Coromondel Express Accident: କରମଣ୍ଡଳ ଏକ୍ସପ୍ରେସରେ ଟ୍ରେନ ଦୁର୍ଘଟଣାଗ୍ରସ୍ତରେ ୫୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ; ୩୫୦ରୁ ଅଧିକ ଆହତ
Advertisement

Coromondel Express Accident: କରମଣ୍ଡଳ ଏକ୍ସପ୍ରେସରେ ଟ୍ରେନ ଦୁର୍ଘଟଣାଗ୍ରସ୍ତରେ ୫୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ; ୩୫୦ରୁ ଅଧିକ ଆହତ

Odisha Train Accident: ଓଡ଼ିଶାର ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନରେ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନକୁ କରମଣ୍ଡଳ ଏକ୍ସପ୍ରେସ ଧକ୍କା ଦେଇଥିଲା । ଏହି ର୍ଘଟଣାଗ୍ରସ୍ତରେ ୫୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହେବ ସହ ୩୫୦ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ସୌ: ସୋସିଆଲ ମିଡିଆ

Odisha Train Accident: ବାଲେଶ୍ୱର ଜିଲ୍ଲାର ବାହାନାଗା ରେଳ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୫୦୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଖବର ରହିଛି । ଓଡି଼ଶାର ମୁଖ୍ୟ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କହିଛନ୍ତି ଯେ ୧୩୨ ଆହତ ଯାତ୍ରୀଙ୍କୁ ସୋରୋ ଓ ଗୋପାଳପୁର CHC କୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଆହତ ଯାତ୍ରୀଙ୍କୁ ବାଲେଶ୍ୱର ଓ କଟକ ହସ୍ପିଟାଲ ଚିକିତ୍ସା ପାଇଁ ପଠାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆହତଙ୍କ ସଂଖ୍ୟା ଅଧିକ ଥିବାରୁ ଆମ୍ବୁଲାନ୍ସ ସହିତ ବସ୍ ମଧ୍ୟ ଡକାଯାଇଛି । ଆଜି ସନ୍ଧ୍ୟା ପ୍ରାୟ ୭.୧୫ ମିନିଟ୍‌ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଷ୍ଟେସନ୍‌ ନିକଟରେ ଘଟିଛି । 

ଉଦ୍ଧାର କାର୍ଯ୍ୟ ପାଇଁ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । SDRF ଦଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଅଧିକାରୀଙ୍କ କହିବାନୁସାରେ, କରମଣ୍ଡଳ ଏକ୍ସପ୍ରେସର ଚାରିଟି କୋଚ୍ ଓଲଟି ପଡିଥିଲା । ସେ କହିଛନ୍ତି ଯେ ରାତି ପ୍ରାୟ ୭.୨୦ ସମୟରେ ବାହାନାଗା ବଜାର ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହାସହ ୫୦ଟି ଆମ୍ବୁଲାନ୍ସ ମୁତୟନ ରଖାଯାଇଛି । ଦୁର୍ଘଟଣାସ୍ଥଳରେ ଆସ୍କା ଲାଇଟ୍ ଲଗାଯାଇଛି । ସ୍ବତନ୍ତ୍ର ରିଲିଫ କମିଶନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାତ୍ରା କରିଛନ୍ତି । ବାଲେଶ୍ବର ଓ କଟକ ମେଡିକାଲ କଲେଜରେ ଚିକିତ୍ସା ପାଇଁ ବ୍ୟବସ୍ତା କରାଯଇଛି ।

ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ପ୍ରତି ସହାୟତା ରାଶି ଘୋଷଣା କରାଯାଇଛି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଦେବାକୁ ଘୋଷଣା ହୋଇଛି ଓ ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଦେବାକୁ ଘୋଷଣା କରାଯାଇଛି ।

ତିନିଟି ଜିଲ୍ଲାରେ ହସ୍ପିଟାଲଗୁଡ଼ିକୁ ଚିକିତ୍ସା ଲାଗି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଆହତଙ୍କୁ ସୋର, ଗୋପାଳପୁର ଓ ଖନ୍ତାପଡ଼ା ହସ୍ପିଟାଲରେ ଭର୍ତ୍ତି କରାଯଇଛି । ଦୁର୍ଘଟଣାସ୍ଥଳରେ ୨୦ ଜଣ ଇଣ୍ଟର୍ଣ୍ଣ, ୨୪ ଜଣ ଡାକ୍ତରଙ୍କୁ ପଠାଯାଇଛି ।

 

ଟ୍ୱିଟ ମାଧ୍ୟମରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ 

ରେଳବାଇ ଜାରି କରିଛି ଜରୁରୀକାଳୀନ ନମ୍ବର 
ଅଟକି ରହିଥିବା ଯାତ୍ରୀଙ୍କ ସମ୍ପର୍କୀୟଙ୍କୁ ଅଧିକ ସହାୟତା ପାଇଁ ଭାରତୀୟ ରେଳବାଇ ଏକ ନମ୍ବର ଜାରି କରିଛି । ଯଦି କୌଣସି ଯାତ୍ରୀ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ବିଷୟରେ ସୂଚନା ଆବଶ୍ୟକ କରେ, ତେବେ ସେ +91 6782 262 286, 8972073925, 9332392339, 8249591559, 7978418322 ଏବଂ 9903370746 ରେ ଯୋଗାଯୋଗ କରିପାରିବେ ।

କହିରଖୁଛୁ ଯେ ୧୨୮୪୧ ଶାଲିମର - ମାଡ୍ରାସ କରମଣ୍ଡଳ ଏକ୍ସପ୍ରେସ ରାତି ୩.୨୦ ରେ ଶାଲିମାର ଛାଡି ସମୁଦାୟ ୧୬୫୬ କିଲୋମିଟର ଦୂରତା ଅତିକ୍ରମ କରେ । ପରଦିନ ଅପରାହ୍ନ ୪.୫୦ ରେ ରାମଚନ୍ଦ୍ରନ କେନ୍ଦ୍ରୀୟ ରେଳ ଷ୍ଟେସନ (ଚେନ୍ନାଇ) ରେ ପହଞ୍ଚିଥାଏ । ଟ୍ରେନ୍ ବାଲେଶ୍ୱର ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

ଏହା ବି ପଢନ୍ତୁ: Coromondel Express Accident: ବାଲେଶ୍ୱରରେ ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ ଏକ୍ସପ୍ରେସ୍; ୨୦୦ରୁ ଅଧିକ ଆହାତ