Trending News: ପର୍ଣ୍ଣଷ୍ଟାରଙ୍କୁ ଟ୍ୱିଟର ରେ ଫଲୋ କରି ଚର୍ଚ୍ଚାରେ କେଜ୍ରିୱାଲ, ଟ୍ରେଣ୍ଡ କରୁଛି #TharkiKejriwal
Advertisement
Article Detail0/zeeodisha/odisha1392353

Trending News: ପର୍ଣ୍ଣଷ୍ଟାରଙ୍କୁ ଟ୍ୱିଟର ରେ ଫଲୋ କରି ଚର୍ଚ୍ଚାରେ କେଜ୍ରିୱାଲ, ଟ୍ରେଣ୍ଡ କରୁଛି #TharkiKejriwal


Netizens trolls Arvind Kejriwal: ଏକ ଟ୍ୱିଟର ହ୍ୟାଣ୍ଡେଲ ଅନୁସରଣ କରିବାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟ୍ରୋଲ କରିଛନ୍ତି ଟ୍ୱିଟର ବ୍ୟବହାରକାରୀ। 

Trending News: ପର୍ଣ୍ଣଷ୍ଟାରଙ୍କୁ ଟ୍ୱିଟର ରେ ଫଲୋ କରି ଚର୍ଚ୍ଚାରେ କେଜ୍ରିୱାଲ, ଟ୍ରେଣ୍ଡ କରୁଛି #TharkiKejriwal

Delhi CM Arvind Kejriwal: ନିଜର ବୟାନ ହେଉ କିମ୍ବା କାମକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ହେଲେ ବର୍ତ୍ତମାନ ଅନ୍ୟ ଏକ କାରନାମା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ତାଙ୍କର କାରାନାମା ଶୁଣିଲେ ଯେ କେହି ଚର୍ଚ୍ଚିତ ହୋଇପଡ଼ିବେ।      

ଜଣେ ମହିଳାଙ୍କୁ ଫଲୋ କରି ଚର୍ଚ୍ଚାକୁ ଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi CM Arvind Kejriwal)। ବର୍ତ୍ତମାନ ତାଙ୍କ ନାଁ ସୋସିଆଲ ମିଡିଆ ଜଗତରେ (Social Media World) ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ଟ୍ୱିଟର (Twitter) ରେ #TharkiKejriwal ନାମକ ଏକ ହ୍ୟାସଟ୍ୟାଗ ଟ୍ରେଣ୍ଡ (Twitter Trending Hasgtag) କରିବାରେ ଲାଗିଛି। ଯେଉଁଥିରେ ତାଙ୍କ ନାମକୁ ଜଣେ ସୁନ୍ଦରୀ ମହିଳାଙ୍କ ଅଶ୍ଲୀଳ ଫଟୋ-ଭିଡିଓ ସହିତ ଯୋଡ଼ାଯାଉଛି।

ଟ୍ୱିଟରରେ @Esmee4Keeps ନାମକ ଏକ ଆକାଉଣ୍ଟ (@Esmee4Keeps Twitter Account) ରହିଛି। ଏହି ଆକାଉଣ୍ଟ ର ପ୍ରୋଫାଇଲ୍ ଫଟୋ ରେ ଜଣେ ସୁନ୍ଦରୀ ମହିଳାଙ୍କୁ ଦେଖିବାକୁ ମିଳିଛି। ଯିଏ ସ୍ୱଳ୍ପ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳୁଛି। @Esmee4Keeps ନାମକ ଆକାଉଣ୍ଟ ରେ ମୋଟ ଚାରୋଟି ଫଟୋ ଟ୍ୱିଟ କରାଯାଇଛି। ହେଲେ ଏହି ସମସ୍ତ ଫଟୋ କୌଣସି ପର୍ଣ୍ଣଷ୍ଟାରଙ୍କ ଫଟୋ ଠାରୁ କମ ନୁହେଁ। ସାମାଜିକ ଦୃଷ୍ଟିକୋଣରୁ ଏହି ଚାରୋଟି ଫଟୋ ସର୍ବସାଧାରଣରେ ଦେଖାଇବା ଯୋଗ୍ୟ ନୁହଁ।

ଏହି ସମସ୍ତ ଫଟୋ ର ସ୍କ୍ରିନସଟ୍ (Screenshots) ଏବେ ଟ୍ୱିଟର ରେ ଭାଇରାଲ ହେବାରେ ଲାଗିଛି। ଯାହାର ହ୍ୟାସଟ୍ୟାଗ୍ ହେଉଛି #TharkiKejriwal। ଏହି ହ୍ୟାସଟ୍ୟାଗ୍ ଟ୍ରେଣ୍ଡ କରିବା ପରେ ଏବେ ଟ୍ୱିଟର ବ୍ୟବହାରକାରୀଙ୍କ (Twitter User) ଟାର୍ଗେଟକୁ ଆସି ଯାଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ (Delhi Chief Minister) କଟାକ୍ଷ କରି ଟ୍ୱିଟର ୟୁଜର କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ @Esmee4Keeps ନାମକ ଏହି ମହିଳାଙ୍କୁ ଅନୁସରଣ କରୁଛନ୍ତି। ଯାହାର ପ୍ରମାଣ ସ୍ୱରୂପ ଲୋକେ ବିଭିନ୍ନ ଫଟୋ-ଭିଡିଓ (Arvind Kejriwal Photo and Video) ଟ୍ୱିଟ କରିଛନ୍ତି। ଏପରିକି ଏହା ସହିତ ଜଡ଼ିତ ଅନେକ ମୀମ୍ସ (Arvind Kejriwal Memes) ମଧ୍ୟ ସେୟାର କରିଛନ୍ତି ୟୁଜର।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ କଟାକ୍ଷ କରି ଟ୍ୱିଟର ୟୁଜର କହିଛନ୍ତି ଏଭଳି ଫଟୋ ଦେଖିବା ପରେ ତାଙ୍କ ହୃଦୟ ତରଳି ଯାଇଛି। ଯାହାହେଉ ଥରେ ଜଣେ ବଡ ରାଜନେତା କହିଥିଲେ ପୁଅ ମାନେ ଭୁଲ କରିଥାନ୍ତି। ହେଲେ ସୋସିଆଲ ମିଡିଆ ବ୍ୟବହାରୀ କୌଣସି ରାଜନେତା କିମ୍ବା କ୍ଷମା ପ୍ରଦାନ କରୁଥିବା ଜନତା ନୁହଁନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଲୋକେ #TharkiKejriwal ହ୍ୟାସଟ୍ୟାଗ ଟ୍ରେଣ୍ଡ କରାଇ ଟ୍ରୋଲ କରିଛନ୍ତି।