Road Accident: ଭୟଙ୍କର ସଡ଼କ ଦୁର୍ଘଟଣା ,୪ ମୃତ ୩ ଆହତ
Advertisement
Article Detail0/zeeodisha/odisha2147830

Road Accident: ଭୟଙ୍କର ସଡ଼କ ଦୁର୍ଘଟଣା ,୪ ମୃତ ୩ ଆହତ

Road Accident: ଜାଗର ମେଳା ଦେଖିବାକୁ ଗଲା ବେଳେ ଘଟିଲା ଅଘଟଣ। ଏହି ଦୁର୍ଘଟଣାରେ ଚାଲିଗଲା ୪ ଜୀବନ । ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଏକା ସାଙ୍ଗରେ ତିନୋଟି ବାଇକ୍ ପିଟି ହେବାରୁ ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Road Accident: ଭୟଙ୍କର ସଡ଼କ ଦୁର୍ଘଟଣା ,୪ ମୃତ ୩ ଆହତ

Road Accident: ଜାଗର ମେଳା ଦେଖିବାକୁ ଗଲା ବେଳେ ଘଟିଲା ଅଘଟଣ। ଏହି ଦୁର୍ଘଟଣାରେ ଚାଲିଗଲା ୪ ଜୀବନ । ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଏକା ସାଙ୍ଗରେ ତିନୋଟି ବାଇକ୍ ପିଟି ହେବାରୁ ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ୍ ସଞ୍ଜୁ ଜିଲ୍ଲାର  (Alluri Sitharama Raju district)ର ଆରାକୁ ମଣ୍ତଳ (Araku mandal)ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ଶୁକ୍ରବାର ଦିନ ଜାଗର ମେଳା ଦେଖିବାକୁ ଲୋଟେରୁ ପଞ୍ଚାୟତ ମଞ୍ଚାଗୁଡାରୁ ସାତ ଜଣ ଲୋକେ ଦୁଇଟି ବାଇକ୍ ଯୋଗେ ନନ୍ଦିବାଲାସା( Nandivalasa)କୁ ଯାତ୍ରା କରୁଥିଲେ। କିନ୍ତୁ ହଠାତ୍ ଏକ ବାଇକ ଦ୍ର଼ତ ଗତିରେ ତାଙ୍କ ବାଇକ୍ ଆଡକୁ ମାଡି ଆସିଥିଲା। ଆଉ ଭାରସାମ୍ୟ ହରାଇ ୨ଟି ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସାତ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆଉ ତିନି ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି।   ତେବେ, ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଓ ରହିଥିବା ଜଣାପଡିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। 

ନିକଟରେ,  ଆନ୍ଧ୍ରପ୍ରଦେଶର ନନ୍ଦିୟାଲ୍ ଜିଲ୍ଲାରେ ଏକ ଦୁର୍ଘଟଣା ଘଟିଥିଲା। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ତେଲେଙ୍ଗାନାର ସିକେନ୍ଦେରାବାଦ୍ ଅଞ୍ଚଳର ବାସିନ୍ଦା ରବିନ୍ଦ୍ର ନିଜ ପରିବାର ସହିତ ଆନ୍ଧ୍ରପ୍ରଦେଶ ସ୍ଥିତ ଭେଙ୍କେଟେଶ୍ବର ମନ୍ଦିରକୁ (Venkateswara Temple, Tirumala) ଦର୍ଶନ ନିମନ୍ତ ମଙ୍ଗଳବାର ଦିନ ଯାଇଥିଲେ। ଦର୍ଶନ ସାରି ବିଳମ୍ବିତ ରାତିରେ ଏକ କାରରେ ନିଜ ଘରକୁ ଫେରୁଥିଲେ। କିନ୍ତୁ ଫେରିବା ବାଟରେ ସତେ ଯେମିତି ସେମାନଙ୍କୁ ଜଗି ବସିଥିଲା ଯମ। ସେମାନଙ୍କ କାରଟି ନନ୍ଦିଆଲ ଜିଲ୍ଲାରେ ପହଞ୍ଚିଥିବା ବେଳେ ହଠାତ୍ ଗାଡିଟି ଭାରସାମ୍ୟ ହରାଇ ଏକ ଟ୍ରକକୁ ପିଟିଦେଇଥିଲା। ଫଳରେ ଗାଡିରେ ଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୋଲିସ୍ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ଏବଂ ୫ଟି ମୃତଦେହକୁ ଉଦ୍ଧାର କରି ପୋଷ୍ଟ ମଟମ ପାଇଁ ପଠାଇଛି। ତେବେ, ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ  ରବୀନ୍ଦରଙ୍କ ସହ ତାଙ୍କ ପତ୍ନୀ ଲକ୍ଷ୍ମୀ, ବଡ ପୁଅ କିରଣ, ସାନ ପୁଅ କୌଶିକ୍ ଏବଂ ମଝିଆ  ପୁଅ ଉଦାଇ କିରଣ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି।