Odisha News: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଲିଜିଲାନ୍ସ
Advertisement
Article Detail0/zeeodisha/odisha1663479

Odisha News: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଲିଜିଲାନ୍ସ

Pradeep Kumar Panigrahy​: ଗୋପଳପୁର ବିଧାୟକ ନାଁରେ ଚାର୍ଜସିଟ୍ ଦାଖଲ । ବିଧାୟକଙ୍କ ନାମରେ ପ୍ରାୟ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଲିଜିଲାନ୍ସ । ଆର୍ୟ ବହିଭୂର୍ତ ସଂପତ୍ତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । 

ସୌ(ସୋସିଆଲ ମିଡିଆ)

Pradeep Kumar Panigrahy​: ଗୋପଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ (Gopalpur MLA Pradeep Kumar Panigrahy) ନାଁରେ ଚାର୍ଜସିଟ୍ ଦାଖଲ । ବିଧାୟକଙ୍କ ନାମରେ ପ୍ରାୟ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଲିଜିଲାନ୍ସ । ଆର୍ୟ ବହିଭୂର୍ତ ସଂପତ୍ତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ଏହି ଚାର୍ଜସିଟରେ (Charge sheet) ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଖରେ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିଭୂର୍ତ ସଂପତ୍ତି ଥିବା ନେଇ ଉଲ୍ଲେଖ କରାଯାଇଛି । ଲୋକାୟୁକ୍ତ ଅନୁମତି ପରେ ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ଲିଜିଲାନ୍ସ ପକ୍ଷରୁ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି । ତେବେ ବିଧାୟକଙ୍କ ସମତେ ତାଙ୍କ ପତ୍ନୀଙ୍କ ନାମରେ ମଧ୍ଯ ଚାର୍ଜସିଟ୍ (Charge sheet) ଦାଖଲ ହୋଇଛି । ତେବେ ଏହି ଘଟଣା ନେଇ କଟକ ଲିଜିଲାନ୍ସର ଭାରପ୍ରାପ୍ତ ଏସପି ସରୋଜ ସାମଲ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଟାଟା ମୋରର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ମାମଲାରେ ଛନ୍ଦି ହେବା ପରେ ୨୦୨୦ ମସିହା ଡ଼ିସେମ୍ବରେ ୩ ତାରିଖରେ କ୍ରାଇମବ୍ରାଞ୍ଚ (Crime branch) ଗୋପଳପୁର ବିଧାୟକଙ୍କୁ (Pradeep Kumar Panigrahy) ଗିରଫ କରିଥିଲା । ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଶାସକ ଦଳରୁ ବହିଷ୍କୃତ କରାଯାଇଥିଲା । ଜେଲରେ କିଛି ମାସ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା । ସେହିବର୍ଷ ଡ଼ିସେମ୍ବର ୯ ତାରିଖରେ ବିଧାୟକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ତାହାକୁ ନେଇ ଲୋକୟୁକ୍ତରେ ଏକ ମାମଲା ମଧ୍ଯ ରୁଜୁ କରାଯାଇଥିଲା । ଗୁପ୍ତ ତଦନ୍ତରୁ ବିଧାୟକଙ୍କ ନିକଟରେ ବହିଭୂର୍ତ ସଂପତ୍ତି ଠୁଳ ଥିବା ଜଣାପଡ଼ିବା ପରେ ଲୋକୟୁକ୍ତ ଲିଜିଲାନ୍ସକୁ ଏହାର ତଦନ୍ତ  ଲାଗି ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଆସିବା ପରେ ଲିଜିଲାନ୍ସ (vigilance) ଦ୍ବାରା ଏହାର ତଦନ୍ତ କରି ଲୋକୟୁକ୍ତଙ୍କ ନିକଟରେ ରିର୍ପୋଟ ଦାଖଲ କରାଯାଇଥିଲା ।

ଏହା ବି ପଢନ୍ତୁ-Odisha News: ଭୁବନେଶ୍ବରରେ ସହିଦ ଦେବାଶିଷ ବିଶ୍ବାଳଙ୍କୁ ଗାର୍ଡ଼ ଅଫ ଅନର, ଜନ୍ମମାଟିରେ ହେବ ଶେଷକୃତ୍ୟ

ଲୋକୟୁକ୍ତ ଆଇନ-୨୦୧୪ର ଅଧିନିୟମରେ ୨୦(୨)ରେ ତଦନ୍ତ କରାଯାଇଥିଲା । ଏହି ସମୟରେ ସେବାରେ ଥାଇ ପ୍ରଦୀପ ପାଣିଗ୍ରାହୀ ବେଆଇନ ସଂପତ୍ତି ଠୁଳ କରୁଥିବା ନେଇ ଜଣାପଡ଼ିଥିଲା । ସେ ୨୦୨୦ ମସିହାରେ ୬ ମାସ ମଧ୍ଯରେ ଜନସାଧାରଣଙ୍କ ସେବାରେ ଥାଇ ପ୍ରାୟ ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କାର ବେଆଇନ ସଂପତ୍ତି ଠୁଳ କରିଥିଲେ । ତେବେ ଏନେଇ ତଦନ୍ତ କରିବା ପରେ ଲିଜିଲାନ୍ସ ବିଭାଗ ୨୦୨୧ ମସିହା ମେ ମାସରେ ଲୋକୟୁକ୍ତ ନିକଟରେ ଫାଇନାଲ ରିପୋର୍ଟ ଦାଖଲ କରିଥିଲା । ରିର୍ପୋଟକୁ ଅନୁଧ୍ଯାନ କରିବା ପରେ ଏହାର ତଦନ୍ତ ଲାଗି ଲୋକୟୁକ୍ତ ଲିଜିଲାନ୍ସ (Odisha Vigilance) ବିଭାଗକୁ ନିର୍ଦ୍ଦେଶ ଦେଇଥିଲା । ଲୋକୟୁକ୍ତ ନିର୍ଦ୍ଦେଶରେ ୨୦୨୧ ମସିହା ଅକ୍ଟୋବର ୪ ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ପିଏସ କେସ ନଂ ୬ରେ ଲିଜିଲାନ୍ସ (vigilance) ପକ୍ଷରୁ ମାମଲା ରୁଜୁ ହୋଇଥିଲା ।

ଏହା ବି ପଢନ୍ତୁ-Weather Update: ମାଡ଼ି ଆସୁଛି କାଳବୈଶାଖୀ; ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ପ୍ରବଳ କୁଆପଥର ବର୍ଷା ସମ୍ଭାବନା

ଏହା ବି ପଢନ୍ତୁ-Eid ul-Fitr 2023: ଜାଣନ୍ତୁ କାହିଁକି ପାଳନ କରାଯାଏ ଇଦ୍ ଉଲ ଫିତର, କ’ଣ ରହିଛି ଏହା ପଛର ଇତିହାସ

ଏହା ବି ପଢନ୍ତୁ-Cuttack News: ଜନ୍ମଦିନ ପାର୍ଟିରେ ହୋଟେଲ୍ ଯାଇଥିଲେ ଆଇନ ଛାତ୍ରୀ, ହୋଟେଲ ମ୍ୟାନେଜର କଲା ଏମିତି କାମ