Odisha News: ଜାତୀୟ ବିଜ୍ଞାନ ଦିବସ ପାଳିତ
Advertisement
Article Detail0/zeeodisha/odisha2134302

Odisha News: ଜାତୀୟ ବିଜ୍ଞାନ ଦିବସ ପାଳିତ

କଟକ: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଫାକଲ୍ଟି ଅଫ୍ ସାଇନ୍ସ’ ଦ୍ୱାରା ୨୮  ଫେବ୍ରୁଆରୀ ୨୦୨୪ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ଏହାର ଥିମ୍ ରହିଥିଲା ‘ବିକଶିତ ଭାରତର ଗଠନ ନିମନ୍ତେ ବୈଷୟିକ ଜ୍ଞାନକୌଶଳ। ଏହି ଅବସରରେ ବିଜ୍ଞାନ କ୍ଲବ୍ ସହଯୋଗରେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା

Odisha News: ଜାତୀୟ ବିଜ୍ଞାନ ଦିବସ ପାଳିତ
Odisha News: କଟକ: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଫାକଲ୍ଟି ଅଫ୍ ସାଇନ୍ସ’ ଦ୍ୱାରା ୨୮  ଫେବ୍ରୁଆରୀ ୨୦୨୪ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ଏହାର ଥିମ୍ ରହିଥିଲା ‘ବିକଶିତ ଭାରତର ଗଠନ ନିମନ୍ତେ ବୈଷୟିକ ଜ୍ଞାନକୌଶଳ। ଏହି ଅବସରରେ ବିଜ୍ଞାନ କ୍ଲବ୍ ସହଯୋଗରେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଓ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସ୍ୱନାମଧନ୍ୟ ବୈଜ୍ଞାନିକ ତଥା ଓଡ଼ିଶା ପର୍ଯ୍ୟାବରଣ ସୋସାଇଟିର ସଚିବ ଡଃ. ଜୟକୃଷ୍ଣ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ସେ ‘ଜେନେଟିକ୍ ମୋଡିଫାଏଡ୍ ଅର୍ଗାନିଜମ୍, ଡିଜାଇନର ବେବି ଲାଇଫ ଷ୍ଟାଇଲ୍ ଆଣ୍ଡ୍ ଏନଭିରନମେଣ୍ଟ୍, ହିଷ୍ଟ୍ରୀ ଅଫ୍ ସାଇନ୍ସ’ ଇତ୍ୟାଦି ବିଷୟରେ ସାରଗର୍ଭକ ଆଲୋଚନା କରିଥିଲେ।
 
ଭୁବନେଶ୍ୱରସ୍ଥିତ ସିଏସଆଇଆର-ଆଇଏମଏମଟିର ବୈଜ୍ଞାନିକ ଡଃ. ବିପ୍ଳବ କୁମାର ପାତ୍ର ‘ସୋଲାର ଟେକ୍ନୋଲଜି ଏବଂ ନାନୋ ଟେକ୍ନୋଲଜି’ର ଗୁରୁତ୍ୱ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏଥିସହ ଚଳିତ ବର୍ଷର ଥିମ୍ ଉପରେ ମଧ୍ୟ ଆଲୋଚନା କରିଥିଲେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ବି. ଆର. ଶର୍ମା ବୈଜ୍ଞାନିକମାନଙ୍କୁ ‘ଋଷି’ ସମ୍ବୋଧନ କରିଥିଲେ । ସେ ପୁରାତନ କାଳର ଋଷି ଏବଂ ସେମାନଙ୍କ ଉଦ୍ଭାବନଗୁଡ଼ିକୁ ଆଧୁନିକ ବିଜ୍ଞାନ ସହ ତୁଳନା କରିଥିଲେ । ସେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଥ୍ରୀଏଚ୍- ହେଡ୍, ହାର୍ଟ ଏବଂ ହିୟରିଂ ସମ୍ପର୍କରେ ବୁଝାଇଥିଲେ ।
 
ସାଇନ୍ସ ଫାକଲ୍ଟିର ଡିନ୍ ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଡିଏସଡବ୍ଲ୍ୟୁ ବିଭାଗର ଡିନ୍ ପ୍ରଫେସର ଡ. ଜୟପ୍ରକାଶ ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ର ରୁଦ୍ରନାରାୟଣ ସାହୁ, ସ୍ୱୟଂସମ୍ଭବ ତ୍ରିପାଠୀ ଓ ଦୀପକ କୁମାର ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି କଟକସ୍ଥିତ କେଶବଧାମ ସରସ୍ୱତୀ ବିଦ୍ୟାମନ୍ଦିର ଛାତ୍ର ସୁଦର୍ଶନ ପଶାୟତ, ସୁପ୍ରୀତ ଶୁଭଙ୍କର ତ୍ରିପାଠୀ ଓ ଦୀପକ କୁମାର ନାୟକ ଦ୍ୱିତୀୟ ହୋଥିବା ବେଳେ କଟକ ଶୈଳବାଳା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀ, ରଶ୍ମି ରଣା ଓ ଏସଏ. ଆଦ୍ୟାଶା ତୃତୀୟ ସ୍ଥାନ ହାସଲ କରିଥିଲେ ।
 
ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତାର ସମସ୍ତ ପୁରସ୍କାର ଏସଏସୟୁର ଛାତ୍ରୀମାନେ ହାତେଇ ନେଇଥିଲେ । ଫରହାତ ପରୱିନ ଓ ସ୍ୱସ୍ତିଶ୍ରେୟା ପଣ୍ଡା ପ୍ରଥମ, ଗୋରାଙ୍ଗ ଗାବନେ ଓ ପିଙ୍କି କାୟରା ଦ୍ୱିତୀୟ ଏବଂ ଦୀକ୍ଷା ଗାଙ୍ଗୁଲି ଓ ଶ୍ରେୟା ଓଝା ତୃତୀୟ ସ୍ଥାନ ଅଧିକାର କରିଥିଲେ । କୁଇଜ୍ ପ୍ରତିଯୋଗିତାରେ ୨୧ଟି ଗୃପ ଏବଂ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତାରେ 30ଟି ଗୃପ  ଭାଗ ନେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଉତ୍କୃଷ୍ଟ ପୋଷ୍ଟର ଏବଂ କୁଇଜ୍ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଜାତୀୟ ବିଜ୍ଞାନ ଦିବସ ଥିଲା ଗବେଷଣା, ଉଦ୍ଭାବନ ଓ ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମର ବିକାଶ ନିମନ୍ତେ ଏସଏସୟୁର ପ୍ରତିବଦ୍ଧତା ସମ୍ପର୍କୀତ ଏକ ଜ୍ୱଳନ୍ତ ଉଦାହରଣ ।