Old Pension Scheme: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ଆଉ ଏକ ରାଜ୍ୟରେ ଲାଗୁ ହେବ ପୁରୁଣା ପେନସନ ଯୋଜନା!
Advertisement
Article Detail0/zeeodisha/odisha1593767

Old Pension Scheme: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ଆଉ ଏକ ରାଜ୍ୟରେ ଲାଗୁ ହେବ ପୁରୁଣା ପେନସନ ଯୋଜନା!

Old Pension Scheme: ମହଙ୍ଗା ଭତ୍ତା ଉପରେ କେନ୍ଦ୍ରର ମୋଦି କ୍ୟାବିନେଟ୍ ନିଷ୍ପତ୍ତି ନେଇସାରିଛନ୍ତି । ତେବେ ଏ ବାବଦରେ ସରକାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି । କିନ୍ତୁ ହୋଲି ପୂର୍ବରୁ ପିଏମ ନରେନ୍ଦ୍ର ମୋଦି ଏହା ଘୋଷଣା କରିବେ ବୋଲି ମନେ କରାଯାଉଛି । ଏହି ସମୟରେ ପୁରୁଣା ପେନ୍‌ସନ ଯୋଜନା ସମ୍ପର୍କରେ ସରକାରୀ କର୍ମଚାରୀଙ୍କ ଚାହିଦା ବଢ଼ୁଛି ।

Old Pension Scheme: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ଆଉ ଏକ ରାଜ୍ୟରେ ଲାଗୁ ହେବ ପୁରୁଣା ପେନସନ ଯୋଜନା!

Old Pension Scheme: କେନ୍ଦ୍ର କର୍ମଚାରୀ (Central Government Employees) ଓ ପେନସନଭୋଗୀ (Pensioners) ଙ୍କ ମହଙ୍ଗା ଭତ୍ତା (Dearness Allowance) ଓ ମହଙ୍ଗା ରିଲିଫ (Dearness Relief) ଉପରେ ମୋଦି କ୍ୟାବିନେଟ୍ (Modi Cabinet) ନିଷ୍ପତ୍ତି ନେଇସାରିଛନ୍ତି । ତେବେ ଏ ବାବଦରେ ସରକାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି । କିନ୍ତୁ ହୋଲି (Holi) ପୂର୍ବରୁ ପିଏମ ମୋଦି (PM Modi) ଏହା ଘୋଷଣା କରିବେ ବୋଲି ମନେ କରାଯାଉଛି । ଏହି ସମୟରେ ପୁରୁଣା ପେନ୍‌ସନ ଯୋଜନା (OPS) ସମ୍ପର୍କରେ ସରକାରୀ କର୍ମଚାରୀ (Government Employees) ଙ୍କ ଚାହିଦା ବଢ଼ୁଛି । କର୍ଣ୍ଣାଟକରେ ରାଜ୍ୟ ସରକାରୀ କର୍ମଚାରୀ ସଂଘ (KSGEA) ସେମାନଙ୍କ ଦାବି ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଆରମ୍ଭ କରିଥିଲା ​। ସେପଟେ କିଛି ଘଣ୍ଟା ମଧ୍ୟରେ ରାଜ୍ୟ ସରକାର କର୍ମଚାରୀମାନଙ୍କୁ ଅନ୍ତରୀଣ ରିହାତି ପ୍ରଦାନ କରିଛନ୍ତି ।

କର୍ଣ୍ଣାଟକର ବୋମ୍ମାଇ ସରକାର (Bommai Government) ବେସିକ୍ ବେତନରେ ୧୭ ପ୍ରତିଶତ ବୃଦ୍ଧି  (Salary Hike in Karnataka) ଘୋଷଣା କରିଛନ୍ତି । ରାଜ୍ୟ କର୍ମଚାରୀଙ୍କୁ ଅନ୍ତରୀଣ ରିହାତି ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ପୁରୁଣା ପେନସନ (Old Pension Scheme) ଲାଗୁ କରିବାକୁ କର୍ମଚାରୀଙ୍କ ଦାବି ଉପରେ ସରକାର (Karnataka Government) ମୁଣ୍ଡ ନୁଆଁଛନ୍ତି । ତୁରନ୍ତ ପୁରୁଣା ପେନସନ୍‌ ଲାଗୁ କରିବାର କର୍ମଚାରୀଙ୍କ ଦାବିକୁ ବିଚାର କରିବାକୁ ସରକାରଙ୍କ ଏକ କମିଟି ଗଠନ କରାଯାଇଛି । ବୋମ୍ମାଇ ସରକାର କର୍ମଚାରୀଙ୍କ ନେତାଙ୍କ ସହ କଥାବାର୍ତ୍ତା କରିବା ପରେ ଅର୍ଥ ବିଭାଗର ଅଧିକାରୀମାନଙ୍କୁ ଏ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି ।

କର୍ମଚାରୀଙ୍କ ବେସିକ୍ ଦରମା ୧୭ ପ୍ରତିଶତ ବୃଦ୍ଧି (Salary Hike) ହେବା ପରେ ହିଁ କର୍ମଚାରୀମାନେ ସେମାନଙ୍କର ଧର୍ମଘଟ ବନ୍ଦ କରିଦେଇଥିଲେ । ଖୁବ ଶୀଘ୍ର ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରାଯିବ ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ବୋମ୍ମାଇ କହିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, କଂଗ୍ରେସ ଶାସିତ ରାଜ୍ୟଗୁଡିକରେ ପୁରୁଣା ପେନସନ (OPS) ପୁନଃ ଲାଗୁ ହୋଇଛି । ଏହି ରାଜ୍ୟଗୁଡିକରେ କାର୍ଯ୍ୟକାରୀ ହୋଇଥିବା ପୁରୁଣା ପେନସନ ଯୋଜନା (Old Pension Scheme) ଅଧ୍ୟୟନ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଅର୍ଥ) ଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯିବ । ବିଭିନ୍ନ ଦିଗ ଅଧ୍ୟୟନ କରିବା ପରେ ଏହି କମିଟି ରିପୋର୍ଟ ଦାଖଲ କରିବ ।

ଅଧିକ ପଢ଼ନ୍ତୁ:-ଶେଷରେ ଜଣାପଡ଼ିଗଲା କ'ଣ ହୋଇଥାଏ ମୃତ୍ୟୁ ପରେ! ମରିବାର କିଛି ମିନିଟ ପରେ ଜୀବନ୍ତ ହୋଇଥିବା ବ୍ୟକ୍ତି କଲେ ଖୁଲାସା

ଅଧିକ ପଢ଼ନ୍ତୁ:-ଶୀଘ୍ର କରନ୍ତୁ, ସୁନା ୩,୮୦୦ ଟଙ୍କା ତ ରୁପା ୧୩,୧୮୦ ଟଙ୍କା ମିଳୁଛି ଶସ୍ତା!​

ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଉପରେ କର୍ମଚାରୀ ସଂଘର ସଭାପତି ସିଏସ୍ ଶଦାକ୍ଷରୀ କହିଛନ୍ତି ଯେ, "ଏହି ପଦକ୍ଷେପ ପାଇଁ ଆମେ ସରକାରଙ୍କୁ କୃଜ୍ଞତା ଜଣାଇଛୁ । ଆମେ ଧର୍ମଘଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ, ସମସ୍ତ କର୍ମଚାରୀ କାମକୁ ଫେରିବେ । ଦୁଇ ମାସ ମଧ୍ୟରେ ସରକାରଙ୍କଠାରୁ ପୁରୁଣା ପେନସନ ଯୋଜନା ସମ୍ପର୍କରେ ଏକ ରିପୋର୍ଟ ମିଳିବ । ଆମେ ପୁରୁଣା ପେନସନ୍ ଲାଗୁ କରିବାକୁ ଦାବି କରିଛୁ । ଆମ ଦ୍ୱାରା କରାଯାଇଥିବା ଉଭୟ ଦାବି ଉପରେ ସରକାର ପଦକ୍ଷେପ ନେଇଛନ୍ତି ।"