Odisha Civil Services 2021 result: ୩୧ ତାରିଖ ଅର୍ଥାତ୍ ଆଜି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ୧୬୪ ମହିଳାଙ୍କ ସହ ମୋଟ ୪୩୨ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ପୁଅ ଓ ୫ ଜଣ ଝିଅ ରହିଛନ୍ତି ।
Trending Photos
Odisha Civil Services 2021 final result: ସୋମବାର ଦିନ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରିକ୍ଷାରେ ସୁଦେବ କୁମାର ପୃଷ୍ଟି (Sudev Prusty topper) ଟପ୍ପର ହୋଇଛନ୍ତି । ପରୀକ୍ଷାରେ ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ ଓ ପ୍ରଣବ ରଂଜନ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏଥିରେ ୧୬୪ ମହିଳାଙ୍କ ସହ ମୋଟ ୪୩୨ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ପୁଅ ଓ ୫ ଜଣ ଝିଅ ରହିଛନ୍ତି ।
ଚତୁର୍ଥ ସ୍ଥାନରେ ବୈଶାଖୀ ଲେଙ୍କା ଥିବାବେଳେ, ପଞ୍ଚମ ସ୍ଥାନରେ ଶ୍ୱେତଲିନା ମାହାନା ଓ ଷଷ୍ଠ ସ୍ଥାନରେ ଅଛନ୍ତି ଅଗ୍ନିଜା ଶିବଦତ୍ତା ରହିଛନ୍ତି । ଅନ୍ୟପଟେ ସପ୍ତମ ସ୍ଥାନରେ ସନ୍ତୋଷ କୁମାର ପାତ୍ର ଅଷ୍ଟମ, ନବମ ଓ ଦଶମ ସ୍ଥାନରେ ଯଥାକ୍ରମେ ମୀମାଂସା ସାହୁ, ବିନ୍ଦୁ ବଳୟ ରାଉତରାୟ, ସୌମ୍ୟରଂଜନ ମହାପାତ୍ର ରହିଛନ୍ତି ।
ଏଠାରେ ଦେଖନ୍ତୁ ଶ୍ରେଷ୍ଠ ୨୦ ଜଣଙ୍କ ଲିଷ୍ଟ:
କିପରି ଡାଉନଲୋଡ୍ କରିବେ OAS ରେଜଲ୍ଟ?
ନିମ୍ନରେ ଦିଆଯାଇଥିବା ଷ୍ଟେପ୍ ଗୁଡିକ ଫଲ୍ଲୋ କରି ଆପଣ ଆପଣଙ୍କର ଫଳାଫଳ ଚେକ୍ କରିପାରିବେ:
କହିରଖୁଛୁ ଯେ ୨୧ ଫେବୃଆରୀ ୨୦୨୩ ରୁ ୧୮ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷା ଓ ୧୫ ଜୁଲାଇରୁ ୨୫ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ସାକ୍ଷାତକାରକୁ ଆଧାରରେ ଓଡ଼ିଶଆ ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୨୧ ର ଫଳାଫଳ ପ୍ରସ୍ତୁତ କରାଯାଇଛି ।
ଏହା ବି ପଢ଼ନ୍ତୁ: Viceroy Territory: ଭାରତୀୟ ବିମାନରେ କାହିଁକି ଲେଖାଯାଇଛି ଭିଟି, ଏହାର ଅର୍ଥ କ’ଣ?
ଏହା ବି ପଢ଼ନ୍ତୁ: EPF e-nomination: ମୃତ୍ୟୁ ପରେ PF ରେ ଜମା ହୋଇଥିବା ଟଙ୍କା ସହିତ କ’ଣ ହୁଏ; ଏହି ଲକ୍ଷ ଲକ୍ଷ ଟଙ୍କାର କିଏ ହୁଏ ମାଲିକ?