୍ କାର୍ଡକୁ ବୈଧ ଆଧାର ସହିତ www.incometax.gov.in ରେ ୧୦୦୦ ଟଙ୍କା ଦେୟ ଦେଇ ଲିଙ୍କ କରିପାରିବେ ।

ପାନକୁ ଆଧାର ସହିତ କିପରି ଲିଙ୍କ୍ କରିବେ ?

ଏସଏମଏସ ମାଧ୍ୟମରେ ପାନ୍-ଆଧାର ଲିଙ୍କ୍ :
୫୬୭୬୭୮ କିମ୍ବା ୫୬୧୬୧କୁ ଏସଏମଏସ୍ ପଠାନ୍ତୁ । ଏସଏମଏସର ଫର୍ମାଟ୍ ହେବା ଉଚିତ -UIDPAN(ସ୍ପେସ୍) ୧୨ ଅଙ୍କ ବିଶିଷ୍ଟ AADHAAR କାର୍ଡ ନମ୍ବର (ସ୍ପେସ୍) ୧୦ ଅଙ୍କ ବିଶିଷ୍ଟ ପାନ କାର୍ଡ ନମ୍ବର । ପରେ ଆପଣ ପାନ୍-ଆଧାର ଲିଙ୍କ୍ ସ୍ଥିତି ବିଷୟରେ ଏକ ଏସଏମଏସ୍ ପାଇବେ । ଉଭୟ ଆଧାର ଏବଂ ପାନ୍ କାର୍ଡରେ ଜନ୍ମ ତାରିଖ ସମାନ ହେଲେ ହିଁ ଏହା ଲିଙ୍କ୍ ହେବ ।

Also Read  : SBI: ଦେଶର ସର୍ବବୃହତ ବ୍ୟାଙ୍କ କହିଲା, ଆଦାନୀ ଗ୍ରୁପକୁ ଦିଆଯାଇଛି କେତେ ଟଙ୍କା ଲୋନ୍

ଆୟକର ବିଭାଗ ପୋର୍ଟାଲ ମାଧ୍ୟମରେ ପାନ୍-ଆଧାର ଲିଙ୍କ୍ କିପରି କରିବେ ?
ଭାରତର ଆୟକର ବିଭାଗର ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ (https://www.incometaxindiaefiling.gov.in/)। ହୋମପେଜରେ ଥିବା 'କ୍ବିକ୍ ଲିଙ୍କ୍'(Quick Links) ବିଭାଗ ଅଧୀନରେ ଉପଲବ୍ଧ 'ଲିଙ୍କ୍ ଆଧାର' ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । ବର୍ତ୍ତମାନ ଆପଣଙ୍କ ସାମ୍ନାରେ ଏକ ନୂତନ ପୃଷ୍ଠା ଖୋଲିବ ଯେଉଁଠାରେ ଆପଣଙ୍କୁ ଆପଣଙ୍କର ପାନ୍, ଆଧାର ନମ୍ବର ଏବଂ ଆଧାର କାର୍ଡରେ ଲେଖାଯାଇଥିବା ନାମ ଦେବାକୁ କରିବାକୁ ପଡିବ । ପୃଷ୍ଠାରେ ଲେଖାଯାଇଥିବା କ୍ୟାପଚା କୋଡ୍ (captcha code) ପ୍ରବେଶ କରନ୍ତୁ ଏବଂ 'ଲିଙ୍କ୍ ଆଧାର' ବଟନ୍ ଉପରେ କ୍ଲିକ୍ କରନ୍ତୁ ।