Meta Layoffs: ୧୧୦୦୦ ରୁ ଅଧିକ କର୍ମଚାରୀଙ୍କୁ ଚାକରିରୁ ଛଟେଇ କରିବେ Zuckerberg
Advertisement

Meta Layoffs: ୧୧୦୦୦ ରୁ ଅଧିକ କର୍ମଚାରୀଙ୍କୁ ଚାକରିରୁ ଛଟେଇ କରିବେ Zuckerberg

Meta Sacks Employees: ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ଏକ ବଡ଼ ଧରଣର ଛଟେଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ୧୧,୦୦୦ ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି । ଆମେରିକାର ଟେକ୍ କମ୍ପାନୀ ଖର୍ଚ୍ଚ କାଟ କରିବାକୁ ଏହି ନିଷ୍ପତ୍ତି ନେଇଛି ।

ସୌ: ସୋସିଆଲ ମିଡିଆ

Meta Sacks Employees: ଫେସବୁକର (Facebook) ପ୍ୟାରେଣ୍ଟ୍ କମ୍ପାନୀ ମେଟା (Meta) ନିଜର ୧୧ ହଜାରରୁ ଅଧିକ କର୍ମଚାରୀ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ବୁଧବାର ଦିନ ମେଟା କହିଛି ଯେ ଏହାର ୧୩% କର୍ମଚାରୀ ଅର୍ଥାତ ୧୧,୦୦୦ ରୁ ଅଧିକ କର୍ମଚାରୀଙ୍କୁ ଚଳିତ ବର୍ଷ ଛଟେଇ କରିବ, କାରଣ କମ୍ପାନୀ ମୂଲ୍ୟ ବୃଦ୍ଧି ଓ ଦୁର୍ବଳ ବିଜ୍ଞାପନ ବଜାରରେ ମୁକାବିଲା କରୁଛି । କହିରଖୁଛୁ ଯେ ଏହାର ୧୮ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ କମ୍ପାନୀ ଏତେ ବଡ଼ ଧରଣର ଛଟେଇ କରୁଛି । ନିକଟରେ ଏଲୋନ୍ ମସ୍କର ମାଲିକାନା ଟ୍ୱିଟର ଓ ମାଇକ୍ରୋସଫ୍ଟ ସମେତ ଅନେକ ବୃହତ୍ କମ୍ପାନୀ ମଧ୍ୟ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି ।

META ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ (Mark Zuckerberg) କର୍ମଚାରୀମାନଙ୍କୁ ଏକ ମେସେଜରେ କହିଛନ୍ତି ଯେ କେବଳ ଅନଲାଇନ୍ ବାଣିଜ୍ୟ ପୂର୍ବ ଧାରାକୁ ଫେରିନାହିଁ, ବରଂ ବ୍ୟାପକ ଆର୍ଥିକ ମନ୍ଦି, ପ୍ରତିଯୋଗିତା ବୃଦ୍ଧି ଓ ବିଜ୍ଞାପନ ସଙ୍କେତ କ୍ଷତି ଆମ ଆୟକୁ ଆଶା ଠାରୁ କମ୍ କରିଦେଇଛି ।" ସେ ଆହୁରି ମଧ୍ୟ କହିଛନ୍ତି ଯେ "ମୁଁ ଏହାକୁ ଭୁଲ୍ କରିଥିଲି ଓ ମୁଁ ଏଥିପାଇଁ ନିଜକୁ ଦାୟୀ କରୁଛି । ମୁଁ ଜାଣେ ଏହା ସମସ୍ତଙ୍କ ପାଇଁ କଷ୍ଟକର, ଓ ମୁଁ ପ୍ରଭାବିତ ଲୋକଙ୍କ ପାଇଁ ବିଶେଷ ଦୁଃଖିତ ।"

ମେଟା କହିଛି ଯେ ସେଭେନ୍ସ ପ୍ୟାକେଜ୍ ର ଏକ ଅଂଶ ଭାବରେ ୧୬ ବର୍ଷ ବେସ୍ ପେ ଓ ପ୍ରତ୍ୟେକ ବର୍ଷ ସେବା ପାଇଁ ଦୁଇଟି ଅତିରିକ୍ତ ସପ୍ତାହ ଦେବ । କମ୍ପାନୀ ଅନୁଯାୟୀ, ଆସନ୍ତା ଛଅ ମାସ ପାଇଁ ଆମେ କର୍ମଚାରୀ ଓ ସେମାନଙ୍କ ପରିବାରର ସ୍ୱାସ୍ଥ୍ୟ ବୀମା ଖର୍ଚ୍ଚ ବହନ କରିବୁ ।

୨୦୦୪ ମସିହାରେ ଫେସବୁକ୍ ପ୍ରତିଷ୍ଠାର ୧୮ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଡିଜିଟାଲ୍ ବିଜ୍ଞାପନରୁ ରାଜସ୍ୱର ହ୍ରାସକୁ ସୂଚାଇ ଏହିପରି ଏକ ବଡ଼ ଧରଣର ଛଟେଇ କରାଯାଇଛି । ଗତ ସପ୍ତାହରେ ଟ୍ୱିଟର ମଧ୍ୟ ନିଜ କର୍ମଚାରୀଙ୍କୁ ବହୁ ମାତ୍ରାରେ ଛଟେଇ କରିଥିଲା । ଏଲୋନ୍ ମସ୍କ କମ୍ପାନୀ କିଣିବା ପରେ ଟ୍ୱିଟର ଏହାର କର୍ମଚାରୀଙ୍କୁ ପ୍ରାୟ ୫୦% ହ୍ରାସ କରିଛନ୍ତି ।

ମୁଦ୍ରାସ୍ଫୀତି ଆକାଶଛୁଆଁ ଓ ସୁଧ ହାରରେ ଦ୍ରୁତ ଗତିରେ ବୃଦ୍ଧି ଯୋଗୁଁ ଆମେରିକାର ଅର୍ଥନୀତି ଉପରେ ସଙ୍କଟର ବାଦଲ ଦେଖା ଦେଇଛି ଓ ବିମୁଦ୍ରାକରଣ ହେବାର ସମ୍ଭାବନା ରହିଛି । କୋଭିଡ ମହାମାରୀ ସମୟରେ ବୈଷୟିକ କମ୍ପାନୀଗୁଡିକର ମୂଲ୍ୟବୋଧକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି । ମେଟାର ଷ୍ଟକ୍ ଦୁଇ-ତୃତୀୟାଂଶ ହ୍ରାସ ପାଇଛି । ସେପ୍ଟେମ୍ବର ଶେଷରେ ମାର୍କ ଜୁକରବର୍ଗ କର୍ମଚାରୀମାନଙ୍କୁ ଚେତାବନୀ ଦେଇ କହିଥିଲେ ଯେ ମେଟା ଖର୍ଚ୍ଚ ହ୍ରାସ କରିବା ଏବଂ ଦଳ ଗଠନ ପାଇଁ ଉଦ୍ଦିଷ୍ଟ ।

ଏହା ବି ପଢ଼ନ୍ତୁ: Nirav Modi Extradition: ନିରବ ମୋଦିଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କଲା ଲଣ୍ଡନ ହାଇକୋର୍ଟ, ଖୁବ ଶୀଘ୍ର ଅଣାଯିବ ଭାରତ