Narayanpur Encounter: ସୁରକ୍ଷା ବାହିନୀକୁ ବଡ଼ ସଫଳତା, ୩ ନକ୍ସଲ ନିହତ
Advertisement
Article Detail0/zeeodisha/odisha2443556

Narayanpur Encounter: ସୁରକ୍ଷା ବାହିନୀକୁ ବଡ଼ ସଫଳତା, ୩ ନକ୍ସଲ ନିହତ

ସୁରକ୍ଷା ବାହିନୀ ନିହତ ନକ୍ସଲମାନଙ୍କଠାରୁ AK-47 ସିରିଜ୍ ରାଇଫଲ, ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛନ୍ତି । ନାରାୟଣପୁର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଛି ।

Narayanpur Encounter: ସୁରକ୍ଷା ବାହିନୀକୁ ବଡ଼ ସଫଳତା, ୩ ନକ୍ସଲ ନିହତ

Narayanpur Encounter: ଛତିଶଗଡର ନାରାୟଣପୁରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ଏନକାଉଣ୍ଟରରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି । ଏଥିରେ ଜଣେ ମହିଳା ନକ୍ସଲ ମଧ୍ୟ ରହିଥିବା ସୂଚନା ମିଳିଛି । ସୁରକ୍ଷା ବାହିନୀ ନିହତ ନକ୍ସଲମାନଙ୍କଠାରୁ AK-47 ସିରିଜ୍ ରାଇଫଲ, ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛନ୍ତି । ନାରାୟଣପୁର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଛି ।

ଛତିଶଗଡରେ ଯବାନମାନେ ନକ୍ସଲମାନଙ୍କ ବିରୋଧରେ ସର୍ଚ୍ଚ ଅପରେସନ୍ କରିବା ସହିତ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ରବିବାର ଦାନ୍ତେୱାଡାରେ ୩ ମହିଳା ନକ୍ସଲ ଏବଂ ଜଣେ ପୁରୁଷ ନକ୍ସଲ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଦାନ୍ତେୱାଡାରେ ୮୭୨ ଜଣ ନକ୍ସଲ ହିଂସା ମାର୍ଗ ଛାଡି ମୁଖ୍ୟ ସ୍ରୋତକୁ ଫେରିଛନ୍ତି।

Also Read- ବେଙ୍ଗାଲୁର ଫ୍ରିଜରୁ ଶବ ମିଳିବା ଘଟଣା, ସନ୍ଦିଗ୍ଧ ଚିହ୍ନଟ

Also Read- ଲେବାନନକୁ ରକେଟ ମାଡ କଲା ଇସ୍ରାଏଲ, ଶତାଧିକ ମୃତ୍ୟୁ, ଅନେକ ଆହତ