Bhadrak News: ଆରଡ଼ି ପୀଠରେ ବୋଲବମ ଭକ୍ତଙ୍କୁ ମାଡ଼ ମାରିଲା ପୋଲିସ
Advertisement
Article Detail0/zeeodisha/odisha1784414

Bhadrak News: ଆରଡ଼ି ପୀଠରେ ବୋଲବମ ଭକ୍ତଙ୍କୁ ମାଡ଼ ମାରିଲା ପୋଲିସ

Bhadrak News:  ଗତକାଲି(ସୋମବାର) ଥିଲା ଦ୍ବିତୀୟ ସୋମବାର । ଏ-ନେଇ ମହାଦେବଙ୍କୁ ଜଳଲାଗି କରାଇଭା ପାଇଁ ରାଜ୍ୟର ଅଧିକାଂଶ ଶୈବପୀଠରେ ବୋମବମ୍ ଭକ୍ତଙ୍କ (bolbom devotee) ଭିଡ ଲାଗିଥିଲା । କିନ୍ତୁ ଭଦ୍ରକରେ(Bhadrak) ଥିବା ଆରଡି଼ ପୀଠରେ(Aradi pitha) ପୋଲିସ୍ ବୋଲବମ୍ ଭକ୍ତଙ୍କୁ ମାଡ ମାରିଥିବା ଅଭିଯୋଗ (police beat to bolbom devotee) ହୋଇଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Bhadrak News: ଚାଲିଛି ପବିତ୍ର ଶ୍ରାବଣ ମାସ(Sawan 2023)। ଗତକାଲି(ସୋମବାର) ଥିଲା ଦ୍ବିତୀୟ ସୋମବାର । ଏ-ନେଇ ମହାଦେବଙ୍କୁ ଜଳଲାଗି କରାଇଭା ପାଇଁ ରାଜ୍ୟର ଅଧିକାଂଶ ଶୈବପୀଠରେ ବୋମବମ୍ ଭକ୍ତଙ୍କ (bolbom devotee) ଭିଡ ଲାଗିଥିଲା । କିନ୍ତୁ ଭଦ୍ରକରେ(Bhadrak) ଥିବା ଆରଡି଼ ପୀଠରେ(Aradi pitha) ପୋଲିସ୍ ବୋଲବମ୍ ଭକ୍ତଙ୍କୁ ମାଡ ମାରିଥିବା ଅଭିଯୋଗ (police beat to bolbom devotee) ହୋଇଛି । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କାନ୍ଧରେ ଜଳଭାର ନେଇ ଆସିଥିବା କାଉଡିଆଙ୍କ ପ୍ରତି ପୋଲିସର ଏ ବ୍ୟବହାର ସମସ୍ତଙ୍କୁ ବ୍ୟଥିତ କରିଛି । ଏପରିକି, ପୋଲିସ୍ ପ୍ରଶାସନର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । 

Also Read: Horoscope Today 18 July 2023: ଆଜି ଏହି ତିନି ରାଶିର ରହିଛି ଧନଲାଭର ଯୋଗ, ୪ ରାଶିଙ୍କ ଲାଗି ବଢିପାରେ ଅଡୁଆ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

Also Read: India Vs Pakistan: ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ପାଇଁ ଅପେକ୍ଷାର ହେଲା ଅନ୍ତ; ୧୯ ଜୁଲାଇରେ ହେବ ମହାଯୁଦ୍ଧ!

Also Read: ଜାଣିଛନ୍ତି କି ହୋଟେଲ ଖଟରେ କାହିଁକି ଧଳା ଚାଦର ବିଛାଯାଏ

ସୂଚନା ଅନୁସାରେ,ଗତକାଲି ଥିଲା ଶ୍ରାବଣ ସୋମବାର। ଏନେଇ ଜଳଲାଗି କରିବାକୁ ହଜାର ହଜାର ବୋଲବମ ଭକ୍ତ ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ (Akhandalamani Temple) ପହଞ୍ଚିଥିଲେ ।  ଠେଲାପେଲା ହୋହାଲ୍ଲା ବହୁ ଅବ୍ୟବସ୍ଥା ଭିତରେ ହଜାର ହଜାର କାଉଡିଆ ମହାଦେବଙ୍କୁ ଜଳଲାଗି କରାଇଥିଲେ। ରବିବାର ରାତି ଠାରୁ ଭକ୍ତ ମାନେ ବ୍ୟାରିକେଡ଼ରେ ଲାଇନ ଦେଇ ଆସିଥିଲେ। ହେଲେ ପୋଲିସ ବାବୁଙ୍କ କାର୍ଯ୍ୟରେ ଢିଲା ଯୋଗୁ ଭକ୍ତ ଭକ୍ତଙ୍କ ଭିତରେ ଠେଲାପେଲା ଲାଗି ବ୍ୟାରିକେଡ଼ ଭାଙ୍ଗିଥିଲା। ପୋଲିସ ପହଞ୍ଚି ଭକ୍ତଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତାହାସହ ରବିବାର ରାତିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଭକ୍ତ ଆହତ ହୋଇଥୁବା ବେଳେ ପୋଖରୀରେ ପଡି ଆଉ ଜଣେ ଭକ୍ତ ଆହତ ହୋଇଥିଲେ। ତାହାସହ ସାଧାରଣ ଭକ୍ତମାନଙ୍କ ଗାଡିକୁ ପୋଲିସ ପୀଠରୁ ତିନି କିଲୋମିଟର ଦୂରରୁ ଅଟକାଇବାରୁ ଭକ୍ତ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Also Read: 'ମୋତେ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ହସ ପସନ୍ଦ' କହିଲେ ପ୍ରେମିକ ପାଇଁ ପାକିସ୍ତାନରୁ ଆସିଥିବା ସୀମା ହାଇଦର

Also Read: Kedarnath Temple: କେଦାରନାଥକୁ ଫୋନ୍ ମନା, ଏଣିକି ପାରମ୍ପାରିକି ପୋଷାକ ପିନ୍ଧିଲେ ମନ୍ଦିରକୁ ମିଳିବ ଏଣ୍ଟ୍ରି

Also Read: Oommen Chandy Passes Away: କେରଳର ପୂର୍ବତନ ସିଏମ ଓମେନ ଚାଣ୍ଡିଙ୍କର ଦେହାନ୍ତ

ଗତକାଲି ,ଆରଡି ଆଖଣ୍ଡଳମଣିଙ୍କ ପୀଠରେ ୫୦ ହଜାରରୁ ଉର୍ଦ୍ଧ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା । ଗୋଟିଏ ଦିନରେ ସଂକ୍ରାନ୍ତି, ସୋମବାର ଓ ଚିତାଲାଗି ଅମାବାସ୍ୟ ପଡ଼ୁଥିବାରୁ ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।  ଗତକାଲି ଥିଲା ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏହାପରେ ମଳମାସ ଆରମ୍ଭ ହେଉଥିବାରୁ କାଉଡ଼ିଆମାନଙ୍କ ଜଳ ଲାଗି ଏକମାସ ପାଇଁ ବନ୍ଦ ରହିବ। ଆସନ୍ତା ଅଗଷ୍ଟ ମାସ ୨୧ ଓ ୨୮ ତାରିଖରେ ପୁଣି ବୋଲବମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରତ୍ୟେକ ଦିନ ପରି ଠାକୁରଙ୍କ ନୀତିକାନ୍ତି ଓ ସର୍ବସାଧାରଣ ଦର୍ଶନ ଜାରି ରହିବ ବୋଲି ଜଣାପଡ଼ିଛି। ତେବେ ପ୍ରାୟ ଏକମାସ ପର୍ଯ୍ୟନ୍ତ ମାନସିକଧାରୀ କାଉଡ଼ିଆମାନେ ଜଳଲାଗି କରିପାରିବେ ନାହିଁ। ଏଥିପାଇଁ ଦ୍ବିତୀୟ ସୋମବାର ସମସ୍ତ ଶିବାଳୟ ପୀଠରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଥିଲା।