Odisha News : ଖୁବଶୀଘ୍ର ଯୁକ୍ତ ଦୁଇ ପରୀକ୍ଷା ଫଳ: ଏକ ସଙ୍ଗେ ପ୍ରକାଶ ପାଇବ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳ
Advertisement
Article Detail0/zeeodisha/odisha2259582

Odisha News : ଖୁବଶୀଘ୍ର ଯୁକ୍ତ ଦୁଇ ପରୀକ୍ଷା ଫଳ: ଏକ ସଙ୍ଗେ ପ୍ରକାଶ ପାଇବ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳ

 ଚଳିତ ବର୍ଷ ଯୁକ୍ତ ଦୁଇରେ ୩ ଲକ୍ଷ ୮୬ ହଜାର ୨୫୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ରେଗୁଲାର ୩,୬୦,୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬୦୫୨ ଜଣ ପରୀକ୍ଷାର୍ଥୀ ରହିଛନ୍ତି। କଳାରେ ୨,୩୭,୭୫୦ ଜଣ, ବିଜ୍ଞାନରେ ୧,୧୬,୬୨୦, ବାଣିଜ୍ୟରେ ୨୬,୦୮୯ ଓ ଧନ୍ଦା ମୂଳକ ଶିକ୍ଷାରେ ୫୭୯୧ ଜଣ ପରୀକ୍ଷା ଦେଇଥିଲେ। 

Odisha News : ଖୁବଶୀଘ୍ର ଯୁକ୍ତ ଦୁଇ ପରୀକ୍ଷା ଫଳ: ଏକ ସଙ୍ଗେ ପ୍ରକାଶ ପାଇବ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳ

Odisha News ଭୁବନେଶ୍ୱର: ବହୁ ପ୍ରତିକ୍ଷିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି।  ସିବିଏସଇ ଭଳି ଗୋଟିଏ ଦିନରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଗୋଟିଏ ଦିନରେ ସମସ୍ତ ଷ୍ଟ୍ରିମ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ରେଜଲ୍ଟ ଗୋଟିଏ ଦିନରେ ପ୍ରକାଶ ପାଇବ। ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ ଏହି ନିଷ୍ପତ୍ତି ନେଇଛି। 

ତେବେ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୬ ତାରିଖରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ। ଗୋଟିଏ ଦିନରେ ସମସ୍ତ ଷ୍ଟ୍ରିମର ଫଳ ପ୍ରକାଶ ପାଇବ। ବୋର୍ଡ ପକ୍ଷରୁ ଏନେଇ ସୂଚନା ଦିଆଯିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ସିବିଏସଇ ଭଳି ଗୋଟିଏ ତାରିଖରେ ପ୍ରକାଶିତ ହେବ ସମସ୍ତ ବିଭାଗର ପରୀକ୍ଷା ଫଳ । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ମେ ୨୬ ତାରିଖରେ ପ୍ରକାଶିତ ହେବ। ପିଲାଙ୍କ ସ୍ୱାର୍ଥକୁ ଆଖିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏଭଳି ନିଷ୍ପତି ନେଇଥିବା କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ।

ଏଠାରେ କହି ରଖୁ କି ଆସନ୍ତା ୨୬ ତାରିଖରେ ଭୁବନେଶ୍ୱରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ www.orissaresults.nic.in ମାଧ୍ୟମରେ ସେମାନଙ୍କର ପରୀକ୍ଷା ଫଳକୁ ଚେକ କରିପାରିବେ। ଏହା ବ୍ୟତୀତ ଛାତ୍ରଛାତ୍ରୀ ସେମାନଙ୍କର ସ୍କୁଲର ଇସ୍ପେସ HS School e-space ଓ digilocker ମାଧ୍ୟମରେ ମଧ୍ୟ ପରୀକ୍ଷା ଫଳ ପାଇପାରିବେ। 

ସୂଚନାଯୋଗ୍ୟ ଚଳିତ ବର୍ଷ ଯୁକ୍ତ ଦୁଇରେ ୩ ଲକ୍ଷ ୮୬ ହଜାର ୨୫୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ରେଗୁଲାର ୩,୬୦,୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬୦୫୨ ଜଣ ପରୀକ୍ଷାର୍ଥୀ ରହିଛନ୍ତି। କଳାରେ ୨,୩୭,୭୫୦ ଜଣ, ବିଜ୍ଞାନରେ ୧,୧୬,୬୨୦, ବାଣିଜ୍ୟରେ ୨୬,୦୮୯ ଓ ଧନ୍ଦା ମୂଳକ ଶିକ୍ଷାରେ ୫୭୯୧ ଜଣ ପରୀକ୍ଷା ଦେଇଥିଲେ।