Shocking News: ଭାରତର ଏମିତି ଏକ ଗାଁ ଯେଉଁଠାରେ ଜନ୍ମ ନିଅନ୍ତି କେବଳ ଯାଆଁଳା ଛୁଆ!
Advertisement

Shocking News: ଭାରତର ଏମିତି ଏକ ଗାଁ ଯେଉଁଠାରେ ଜନ୍ମ ନିଅନ୍ତି କେବଳ ଯାଆଁଳା ଛୁଆ!

Shocking News: କେରଳର ମାଲାପୁରାମ ଜିଲ୍ଲାର କୋଡିହି(kodinhi) ଗ୍ରାମରେ ଏହି ଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳେ । ଗାଁର ଏହି ସ୍ୱତନ୍ତ୍ରତା ଦେଶ ତଥା ବିଶ୍ୱରେ ଦୀର୍ଘ ଦିନ ଧରି ଆଲୋଚନା ହୋଇଆସୁଛି। ପ୍ରାୟତଃ ଅନେକ ଲୋକ ଦୂରରାନ୍ତରୁ ଏହି ଗାଁକୁ ଯାଆନ୍ତି ଯାଆଁଳା ପିଲାମାନଙ୍କୁ ଦେଖିବା ଲାଗି ଆସିଥାଆନ୍ତି। 

ସୌ(ସୋସିଆଲ ମିଡିଆ)

Shocking News:ଦୁନିଆରେ ଏମିତି ଅନେକ ଘଟଣା ଘଟିଥାଏ ଯାହାକୁ ନେଇ ଦେଶ ତଥା ଦେଶ ବାହାରେ ଚର୍ଚ୍ଚା ହୋଇଥାଏ । କିଛି ଘଟଣା ଏପରି ମଧ୍ଯ ଥାଏ ଯାହା ଆପଣ ଶୁଣିବା ପରେ ବିଶ୍ବାସ କରିପାରବେ ନାହିଁ । ଆପଣମାନେ ଯାଆଁଳା ଭାଇ ଓ ଭଉଣୀଙ୍କୁ ତ ଦେଖିଥିବେ କିନ୍ତୁ ଆପଣ କେବେ ଶୁଣିଛନ୍ତି ଏପରି ଏକ ଗାଁ ଅଛି ଯେଉଁଠାରେ କେବଳେ ଯାଆଁଳା ଶିଶୁ ଜନ୍ମ ନିଅନ୍ତି । ଆଜି ଆମେ ଏକ ଏମିତି ଗାଁ ବିଷୟରେ କହିବୁ ଯେଉଁ ଗାଁରେ କେବଳ ଯାଆଁଳା ଶିଶୁ(Twins baby) ଜନ୍ମ ହୋଇଥାଆନ୍ତି । କଥାଟା ଅଜବ ଲାଗୁଥିଲେ ବି ସତ । କେରଳର ମାଲାପୁରାମ ଜିଲ୍ଲାର କୋଡିହି(kodinhi) ଗ୍ରାମରେ ଏହି ଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳେ । ଗାଁର ଏହି ସ୍ୱତନ୍ତ୍ରତା ଦେଶ ତଥା ବିଶ୍ୱରେ ଦୀର୍ଘ ଦିନ ଧରି ଆଲୋଚନା ହୋଇଆସୁଛି। ପ୍ରାୟତଃ ଅନେକ ଲୋକ ଦୂରରାନ୍ତରୁ ଏହି ଗାଁକୁ ଯାଆନ୍ତି ଯାଆଁଳା ପିଲାମାନଙ୍କୁ ଦେଖିବା ଲାଗି ଆସିଥାଆନ୍ତି। ଏହି ଗାଁର ଅଧିକାଂଶ ପରିବାରରେ ଯାଆଁଳା ଶିଶୁ ଜନ୍ମ ହୁଅନ୍ତି । ତେବେ କାହିଁକି ଏତେ ସଂଖ୍ୟକ ଯାଆଁଳା ଶିଶୁ ଗାଁରେ ଜନ୍ମ ହୁଅନ୍ତି? ଅନେକ ଥର ବୈଜ୍ଞାନିକ ଏହି ଘଟଣାର ଅନୁସନ୍ଧାନ କରିବାକୁ ଆସିଥିଲେ, କିନ୍ତୁ ସେମାନେ ଏହି ରହସ୍ୟ ଉନ୍ମୋଚନ କରିପାରିନଥିଲେ।

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ମାନେ କୁହନ୍ତି ଯେ, ଏହି ଗାଁ ଉପରେ ଇଶ୍ବରଙ୍କ କୃପା ରହିଛି । ଯେଉଁ କାରଣରୁ ଏଠାରେ ଅଧିକାଂଶ ଯାଆଁଳା ଶିଶୁ ଜନ୍ମ ହୁଅନ୍ତି ।  ପ୍ରକାଶଥାଉ କି, ବିଗତ ୫୦ ବର୍ଷ ମଧ୍ୟରେ ଏହି ଗାଁରେ ୩୦୦ରୁ ଅଧିକ ଯାଆଁଳା ଶିଶୁ ଜନ୍ମ ହୋଇସାରିଛନ୍ତି। ଏହି ଅଜବ ଘଟଣା ପାଇଁ ଗାଁଟି ଦେଶରେ ବେଶ ପ୍ରସିଦ୍ଧ । ଯଦି କେବେ ଆପଣ ଏହି କୋଡିହି ଗାଁକୁ ବୁଲିବାକୁ ଯାଉଛନ୍ତି ତାହାଲେ ଏଠାରେ ଆପଣ ଏକ ବଡ଼ ସଂଖ୍ୟକ ଯାଆଁଳା ଗୋଷ୍ଠୀଙ୍କୁ ଦେଖିବାକୁ ପାଇବେ । କୁହାଯାଏ ଯେ, ଏହି ଗାଁରେ ପ୍ରାୟ ୪୦୦ ଜଣ ଯାଆଁଳା ଲୋକ ରହିଛନ୍ତି । ଗାଁରେ ଏତେ ସଂଖ୍ୟକ ଯାଆଁଳା(Twins) ଲୋକେ କ’ଣ ପାଇଁ ଜନ୍ମ ନେଇଥାଆନ୍ତି? ଏହାର ରହସ୍ୟ ଖୋଜିବା ଲାଗି ୨୦୧୬ ମସିହାରେ ଏକ ଟିମ୍ ଗାଁରେ ପହଞ୍ଚିଥିଲା । ଏହି ଟିମ୍ ଗ୍ରାମର ଯାଆଁଳା ପିଲାଙ୍କ ନମୂନା ସଂଗ୍ରହ କରିଥିଲେ। କିନ୍ତୁ ଏହି ଗବେଷଣାରୁ ସେପରି କୌଣସି ଠୋସ ପ୍ରମାଣ ମିଳିନଥିଲା । ଅନେକ ଲୋକ କୁହନ୍ତି ଯେ, ଏହି ଗାଁର ବାୟୁ ଓ ପାଣିରେ କିଛି ଅଛି, ଯେଉଁ କାରଣରୁ ଏଠାରେ ଅଧିକାଂଶ ଲୋକଙ୍କ ଘରେ ଯାଆଁଳା ଶିଶୁ ଜନ୍ମ ନିଅନ୍ତି ।

Also Read-Weird News: ଏମିତି ଏକ ଗାଁ ଯେଉଁଠି ମଣିଷଠାରୁ ପଶୁ ସମସ୍ତ ଅନ୍ଧ, ପଛରେ ରହିଛି ଏହି କାରଣ

କେବଳ ଏତିକି ନୁହେଁ, ବିଶେଷଜ୍ଞମାନେ ଏଠାରେ ରହୁଥିବା ଲୋକଙ୍କ ଖାଦ୍ୟ ଓ ଜୀବନଶୈଳୀ ଉପରେ ମଧ୍ୟ ଏକ ଗଭୀର ଅଧ୍ୟୟନ କରିଥିଲେ। ଏହାପରେ ଏନେଇ ସେପରି କୌଣସି ଆଖିଦୃଶିଆ ତଥ୍ୟ ସାମ୍ନାକୁ ଆସିନଥିଲା । ତେବେ ଗାଁରେ ଏତେ ମାତ୍ରାରେ ଯାଆଁଳା ଶିଶୁ କାହିଁକି ଜନ୍ମ ହୁଅନ୍ତି? ତାହା ଆଜି ବି ରହସ୍ୟର ଘେରରେ ରହିଛି।