NALCO recruitment 2025: ନାଲକୋରେ ଚାକିରି କରିବା ପାଇଁ ସୁବର୍ଣ୍ଣ ସୁଯୋଗ, ୨୧ ଜାନୁଆରୀ ପୂର୍ବରୁ କରନ୍ତୁ ଆବେଦନ, ଜାଣନ୍ତୁ ଡିଟେଲ୍ସ
Advertisement
Article Detail0/zeeodisha/odisha2595683

NALCO recruitment 2025: ନାଲକୋରେ ଚାକିରି କରିବା ପାଇଁ ସୁବର୍ଣ୍ଣ ସୁଯୋଗ, ୨୧ ଜାନୁଆରୀ ପୂର୍ବରୁ କରନ୍ତୁ ଆବେଦନ, ଜାଣନ୍ତୁ ଡିଟେଲ୍ସ

NALCO recruitment 2025: ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (NALCO) ୫୧୮ଟି ନନ୍-ଏକ୍ଜ୍ୟୁକିଟିଭ୍ ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦବୀଗୁଡ଼ିକ ପାଇଁ ଅନଲାଇନରେ ଆବେଦନ କରିପାରିବେ।

NALCO recruitment 2025

NALCO recruitment 2025: ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (NALCO) ୫୧୮ଟି ନନ୍-ଏକ୍ଜ୍ୟୁକିଟିଭ୍ ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦବୀଗୁଡ଼ିକ ପାଇଁ ଅନଲାଇନରେ ଆବେଦନ କରିପାରିବେ।

ପଦବୀ ବିବରଣୀ:
ମୋଟ ୫୧୮ ପଦବୀ ମଧ୍ୟରୁ ୩୭ଟି SUPT (JOT) ପରୀକ୍ଷାଗାର ପାଇଁ, ୨୨୬ଟି SUPT (JOT) ଅପରେଟର ପାଇଁ, ୭୩ଟି SUPT (JOT) ଫିଟର ପାଇଁ, ୬୩ଟି SUPT (JOT) ଇଲେକ୍ଟ୍ରିକାଲ୍ ପାଇଁ, ୪୮ଟି SUPT (JOT) ଇନଷ୍ଟ୍ରୁମେଣ୍ଟେସନ୍ ପାଇଁ, SUPT (JOT) ଜିୟୋଲୋଜିଷ୍ଟ ୪, SUPT (JOT) HEMM ଅପରେଟର ପାଇଁ ୯, SUPT (JOT) ମାଇନିଙ୍ଗ ୧, SUPT (JOT) ମାଇନିଙ୍ଗ ମେଟ 15 ଜଣ, SUPT (JOT) ମୋଟର ମେକାନିକ୍ ୨୨, ଡ୍ରେସର୍ କମ୍ ଫାର୍ଷ୍ଟ ଏଡରର ୫, ଲାବୋରେଟୋରୀ ଟେକ୍ନିସିଆନ୍ ୨, ନର୍ସ ଗ୍ରେଡ୍-୩  ପାଇଁ ୭ ଏବଂ ଫାର୍ମାସିଷ୍ଟ ଗ୍ରେଡ୍-୩ ପାଇଁ ୬ଟି ପଦବୀରେ ନିଯୁକ୍ତି ହେବ।

ଶିକ୍ଷାଗତ ଯୋଗ୍ୟତା:
ରସାୟନ ବିଜ୍ଞାନରେ B.Sc. (ଅନର୍ସ) ଡିଗ୍ରୀ ଥିବା ପ୍ରାର୍ଥୀମାନେ SUPT (JOT) ଲାବୋରେଟୋରୀ ପଦବୀ ପାଇଁ ଆବେଦନ କରିପାରିବେ। SUPT (JOT) ଅପରେଟର ପାଇଁ ସମ୍ପୃକ୍ତ ଟ୍ରେଡରେ ITI ଇତ୍ୟାଦି ଯୋଗ୍ୟତା ଆବଶ୍ୟକ। ଦିଆଯାଇଥିବା ଲିଙ୍କରୁ ଅନ୍ୟାନ୍ୟ ପଦବୀ ପାଇଁ ନିର୍ଦ୍ଧାରିତ ଯୋଗ୍ୟତାର ବିବରଣୀ ପାଇପାରିବେ।

ବୟସ ସୀମା:
ଏହି ପଦବୀ ପାଇଁ ଆବେଦନ କରିବାର ବୟସ ସୀମା ପଦବୀ ଅନୁସାରେ ୨୭ ରୁ ୩୫ ବର୍ଷ ରଖାଯାଇଛି। ବିଜ୍ଞପ୍ତିରେ ପଦବୀ ଅନୁଯାୟୀ ଯୋଗ୍ୟତାର ବିବରଣୀ ପାଇପାରିବେ।

ଚୟନ ପ୍ରକ୍ରିୟା
ଉପରୋକ୍ତ ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ଆଧାରିତ ପରୀକ୍ଷା, ଟ୍ରେଡ୍ ପରୀକ୍ଷା ଏବଂ ଡାକ୍ତରୀ ଫିଟନେସ୍ ପରୀକ୍ଷା ଆଧାରରେ କରାଯିବ। ଚୟନ ପ୍ରକ୍ରିୟା ବିଷୟରେ ବିସ୍ତୃତ ଭାବରେ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଏହିପରି କରନ୍ତୁ ଆବେଦନ
ନିର୍ଦ୍ଧାରିତ ଯୋଗ୍ୟତା ସର୍ତ୍ତାବଳୀ ପୂରଣ କରୁଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ କରିବାର ଶେଷ ତାରିଖ: ୨୧ ଜାନୁଆରୀ, ୨୦୨୫

ଆବେଦନ ଶ୍ଳୁକ: ସାଧାରଣ, ଓବିସି, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ପ୍ରାର୍ଥୀମାନଙ୍କୁ ଆବେଦନ ଫିସ୍ ଭାବରେ ୧୦୦ ଟଙ୍କା ଦେବାକୁ ପଡିବ। SC/ST/PWD ଏବଂ ମହିଳା ବର୍ଗର ପ୍ରାର୍ଥୀଙ୍କ ପାଇଁ କୌଣସି ଫି ନାହିଁ।