Odisha High Court Recruitment: ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ୮୮ଟି ପଦବୀ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି, ଏପରି କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha1649925

Odisha High Court Recruitment: ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ୮୮ଟି ପଦବୀ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି, ଏପରି କରନ୍ତୁ ଆବେଦନ

Odisha High Court Recruitment 2023: ଓଡ଼ିଶା ହାଇକୋର୍ଟରେ ଚାକିରି କରିବାକୁ ଚାହିୁଁଥିବା ଆଶାୟୀଙ୍କ ଲାଗି ଖୁସି ଖବର । ଓଡ଼ିଶା ହାଇକୋର୍ଟର ଖାଲି ପଡ଼ିଥିବା ବିଭିନ୍ନ ପଦବୀ ଲାଗି ବାହାରିଲା ବିଜ୍ଞପ୍ତି । 

ସୌ(ସୋସିଆଲ ମିଡିଆ)

Odisha High Court Recruitment 2023: ଓଡ଼ିଶା ହାଇକୋର୍ଟରେ (Odisha High Court) ଚାକିରି କରିବାକୁ ଚାହିୁଁଥିବା ଆଶାୟୀଙ୍କ ଲାଗି ଖୁସି ଖବର । ଓଡ଼ିଶା ହାଇକୋର୍ଟର ଖାଲି ପଡ଼ିଥିବା ବିଭିନ୍ନ ପଦବୀ ଲାଗି ବାହାରିଲା ବିଜ୍ଞପ୍ତି । ତେବେ ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ପଦବୀ ଲାଗି ଏପ୍ରିଲ ୧୭ ତାରିଖରୁ ଅନଲାଇନରେ ଆବେଦନ ପ୍ରକ୍ରିୟା (Apply) ଆରମ୍ଭ ହୋଇ ମେ ୧ ତାରିଖରେ ଆବେଦନ ପ୍ରକ୍ରିୟା ଶେଷ ହେବ ।

ଖାଲି ପଡ଼ିଥିବା ପଦବୀ- Vacancy Position

ଅର୍ଡ଼ିଲ ଓ ଅଫିସ ପିଅନ ଲାଗି (୩୪ଟି) ପଦବୀ

କ୍ଲାସ-୪ ଲାଗି (୪୪ଟି) ପଦବୀ

ମାଳି- (୧୦ଟି) ପଦବୀ

ସମୁଦାୟ- (୮୮ଟି) ପଦବୀ

ଶିକ୍ଷାଗତ ଯୋଗ୍ୟତା- (Education qualification)

ଅର୍ଡ଼ିଲ ଓ ଅଫିସ ପିଅନ- ଅର୍ଡ଼ିଲ ଓ ଅଫିସ ପିଅନ ପଦବୀ ଲାଗି ଆବେଦନ କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀ ଅଷ୍ଟମ ଶ୍ରେଣୀ ପାସ କରିଥିବା ଆବଶ୍ୟକ । ହାଉସକିପିଂ ସହ ରୋଷେଇ ଓ ଅନ୍ୟାନ୍ୟ ଘରୋଇ କାମ କରିପାରୁଥିବା ଜରୁରୀ ।

କ୍ଲାସ-୪- ଇଚ୍ଛୁକ ପ୍ରାର୍ଥୀ ମାନେ ଅଷ୍ଟମ ଶ୍ରେଣୀ ପାସ କରିଥିବା ଆବଶ୍ୟକ । ହାଉସକିପିଂ ସହ ରୋଷେଇ ଓ ଅନ୍ୟାନ୍ୟ ଘରୋଇ କାମ କରିପାରୁଥିବା ଜରୁରୀ ।

ମାଳି- ଇଚ୍ଛୁକ ପ୍ରାର୍ଥୀ ମାନେ ଅଷ୍ଟମ ଶ୍ରେଣୀ ପାସ କରିଥିବା ଆବଶ୍ୟକ । ଏହାସହ ଗାର୍ଡେନିଂ ନେଇ ଜ୍ଞାନ ଥିବା ଆବଶ୍ୟକ ।

ଦରମା- (salary)

୪,୭୫୦ ଟଙ୍କା- ୧୪,୬୮୦- ଗ୍ରେଡ଼- ୧,୭୦୦ ଟଙ୍କା । ପ୍ରଥମ ବର୍ଷରେ – ୧୨,୧୦୦, ଦ୍ବିତୀୟ ବର୍ଷରେ-୧୨,୭୦୦, ତୃତୀୟ ବର୍ଷରେ ୧୩,୩୦୦, ଚତୁର୍ଥ ବର୍ଷରେ- ୧୪,୦୦୦ ଟଙ୍କା

ଆବେଦନ ଲାଗି ଆଶାୟୀ ପ୍ରାର୍ଥୀ ମାନେ ଅନଲାଇନରେ ୩୦୦ ଟଙ୍କା ଦେଇ ଆବେଦନ କରିପାରିବେ । SC/ST ଓ ଦିବ୍ୟାଙ୍ଗ ପାଇଁ କୌଣସି ଆବେଦନ ଫି ଦେବାକୁ ପଡ଼ିୃବ ନାହିଁ ।

ଏହା ବି ପଢନ୍ତୁ- ADR Report 2023: ୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ହେଉଛନ୍ତି କୋଟିପତି, ଦେଶର ସବୁଠାରୁ ଧନୀ ସିଏମ କିଏ? ଜାଣନ୍ତୁ

ଆବେଦନ ପ୍ରକ୍ରିୟା- (How to apply)

ଇଚ୍ଛୁକ ପ୍ରାର୍ଥୀ ମାନେ ଅନଲାଇନରେ ଓଡ଼ିଶା ହାଇକୋର୍ଟ ୱେବସାଇଟ୍- www.orissahighcourt.nic.in କୁ ଯାଇ ଆବେଦନ କରିପାରିବେ ।

ଅଧିକ ତଥ୍ୟ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ-  Orissa High Court Group D recruitment 2023

ଏହା ବି ପଢନ୍ତୁ- VIMSAR Security: ବିବାଦରେ ବୁର୍ଲା ବଡ଼ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା: ଆଶା ଅନେକ, ଫଳ ଶୂନ

ଏହା ବି ପଢନ୍ତୁ- Khordha News: ସହରରେ ଚିନ୍ତାଜନକ ଟ୍ରାଫିକ୍ ବ୍ୟବସ୍ଥା; ବଢୁଛି ଦୁର୍ଘଟଣା, ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ!

ଏହା ବି ପଢନ୍ତୁ- PM Kisan: ପିଏମ କିସାନର ୧୪ତମ କିସ୍ତି ଆସିବା ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି, ଜାଣି ଖୁସିରେ ନାଚି ଉଠିବେ ଚାଷୀ