Ration Card: ଆଉ ମିଳିବନି ମାଗଣା ରାସନ: ୨ କୋଟି କାର୍ଡ ବାତିଲ୍ !
Advertisement
Article Detail0/zeeodisha/odisha1743772

Ration Card: ଆଉ ମିଳିବନି ମାଗଣା ରାସନ: ୨ କୋଟି କାର୍ଡ ବାତିଲ୍ !

ଯଦି ଆପଣ ମାଗଣା ରାସନ (Free Ration)ର ହିତାଧିକାରୀ ତାହେଲେ ଏହି ଖବର ଆପଣଙ୍କୁ ବିଚଳିତ ହୋଇପାରେ । କାରଣ ଯୋଗାଣ ବିଭାଗ ରାସନ କାର୍ଡ ହିତାଧିକାରୀଙ୍କର ଏକ ତାଲିକା ପ୍ରସ୍ତୁତ କରୁଛି । ଯିଏ ପ୍ରକୃତରେ ଏହି ଯୋଜନାର ଲାଭ ପାଇବାର ହକଦାର ନୁହନ୍ତି ସେମାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗତ ବର୍ଷ ସାଂସଦ ସୁଶୀଲ ମୋଦୀ (Mp Sushil

Ration Card: ଆଉ ମିଳିବନି ମାଗଣା ରାସନ: ୨ କୋଟି କାର୍ଡ ବାତିଲ୍ !

Ration Card News: ଯଦି ଆପଣ ମାଗଣା ରାସନ (Free Ration)ର ହିତାଧିକାରୀ ତାହେଲେ ଏହି ଖବର ଆପଣଙ୍କୁ ବିଚଳିତ ହୋଇପାରେ । କାରଣ ଯୋଗାଣ ବିଭାଗ ରାସନ କାର୍ଡ ହିତାଧିକାରୀଙ୍କର ଏକ ତାଲିକା ପ୍ରସ୍ତୁତ କରୁଛି । ଯିଏ ପ୍ରକୃତରେ ଏହି ଯୋଜନାର ଲାଭ ପାଇବାର ହକଦାର ନୁହନ୍ତି ସେମାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗତ ବର୍ଷ ସାଂସଦ ସୁଶୀଲ ମୋଦୀ (Mp Sushil Kumar Modi)ଙ୍କ ଏପରି ବିବୃତ୍ତି ପରେ ପ୍ରାୟ ୨ କୋଟି ରାସନ କାର୍ଡ ହିତାଧିକାରୀଙ୍କର କାର୍ଡକୁ ବାତିଲ (Cancel) କରାଯାଇଥିଲା । ଆପଣଙ୍କୁ କହିରଖୁଛୁ ଯେ, କରୋନା ସମୟ ପରଠାରୁ ଏକ ବଡ଼ ବିଭାଗ ସରକାରଙ୍କ ଗରିବ ଯୋଜନା (Garib Yojana)ର ଲାଭ ଉଠାଉଛନ୍ତି । ସରକାର ମଧ୍ୟ ଏହି ଯୋଜନାର ତାରିଖ ୩୧ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଯାହା ଦ୍ୱାରା କୌଣସି ଅଭାବୀ ତଥା ଗରିବ ଲୋକ ରାତି ସମୟରେ ଭୋକରେ ନସୁଅନ୍ତି ।

ସମୁଦାୟ ବାତିଲ ହୋଇଥିବା କାର୍ଡ ସଂଖ୍ୟା
ଆପଣଙ୍କୁ ଏହା ସୂଚନା ଦେବାକୁ ଚାହିଁବୁ ଯେ, ଗତ ବର୍ଷରେ ମନ୍ତ୍ରୀ ସାଧଭି ନିରଞ୍ଜନ ଜ୍ୟୋତି (Minister Sadhvi niranjan jyoti) ସଂସଦରେ ଏକ ବଡ଼ ବିବୃତ୍ତି ଦେଇଥିଲେ । ଯେଉଁଥିରେ ସେ କହିଛନ୍ତି ଯେ, ୨୦୧୭ରୁ ୨୦୨୦-୨୧  ମସିହା ତଥା ପାଞ୍ଚ ବର୍ଷ ମଧ୍ୟରେ ସାରା ଦେଶରେ ୨ କୋଟି ୪୧ ଲକ୍ଷ ଅଯୋଗ୍ୟ ଏବଂ ନକଲି ରାସନ କାର୍ଡ ବାତିଲ (Ration card cancel) କରାଯାଇଛି । ଏହା ସହିତ ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, କେବଳ ବିହାରର ବିଭିନ୍ନ ଜିଲ୍ଲାରେ ସମୁଦାୟ ୭ ଲକ୍ଷ ୧୦ ହଜାର ରାସନ କାର୍ଡ ବାତିଲ ହୋଇଛି । ସେବେଠାରୁ ପ୍ରତ୍ୟେକ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବିଭାଗ ନକଲି ରାସନ କାର୍ଡଧାରୀଙ୍କର ଏକ ତାଲିକା ପ୍ରସ୍ତୁତ କରୁଛନ୍ତି । ଏଥିସହ ଏହା ମଧ୍ୟ କୁହାଯାଉଛି ଯେ, ପ୍ରତ୍ୟେକ ରାଜ୍ୟରେ ଲକ୍ଷ ଲକ୍ଷ ରାସନ କାର୍ଡଧାରୀ ଅଛନ୍ତି ଯେଉଁମାନେ ପ୍ରକୃତରେ ରାସନ ପାଇବା ପାଇ ହକଦାର ନୁହନ୍ତି । କେବଳ ଜାଲିଆତି କରି ଗରିବଙ୍କ ପାଇଁ ହେଉଥିବା ଯୋଜନାକୁ ହାତଉଛନ୍ତି । 

ରାସନ କାର୍ଡ ପାଇବା ପାଇଁ ଯୋଗ୍ୟତା କ’ଣ?
ମାଗଣା ରାସନ ବଣ୍ଟନ ବ୍ୟବସ୍ଥାର ଲାଭ ସମସ୍ତଙ୍କୁ ମିଳିବା ପାଇଁ କରାଯାଇନାହିଁ । ଏହା କେବଳ ଏକ ନିର୍ଦ୍ଦିଷ୍ଟ ବର୍ଗର ଜନସାଧାରଣଙ୍କ ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ତେଣୁ ପ୍ରତ୍ୟକ ରାଜ୍ୟ ଓ କେନ୍ଦ୍ର ସରକାର (State and Central Govt) ଏଥିପାଇଁ କିଛି ଆବଶ୍ୟକୀୟ ଯୋଗ୍ୟତା ସ୍ଥିର କରିଛନ୍ତି । ସେମଧ୍ୟରେ ଏହା ରହିଛି ଯେ, ରାସନ କାର୍ଡ ହିତାଧିକାରୀମାନେ ଟିକସଦାତା (Taxpayer) ହୋଇନଥିବା ଆବଶ୍ୟକ । ଏଥିସହ ସେମାନଙ୍କର ପରିବାର ଦାରିଦ୍ର (poor) ସୀମାରେଖା ତଳେ ବାସ କରୁଥିବା ଆବଶ୍ୟକ । ଉଭୟ ଚାକିରି କିମ୍ୱା ବ୍ୟବସାୟ (Job and business) କ୍ଷେତ୍ରରେ ପରିବାରର ବାର୍ଷିକ ଆୟ (Annual income) ୨ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ । କେବଳ ସେତିକି ନୁହେଁ, ରାସନ କାର୍ଡ ହିତାଧିକାରୀ ୪ ଚକିଆ ଯାନ (four wheeler) ବ୍ୟବହାର କରୁନଥିବେ । କିନ୍ତୁ ଉତ୍ତର ପ୍ରଦେଶ (uttar pradesh)ରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳେ ଯେଉଁଠି ରାସନ କାର୍ଡ (Ration card) ଧରି ଲୋକମାନେ କାର ବ୍ୟବହାର କରି ରାସନ ସାମଗ୍ରୀ ଆଣିବାକୁ ଯାଉଥିଲେ । ଯଦି ଆପଣଙ୍କର ଏହି ନିୟମାବଳୀ ମଧ୍ୟରେ ନଥିବେ ଏବଂ ରାସନ କାର୍ଡ ପାଇବା ପାଇଁ ଉପଯୁକ୍ତ ବ୍ୟକ୍ତି ହୋଇଥିବେ ତେବେ ଆପଣଙ୍କ ରାସନ କାର୍ଡ କଟିବ ନାହିଁ । ଯଦି ଭୁଲ ବସତଃ କୌଣସି କାରଣରୁ ଆପଣଙ୍କ ରାସନ କାର୍ଡ କଟିଯାଇଥାଏ ତେବେ ତୁରନ୍ତ ନିକଟସ୍ଥ ଡିଲରଙ୍କ ସହ ଯୋଗାଯୋଗ କରନ୍ତୁ ।

Also read- ସକାଳେ ଉଠିବା ପରେ କ୍ଳାନ୍ତ ଅନୁଭବ କରୁଛନ୍ତି କି? ଆପଣାନ୍ତୁ ଏହି ୩ ଆୟୁର୍ବେଦିକ ପ୍ରତିକାର