1. More members in ONOE JPC: ଆଜି ସଂସଦରେ ଘୋଷଣା ହୋଇପାରେ ଏକ ଦେଶ ଏକ ନିର୍ବାଚନ ବିଧେୟକ ଲାଗି ଗଠିତ ହୋଇଥିବା ଯୁଗ୍ମ ସଂସଦୀୟ କମିଟି। ଏଥିଲାଗି ପୂର୍ବରୁ ୩୧ ଜଣ ସଦସ୍ୟ ରହିବେ ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଥିଲା। ହେଲେ ଆଜି ସଂଶୋଧିକ କାର୍ଯ୍ୟ ସୂଚୀରେ ଏହି ଯୁଗ୍ମ ସଂସଦୀୟ କମିଟିର ସଦସ୍ୟ ସଂଖ୍ୟାକୁ ୩୯ ବୋଲି ଦର୍ଶାଯାଇଛି। ଏଥିରେ ୨୭ ଜଣ ଲୋକସଭା ସଦସ୍ୟ ରହିଥିବା ବେଳେ ରାଜ୍ୟସଭାର ୧୨ଜଣ ସଦସ୍ୟ ରହିଛନ୍ତି। ଆଜି ସଂସଦରେ ଆଇନ ମନ୍ତ୍ରୀ ଏ ନେଇ ଘୋଷଣା କରିବା ସମ୍ଭାବନା ରହିଛି।
2. Scuffle in Parliament: ସଂସଦରେ ଧସ୍ତାଧସ୍ତି ଯୋଗୁ ଓଡ଼ିଶାର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନାଇଁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ସାରା ଦେଶରେ ସାଂସଦଙ୍କ ଆଚରଣ ସମଲୋଚିତ ହୋଇଛି। ଶାସକ ଦଳ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଏଥିନେଇ ଦାୟୀ କରିଛନ୍ତି।
3. FIR Against Rahul: ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ନାଁରେ ସଂସଦ ମାର୍ଗ ଥାନାରେ ଏତଲା ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୫, ୧୧୭, ୧୨୫, ୧୩୧ ଏବଂ ୩୫୧(୩) ଓ (୫) ଆଧାରରେ ଏହି ମାମଲା ରୁଜୁ ହୋଇଛି। ବିଜେପି ପକ୍ଷରୁ ରାହୁଲଙ୍କ ବିରୁଦ୍ଧରା ହତ୍ୟା ଉଦ୍ୟମରେ ମାମଲା ଦାୟର ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ପୁଲିସ ତାହା କରି ନାହିଁ। ପୁଲିସ ପାଖରେ ଏହି ମାମଲା ହେତୁ ଏବେ ରାହୁଲଙ୍କୁ ଜେରା କରିବା ପାଇଁ ପୁଲିସ କ୍ଷମତାପନ୍ନ ହୋଇଛି।
4. Congress demand CCTV Footage: ରାହୁଲଙ୍କ ଉପରେ ମାମଲା ଦାୟର ପରେ କଂଗ୍ରେସ ସଂସଦ ଭବନରେ ଲାଗିଥିବା ସିସିଟିଭି ଯାଞ୍ଚ ପାଇଁ ଦାବି କରିଛି। ସଂସଦର ବିଭିନ୍ନ କୋଣରେ ସିସିଟିଭି ଲାଗିଛି। ଏହାକୁ ଯାଞ୍ଚ କଲେ ମାମଲାର ସତ୍ୟାସତ୍ୟ ଜଣାପଡ଼ିବ। କିନ୍ତୁ ବିଜେପି ଏହା କରାଇଦେବ ନାହିଁ ବୋଲି ସୁପ୍ରିୟା ଶ୍ରୀନେଟ କହିଛନ୍ତି ।
5. PM Attends Christian Celebrations: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ଙ୍କ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ସମାବେଶରେ ଯୋଗ ଦେଇଛନ୍ତି। ଏହାକୁ ନେଇ ରାଜନୀତିକ ସ୍ତରରେ ସଂଖ୍ୟା ଲଘୁ ଖ୍ରୀଷ୍ଟିଆନ୍ଙ୍କ ଭୋଟ ବ୍ୟାଙ୍କକୁ ଆକର୍ଷଣ କରିବା ଲାଗି ବିଜେପିର ଉଦ୍ୟମ ବୋଲି ଆଲୋଚନା ହେଉଛି। ଆଗକୁ ଦିଲ୍ଲୀ ନିର୍ବାଚନ ଆସୁଥିବାରୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କ ଭୋଟ ଏକ ନିର୍ଣ୍ଣାୟକ ଭୂମିକା ଆଣିବ ବୋଲି ଆଲୋଚନା ହେଉଛି। ଦିଲ୍ଲୀରେ ମୁସ୍ଲିମଙ୍କ ପରେ ଶିଖ, ଜୈନ, ବୈାଦ୍ଧ ଓ ଖ୍ରୀଷ୍ଟିଆନ୍ ଅଧିବାସୀ ରହିଛନ୍ତି। କଂଗ୍ରେସ ମୁସଲିମ ଭୋଟ ବ୍ୟାଙ୍କରେ ରହିଥିବାବେଳେ ଏକ ଅଣ ମୁସ୍ଲିମ ଧ୍ରୁବୀକରଣ ଲାଗି ବିଜେପି ଚେଷ୍ଟା କରୁଥିବା କୁହାଯାଉଛି।
6. Disable Friendly Srimandir: ଆସନ୍ତା ନୂଆ ବର୍ଷରୁ ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଦର୍ଶନ ପାଇଁ ନୂଆ ବ୍ୟବସ୍ଥା ଆପଣାଇବ ପ୍ରଶାସନ। ଏଥିନେଇ ଛତିଶା ନିଯୋଗରେ ପ୍ରସ୍ତାବ ପାରିତ ହୋଇଥିବା ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ି ସୂଚନା ଦେିଛନ୍ତି। ଏହି ନିୟମରେ ଭିନ୍ନକ୍ଷମଙ୍କ ଲାଗି ରାମ୍ପ ବ୍ୟବସ୍ଥା ହେବ। ଏହାସହ ନାଟ ମଣ୍ଡପରେ ଦର୍ଶନ ଲାଗି ଧାଡ଼ି ବ୍ୟବସ୍ଥା କରାଯିବ।
7. Pak’s Missile Programme Threat to USA: ପାକିସ୍ତାନର ଦୂରଗାମୀ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଏବେ ଆମେରିକା ପାଇଁ ଚିନ୍ତାର କାରଣ ହୋଇଛି। ଏହି ଦୂରଗାମୀ କ୍ଷେପଣାସ୍ତ୍ର ଆମେରିକାକୁ ମଧ୍ୟ ଧ୍ୱଂସ କରିବାକୁ ନିୟୋଜିତ ହୋଇପାରେ ବୋଲି ଆଶଙ୍କା କରାଯାଇଛି। ଏହା ଆଣବିକ କ୍ଷମତା ଧାରୀ ହୋଇଥିବାରୁ ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ କମ୍ପାନୀଙ୍କ ଉପରେ କଟକଣା ଲାଗୁ କରିଛି ପାକିସ୍ତାନ।
8. Planet Parade: ଜାନୁୟାରୀ ପ୍ରଥମ ସପ୍ତାହରେ ମହାକାଶରେ ହେବ ପ୍ଲାନେଟ୍ ପରେଡ୍। ଏହିକ୍ରମରେ ଖଲି ଆଖିରେ ଦେଖି ହେବ ୫ଟି ଗ୍ରହ। ସୂର୍ଯ୍ୟାସ୍ତ ପରେ ଏହି ୫ ଗ୍ରହଙ୍କୁ ଦେଖିବାର ବିରଳ ସୁଯୋଗ ମିଳିବା ସମ୍ଭାବନା ରହିଛି। ପଶ୍ଚିମ ଦିଗ୍ବଳୟରେ ଶୁକ୍ର, ଶନି ଗ୍ରହ ଦେଖିବାକୁ ମିଳିବେ। ପୂର୍ବ ଦିଗବଳୟରେ ବୃହସ୍ପତି, ମଙ୍ଗଳ ଏବଂ ବୁଧ ଗ୍ରହଙ୍କୁ ଦେଖିବାକୁ ମିଳିବ।
9. RBI Concern: ଯେଉଁଭଳି ଭାବେ ସରକାରୀ ଯୋଜନାରେ ମାଗଣା ବିଜୁଳି, ମହିଳାଙ୍କୁ ଅର୍ଥ ପ୍ରଦାନ କରାଯାଉଛି ତାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରିଜର୍ଭ ବ୍ୟାଙ୍କ ଅପଖ ଇଣ୍ଡିଆ। ଏହାଦ୍ୱାରା ଭିତ୍ତିଭୂମି ଉନ୍ନୟନ ପାଇଁ ଅର୍ଥର ଅଭାବ ହେବ। ଆଉ ଏହା ହେଲେ ଦେଶରେ ଖୁଚୁରା ଅର୍ଥ କାରବାର କମିବ, ଦେଶର ପ୍ରଗତୀ ବ୍ୟାହତ ହେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ରିଜର୍ଭ ବ୍ୟାଙ୍କ।
10. Odisha wants to return PDS Wheat: ଓଡ଼ିଶା ସରକାରଙ୍କ ମୁଣ୍ଡରେ ବର୍ତ୍ତମାନ ବୋଝ ହୋଇଛି ଗହମ। ୧.୯୯ ଲକ୍ଷ କ୍ୱିଣ୍ଟାଲ୍ ଗହମକୁ ତୁରନ୍ତ ଫେରାଇବାକୁ ମୁଖ୍ୟ ସଚିବ କେନ୍ଦ୍ରକୁ ଲେଖିଛନ୍ତି। ଓଡ଼ିଶାରେ ସଂରକ୍ଷଣ ପାଇଁ ସ୍ଥାନ ଅଭାବକୁ ଏଥିରେ ଦର୍ଶାଯାଇଛି।