Seema Haider: ବେକରେ ତ୍ରିରଙ୍ଗା ରଙ୍ଗର ଓଢ଼ଣୀ ପକାଇଲେ ସୀମା ହାଇଦର
Advertisement
Article Detail0/zeeodisha/odisha1823396

Seema Haider: ବେକରେ ତ୍ରିରଙ୍ଗା ରଙ୍ଗର ଓଢ଼ଣୀ ପକାଇଲେ ସୀମା ହାଇଦର

Seema Haider: ପାକିସ୍ତାନୀ ମହିଳା ସଜେଇ ହେଲେ ହିନ୍ଦୁସ୍ତାନୀ ଝିଅ ଭାବରେ । ପ୍ରଥମ ଥର ପାଇଁ ଭାରତରେ ସ୍ୱାଧୀନତା ଦିବସ ପାଳନ କରିବେ ପାକିସ୍ତାନୀ ମହିଳା ସୀମା ହାଇଦର ।

Seema Haider: ବେକରେ ତ୍ରିରଙ୍ଗା ରଙ୍ଗର ଓଢ଼ଣୀ ପକାଇଲେ ସୀମା ହାଇଦର

Seema Haider: ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ (Celebrating Independence Day) କରିବାକୁ ସମଗ୍ର ଦେଶବାସୀ ପ୍ରସ୍ତୁତ ରହିଛନ୍ତି । ପ୍ରତ୍ୟେକ ଭାରତୀୟ ଗଣତନ୍ତ୍ରର ଏହି ମହାନ ପର୍ବକୁ ଅତ୍ୟନ୍ତ ଗର୍ବର ସହିତ ପ୍ରତି ବର୍ଷ ପାଳନ କରି ଆସୁଛନ୍ତି । ସ୍ୱାଧିନତା ଦିବସ ପୂର୍ବରୁ ବର୍ତ୍ତମାନ ଚାରିଆଡ ତ୍ରିରଙ୍ଗାମୟ ହୋଇଗଲାଣି । ଘରଠାରୁ ଅଫିସ ସବୁଠି ସାଜସଜା (decoration) କରାଯାଉଛି । ଲୋକମାନେ ଦେଶ ପ୍ରେମର ରଙ୍ଗରେ ରଙ୍ଗିନ ହେବାକୁ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି । ଏହା ଭିତରେ ଆଜି ଅର୍ଥାତ ରବିବାର ଦିନ ଦେଶର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାତ୍ରା କରିବା ସମୟରେ ହଜାର ହଜାର ଲୋକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରେମିକକୁ ଭେଟିବା ପାଇଁ ପାକିସ୍ତାନରୁ ଭାରତ ଆସିଥିବା ମହିଳା ସୀମା ହାଇଦରଙ୍କୁ ଦେଖିବାକୁ ମିଳିଥିଲା ।

ପାକିସ୍ତାନୀ ମହିଳା ସୀମା ହାଇଦର ନିଜକୁ ସମ୍ପୂର୍ଣ୍ଣ ଭାବରେ ଭାରତୀୟ ଝିଅ (Indian Girl) ଭାବରେ ସଜେଇ ହୋଇଥିଲେ । ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସୀମା ହାଇଦରଙ୍କୁ ହିନ୍ଦୁସ୍ତାନୀ ଲୁକରେ ଦେଖିବାକୁ ମିଳିଥିଲା । ତ୍ରିରଙ୍ଗା ଶାଢୀ ପିନ୍ଧି ସୀମା ହାଇଦର ଘର ଛାତ ଉପରେ ଭାରତର ଜାତୀୟ ପତାକା ଉତ୍ତୋଳନ କରିବା ସହ ଜାତୀୟ ସଙ୍ଗୀତ (National Anthem) ମଧ୍ୟ ଗାନ କରିଥିଲେ । ଏହି ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ପାକିସ୍ତାନୀ ଝିଅ ସୀମାଙ୍କ ସହ ସଚିନ ଓ ସୀମାଙ୍କ ଚାରି ସନ୍ତାନ ଉପସ୍ଥିତ ଥିଲେ । ଏଥିସହ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ଓକିଲ ଏପି ସିଂ ମଧ୍ୟ ସାମିଲ୍ ହୋଇଥିଲେ । ଆଜି ଶ୍ରୀନଗର ତଥା ଜାମ୍ମୁ କାଶ୍ମୀରରେ ଏକ ବିଶାଳ ରାଲି କରାଯାଇଥିଲା। ଉକ୍ତ ରାଲିରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ନିଜକୁ ସାମିଲ କରିଥିଲେ । ମନୋଜ ସିହ୍ନା କହିଛନ୍ତି ଯେ, ଆମ ଦେଶର ଯୁବଶକ୍ତିଙ୍କ ମନରେ ଜାତୀୟ ପତାକା ପ୍ରତି ଅନେକ ଭଲପାଇବା ରହିଛି । 'ହର ଘର ତିରଙ୍ଗା' ଅଭିଯାନ (Har ghar tiranga Campaign) କାର୍ଯ୍ୟକ୍ରମରେ ଡାକ ଘର (Post Office) ମାଧ୍ୟମରେ ପ୍ରାୟ ୨.୫ କୋଟି ଜାତୀୟ ପତାକା ବିକ୍ରି କରାଯିବା ପାଇଁ ପଠାଯାଇଛି ବୋଲି ସଂସ୍କୃତି ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ନିକଟରୁ ସୂଚନା ମିଳିଛି । ଗତ ବର୍ଷ ତ୍ରିରଙ୍ଗା ସଂଖ୍ୟା ଏକ କୋଟି ଥିବାବେଳେ ଚଳିତ ଥର ଦେଢ ଗୁଣ ବୃଦ୍ଧି ପାଇଛି । ସାଧାରଣ ଜନତାଙ୍କ ଯୋଗଦାନ ସହିତ ଏହି ଅଭିଯାନ ଏକ ବଡ଼ ଜନ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ଅଧିକାରୀ କହିଛନ୍ତି ।

ସୂଚନାଯୋଗ୍ୟ, ହର ଘର ତ୍ରିରଙ୍ଗାରେ ସାମିଲ୍ ହେବା ପରେ ସୀମା ହାଇଦରଙ୍କ ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରିବା ଆରମ୍ଭ କରିଛି । ପାକିସ୍ତାନ ଭାରତର ଶତୃ ବୋଲି ଅନେକ ମତ ଦେଉଥିବାବେଳେ ଜଣେ ପାକିସ୍ତାନୀ ମହିଳା ନିଜକୁ ଭାରତୀୟ ବେଶରେ ସଜାଇ ଭାରତୀୟ ଜାତୀୟ ସଂଗୀତ ଗାନ କରିବା କଥା ଅନେକଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ବ୍ୟକ୍ତି କହୁଛନ୍ତି ଯେ, ସୀମା ଭାରତକୁ ଆସିବା ପରେ ଭାରତକୁ ଭଲ ପାଇବା ଆରମ୍ଭ କରିଛନ୍ତି । କିନ୍ତୁ ତଥାପି ତାଙ୍କ ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯିବା ଉଚିତ । ସୀମା ମଧ୍ୟ ଆଉ ଭାରତ ଛାଡି ପାକିସ୍ତାନକୁ ଯିବା ପାଇଁ ଚାହୁଁ ନାହାନ୍ତି । ସେ କହୁଛନ୍ତି ମତେ ଏଠାରେ ଯାହା ସଜା ମିଳିବ ଦିଅନ୍ତୁ କିନ୍ତୁ ପାକିସ୍ତାନ ପଠାନ୍ତୁ ନାହିଁ । କାରଣ ମୁଁ ମୋ ପ୍ରେମ ସହ ରହିବାକୁ ଚାହୁଁଛି । ମତେ ମୋ ଭଲ ପାଇବା ଠାରୁ ନଦୂରାଇବା ପାଇଁ ଅନୁରୋଧ ।

Also Read- Cricket News: ଏସିଆ କପ୍ ପୂର୍ବରୁ କ୍ରିକେଟ୍ ପଡିଆରେ ସାପ ଆତଙ୍କ