Khawaja Asif Viral Video: ପୋଲ ପାଖରେ ରଖିଲେ ଗାଡ଼ି, ପୋଷାକ କାଢି ପାଣିକୁ ଡେଇଁପଡ଼ିଲେ ପ୍ରତିରକ୍ଷା ମନ୍ତ୍ରୀ
Advertisement
Article Detail0/zeeodisha/odisha1764394

Khawaja Asif Viral Video: ପୋଲ ପାଖରେ ରଖିଲେ ଗାଡ଼ି, ପୋଷାକ କାଢି ପାଣିକୁ ଡେଇଁପଡ଼ିଲେ ପ୍ରତିରକ୍ଷା ମନ୍ତ୍ରୀ

Pakistan Defence Minister Khawaja Asif: ପୁଣି ଥରେ ନିଜର କାରନାମା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ। ସଦ୍ୟ ତାଙ୍କ ଦ୍ୱାରା କରାଯାଇଥିବାର କାରନାମାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Khawaja Asif Viral Video: ପୋଲ ପାଖରେ ରଖିଲେ ଗାଡ଼ି, ପୋଷାକ କାଢି ପାଣିକୁ ଡେଇଁପଡ଼ିଲେ ପ୍ରତିରକ୍ଷା ମନ୍ତ୍ରୀ

Pakistan Defence Minister Viral Video: ନିଜର ଅଜବ ଧରଣର କାରନାମା ପାଇଁ ଚର୍ଚ୍ଚାରେ ରହିଥାନ୍ତି ପାକିସ୍ତାନୀ ରାଜନେତା। ସଦ୍ୟ ଏହାର ଉଦାହରଣ ଦେଖିବାକୁ ମିଳିଛି। ପାକିସ୍ତାନ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରୀ ନିଜର କାରନାମା ପାଇଁ ଗଣମାଧ୍ୟମରେ ଶିରୋନାମା ପାଲଟଚିଥାନ୍ତି। ଏହି କ୍ରମରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏବେ ସୋସିଆଲ ମିଡିଆ ଦୁନିଆରେ ଭାଇରାଲ ହେବାରେ ଲାଗିଛନ୍ତି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ବିବୃତ୍ତି ପାଇଁ ନୁହେଁ ବରଂ ତାଙ୍କର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଛି। ୭୩ ବର୍ଷୀୟ ଖ୍ୱାଜା ଆସିଫ ହଠାତ୍ ଏକ ହାଫ୍ ପ୍ୟାଣ୍ଡ ଏବଂ ବାନିଅନ୍ ପିନ୍ଧି କେନାଲ ଭିତରକୁ ଡେଇଁ ପଡ଼ିଛନ୍ତି। ଯାହାର ଭିଡ଼ିଓ ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି। ଲୋକେ ତାଙ୍କର ଏହି ଭିଡ଼ିଓ ଦେଖିବା ପରେ ମଜାଳିଆ ମନ୍ତବ୍ୟ ଦେବାରେ ଲାଗିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆସନ୍ତା ଅକ୍ଟୋବରରେ ହେବାକୁ ଯାଉଥିବା ସମ୍ଭାବ୍ୟ ନିର୍ବାଚନକୁ (Pakistani General Election 2023) ଦୃଷ୍ଟିରେ ରଖି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ (Pakistan Defence Minister Khawaja Asif) ତାଙ୍କ ଗାଁ ସିଆଲକୋଟ (Pakistan Sialkot Area) ଅଭିମୁଖେ ଯାଉଥିଲେ। ଏହି ସମୟରେ ତାଙ୍କ ସହ ତାଙ୍କର ବହୁ ସଂଖ୍ୟକ ସମର୍ଥକ (Khawaja Asif Supporters) ମଧ୍ୟ ଉପସ୍ଥିତ ରହିଥିଲେ। ନିଜର ଗ୍ରାମକୁ ଯିବା ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ତାଙ୍କ ସମର୍ଥକଙ୍କ ଉପସ୍ଥିତିରେ କିଛି ପୋଷାକ ପିନ୍ଧି ସେଠାରେ ରହିଥିବା କେନାଲ ଭିତରକୁ ଡେଇଁପଡିଥିଲେ। ପାଣିକୁ ଡେଇଁ ପଡ଼ିବା ପରେ ଖ୍ୱାଜା ଆସିଫ୍ ଛୋଟ ପିଲାଙ୍କ ଭଳି ଗାଧୋଇବାରେ ଲାଗିଥିଲେ। ଜୁଲାଇ ୨ ତାରିଖ ରବିବାର ଏହି ଘଟଣା ଘଟିଥିବାର ଜଣାପଡ଼ିଛି। ଏନେଇ କୁହାଯାଉଛି ଯେ ପ୍ରବଳ ଗରମ କାରଣରୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ (Pakistan Defence Minister) ଏତେ ବ୍ୟତିବ୍ୟସ୍ତ ହୋଇ ଯାଇଥିଲେ ଯେ ସେ ପୋଲ ଠାରେ ପହଞ୍ଚିବା ମାତ୍ରେ ତାଙ୍କ କାର ଚାଳକକୁ ଗାଡ଼ି ଅଟକାଇବାକୁ କହିଥିଲେ।

ଗାଡ଼ି ଅଟକିବା ପରେ ଖ୍ୱାଜା ନିଜର ପୋଷାକ କାଢି ତାଙ୍କ ସମର୍ଥକଙ୍କ ସାମ୍ନାରେ ପୋଲ ଉପରୁ କେନାଲ ମଧ୍ୟକୁ ଡେଇଁପଡିଥିଲେ। ଅନ୍ୟପକ୍ଷରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ପାଣିକୁ ଡେଇଁବାର ଭିଡିଓ ଭାଇରାଲ (Pakistan Defence Minister Viral Video) ହେବାରେ ଲାଗିଛି। ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ଲୋକ ଏହାକୁ ଦେଖି ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି। କେହି କେହି ଏହାକୁ ଏକ ଦାୟିତ୍ୱହୀନ କାର୍ଯ୍ୟ ବୋଲି କହୁଛନ୍ତି ଏବଂ କେହି କେହି ଏହାକୁ ବିପଜ୍ଜନକ ବୋଲି କହୁଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ନିଜର ବୟାନବାଜି (Khawaja Asif Statement) ପାଇଁ ଗଣାମାଧ୍ୟମରେ ଅନେକ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି। 

ନିକଟରେ ପାକିସ୍ତାନ ସେନା (Pakistan Army) ପକ୍ଷରୁ ଆୟୋଜିତ ହୋଇଥିହା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଦେଶର ଆର୍ଥିକ ସ୍ଥିତି (Pakistan Economic Condition 2023) ସମ୍ପର୍କରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ ପାକିସ୍ତାନ ଦେବାଳିଆ (Bankruptcy in Pakistan) ହୋଇସାରିଛି। ତାଙ୍କର ଏହି ବୟାନକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ (Pakistan Prime Minister Shehbaz Sharif) ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ, ଇମରାନ ଖାନଙ୍କ (Imran Khan) ବିରୋଧରେ ଅଭିଯୋଗ ଆଣି କହିଥିଲ ଯେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ (Former Pakistan Prime Minister) ଆତଙ୍କବାଦୀଙ୍କୁ ସମର୍ଥନ କରୁଛନ୍ତି।