Octopus: ସମୁଦ୍ର ବଦଳରେ ସ୍ଥଳଭାଗରେ ଅକ୍ଟୋପସ ଦେଖିବେ ରାଜଧାନୀ ବାସିନ୍ଦା
Advertisement
Article Detail0/zeeodisha/odisha2184697

Octopus: ସମୁଦ୍ର ବଦଳରେ ସ୍ଥଳଭାଗରେ ଅକ୍ଟୋପସ ଦେଖିବେ ରାଜଧାନୀ ବାସିନ୍ଦା

MCD Awareness on Marine Life:  ସାମୁଦ୍ରିକ ଜୀବନ ବିଷୟରେ ଅବଗତ କରିବା ପାଇଁ ନିଆଯାଇଛି ଏପରି ଏକ ନିଷ୍ପତ୍ତି।

 

ପ୍ରତୀକାତ୍ମକ ଫଟୋ

Octopus Theme Park: ସମୁଦ୍ର ପରେ ଏବେ ସ୍ଥଳଭାଗରେ ଅକ୍ଟୋପସ ଦେଖିବେ ରାଜଧାନୀ ବାସିନ୍ଦା। ଆଜ୍ଞା ହଁ ଏପରି ବ୍ୟବସ୍ଥା କରିବାକୁ ଯାଉଛି ଦିଲ୍ଲୀ ନଗର ନିଗମ (ଏମସଡ଼ି)। ଛୋଟ ପିଲାଙ୍କୁ ସାମୁଦ୍ରିକ ଜୀବନ ବିଷୟରେ ଶିକ୍ଷା ଦେବା ପାଇଁ ଏପରି ପଦକ୍ଷେପ ନେଇଛି ଏମସିଡ଼ି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ରୋହିଣୀ ଅଞ୍ଚଳରେ ଏକ "ଅକ୍ଟୋପସ୍ ଥିମ୍ ପାର୍କ" ନିର୍ମାଣ କରିବାକୁ ଏମସଡ଼ି ଯୋଜନା କରୁଛି। ଅକ୍ଟୋପସ୍ ଥିମ୍ ପାର୍କ ପାଇଁ ଦିଲ୍ଲୀ ନଗର ନିଗମ ପାଇଁ ଟେଣ୍ଡର ମଧ୍ୟ ଜାରି ହୋଇଛି। ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ପ୍ରାୟ ୨.୫ କୋଟି ଟଙ୍କା ମୂଲ୍ୟ "ଅକ୍ଟୋପସ୍ ଥିମ୍ ପାର୍କ" ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଏମସଡ଼ି ଲକ୍ଷ୍ୟ ରହିଛି। ଏହି ଥିମ୍ ପାର୍କ ଠାରେ ଏକ ବଡ଼ ଅକ୍ଟୋପସ୍ ମଧ୍ୟ ନିର୍ମାଣ କରାଯିବ।

କେଉଁଠି ପ୍ରତିଷ୍ଠା ହେବ "ଅକ୍ଟୋପସ୍ ଥିମ୍ ପାର୍କ"?
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ରୋହିଣୀ ସେକ୍ଟର-୨୧ ଠାରେ "ଅକ୍ଟୋପସ୍ ଥିମ୍ ପାର୍କ" ନିର୍ମାଣ କରାଯିବ। ଏହି ପାର୍କ ପ୍ରାୟ ୩.୨୪ ଏକର ଜମିରେ ନିର୍ମାଣ ହେବ। ଏହାର ମୁଖ୍ୟ ଆକର୍ଷଣ ହେଉଛି ରଙ୍ଗୀନ ଅକ୍ଟୋପସ୍। ଯାହା ପ୍ରାୟ ୨୨ ଫୁଟ ଉଚ୍ଚ ଏବଂ ୩ ମିଟର ଚଉଡା ହେବ। ଏହି ବଡ ଅକ୍ଟୋପସ୍ ଥିମ୍ ପାର୍କ ପ୍ରବେଶ ଦ୍ୱାରରେ ରହିବ। ଛୋଟ ପିଲା ସିଡ଼ି ମାଧ୍ୟମରେ ଅକ୍ଟୋପସ ପ୍ରତିକୃତି ଉପରେ ଚଢିପାରିବେ।

କାହିଁକି ନିର୍ମିତ ହେଉଛି "ଅକ୍ଟୋପସ ଥିମ୍ ପାର୍କ"?
ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅକ୍ଟୋପସ୍ ପ୍ରତିକୃତି ବ୍ୟତୀତ ଥିମ୍ ପାର୍କ ଠାରେ ସ୍ଲାଇଡ୍ ରହିବ। ଏହା ବ୍ୟତୀତ ସେଠାରେ କୃତ୍ରିମ ଘାସ ମଧ୍ୟ ବିଛାଯିବ। ଏନେଇ ଜଣେ ଏମସିଡ଼ି ଅଧିକାରୀ କହିଛନ୍ତି ଯେ ସେମାନଙ୍କର ଉଦ୍ଦେଶ୍ୟ ହେଉଛି ଛୋଟ ପିଲା ସେମାନଙ୍କ ମନୋରଞ୍ଜନ ପାଇଁ ଗ୍ୟାଜେଟ୍ ବ୍ୟବହାର କରିବା ପରିବର୍ତ୍ତେ ପାର୍କ ଠାରେ ଖେଳିବା ଆବଶ୍ୟକ। ଖେଳ କୁଦ ମାଧ୍ୟମରେ ଛୋଟ ପିଲା ସୁସ୍ଥ ରହିବେ।
 
"ଅକ୍ଟୋପସ୍ ଥିମ୍ ପାର୍କ" ସହ ଜଡ଼ି ବୈଶିଷ୍ଟ୍ୟ
"ଅକ୍ଟୋପସ୍ ଥିମ୍ ପାର୍କ" ବିଶେଷତ୍ୱ ​​ହେଉଛି ସେହି ୨୨ ଫୁଟ ଉଚ୍ଚ ଏବଂ ୩ ମିଟର ଚଉଡା ଅକ୍ଟୋପସ୍ ଚାରିପାଖରେ ଗାଢ ନୀଳ ରଙ୍ଗର ରବର ଚଟାଣ ରହିବ। ଯାହାକୁ ୬ ଭାଗରେ ବିଭକ୍ତ କରାଯିବ। ଏହା ମଧ୍ୟରେ ବିଭିନ୍ନ ପ୍ରକାରର ଗେମ ରହିବ। ସେଠାରେ ଅକ୍ଟୋପସ୍ ଆକୃତିର ଦୋଳି ଏବଂ ବସିବା ପାଇଁ ଅନେକ ସ୍ଥାନ ରହିବ। ପିଲାଙ୍କ ପାଇଁ ସେଠାରେ ଅନେକ ଥ୍ରିଡି ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯିବ। ଯାହା ସମ୍ପୂର୍ଣ୍ଣ ଜୀବନ୍ତ ଦେଖାଯିବ।

କେଉଁଠାରେ ନିର୍ମାଣ କରାଯାଉଛି କୀଟପତଙ୍ଗ ଥିମ୍ ପାର୍କ?
ଅକ୍ଟୋପସ୍ ଥିମ୍ ପାର୍କ ଠାରେ ଯେପରି ସବୁଜ ରଙ୍ଗର ଅଭାବ ନହୁଏ ସେଥିପାଇଁ ସେଠାରେ ବିଭିନ୍ନ ସ୍ୱଦେଶୀ ତଥା ବିଦେଶୀ ଗଛ ଲତା ସହ ଫୁଲ ଗଛ ଲଗାଯିବ। ଏମସିଡି ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ରୋହିଣୀ ସେକ୍ଟର-୨୩ ନିକଟରେ ଏକ ଥିମ୍ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଯାହା କୀଟ ପତଙ୍ଗ ଉପରେ ଆଧାରିତ। ଏଠାରେ ଦୋଳି ମଧ୍ୟ ରହିବ। ସେହିପରି ବୁଢୀଆଣି ରୋପ କ୍ଲାଇବର ମଧ୍ୟ ରହିବ। ସେଠାରେ ଏକ ସବାଁଳୁଆ ଭଳି ଦେଖାଯାଉଥିବା ଏକ ବିମ୍ ରହିବ।