NIRF Ranking 2023: ଟପ୍ ୩ ଲିଷ୍ଟରେ JNU ଏବଂ ଜାମିଆ ମିଲିଆ ଇସଲାମିଆ
Advertisement
Article Detail0/zeeodisha/odisha1725556

NIRF Ranking 2023: ଟପ୍ ୩ ଲିଷ୍ଟରେ JNU ଏବଂ ଜାମିଆ ମିଲିଆ ଇସଲାମିଆ

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା NIRF ରାଙ୍କିଙ୍ଗ୍ 2023 ପ୍ରକାଶିତ ହୋଇଛି । ଯାହା ଅନୁଯାୟୀ ଦେଶର ସର୍ବୋଚ୍ଚ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଅଛି, ଆସନ୍ତୁ ଜାଣିବା କେଉଁ କେଉଁ ବିଶ୍ୱବିଦ୍ୟାଳୟକୁ କେତେ ନମ୍ୱର ରାଙ୍କିଂ ମିଳିଛି ।  ଆଇଆଇଟି ମାଡ୍ରାସ୍ (Indian Institute of Technology, Madras)ରାଙ୍କିଂର ଶ୍ରେଷ୍ଠ ନମ୍ୱ

NIRF Ranking 2023: ଟପ୍ ୩ ଲିଷ୍ଟରେ JNU ଏବଂ ଜାମିଆ ମିଲିଆ ଇସଲାମିଆ

indias top univercity:କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା NIRF ରାଙ୍କିଙ୍ଗ୍ 2023 ପ୍ରକାଶିତ ହୋଇଛି । ଯାହା ଅନୁଯାୟୀ ଦେଶର ସର୍ବୋଚ୍ଚ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଅଛି, ଆସନ୍ତୁ ଜାଣିବା କେଉଁ କେଉଁ ବିଶ୍ୱବିଦ୍ୟାଳୟକୁ କେତେ ନମ୍ୱର ରାଙ୍କିଂ ମିଳିଛି । 

ଆଇଆଇଟି ମାଡ୍ରାସ୍ (Indian Institute of Technology, Madras)ରାଙ୍କିଂର ଶ୍ରେଷ୍ଠ ନମ୍ୱର ସ୍ଥାନରେ ରହିଛି । ଏହା ଦେଶର ସବୁଠାରୁ ଟପ୍ ବିଶ୍ୱବିଦ୍ୟାଳୟ ବୋଲି ବିବେଚନା କରାଯାଇଛି । ଏହା ସହ ଆଇଏସସି ବାଙ୍ଗାଲୋର (Indian Institute of Science, Bengaluru) ବିଶ୍ୱବିଦ୍ୟାଲୟ ମାନ୍ୟତାରେ ୨ ନମ୍ୱର ମାନ୍ୟତା ପାଇଛି ।

ଚଳିତ ବର୍ଷର NIRF ରାଙ୍କିଂ ଅନୁଯାୟୀ ଦେଶର ସର୍ବଚ୍ଚୋ ବିଶ୍ୱବିଦ୍ୟାଳୟ ହେଉଛି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବାଙ୍ଗାଲୋର । ଅନ୍ୟ ପକ୍ଷରେ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ସ୍ଥାନ ଦ୍ୱିତାୟରେ ରହିଛି । ଏହାପରେ ଜାମିଆ ମିଲିଆ ଇସଲାମିଆ ଓ ଯାଦବପୁର ବିଶ୍ୱବିଦ୍ୟାଳୟ ତୃତୀୟ ଓ ୪ର୍ଥ ସ୍ଥାନରେ ରହିଛି । ସେହିପରି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ୫ ନମ୍ୱରରେ ଥିବାବେଳେ ମଣିପାଲ ଉଚ୍ଚ ଶିକ୍ଷା ଏକାଡେମୀ ଷଷ୍ଠ ନମ୍ୱର ପାଇଛି । ସପ୍ତମ ସ୍ଥାନରେ ରହିଛି ଅମୃତା ବିଶ୍ୱ ବିଦ୍ୟାପୀଠ । ଭେଲୋର ଇନଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜି ଅଷ୍ଟମ ଏବଂ ଆଲିଗଡ ମୁସଲିମ ୟୁନିଭରସିଟି ରାଙ୍କିଂରେ ନବମ ସ୍ଥାନରେ ରହିଛି । ଶେଷ ତଥା ଦଶ ନମ୍ୱର ସ୍ଥାନରେ ରହିଛି ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ । ରାଙ୍କିଂ ପାଇବା ପରେ ଅନେକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ସେଲିବ୍ରେଶନ (Celebration) କରୁଥିବା ଦେଖିବାକୁ ମିଳିଛି ।