Crime News: ଜୀବନରୁ ମାରିଦେବାକୁ ପଡ଼ିଲା Toss, ଆଉ ତା ପରେ ମୃତଦେହ ସହ କୁକର୍ମ
Advertisement
Article Detail0/zeeodisha/odisha2601330

Crime News: ଜୀବନରୁ ମାରିଦେବାକୁ ପଡ଼ିଲା Toss, ଆଉ ତା ପରେ ମୃତଦେହ ସହ କୁକର୍ମ

Crime News: ବେଳେବେଳେ ମୁଁ କଠିନ ନିଷ୍ପତ୍ତି ନେବା ପାଇଁ ଟସ୍ ବ୍ୟବହାର କରେ । ମୁଁ ଯୁବତୀଙ୍କ ଛାତି ଉପରେ ବସି ତାଙ୍କ ଗଳା ଚିପିବା ଆରମ୍ଭ କଲି । ରକ୍ତ ବାହାରୁ ନଥିବାରୁ ମୁଁ ଗଳା କାଟିବାକୁ ପସନ୍ଦ କଲି । ସେ ନିଃଶ୍ୱାସ ନେବାକୁ ଚେଷ୍ଟା କରିଥିଲେ, କିନ୍ତୁ ଝିଅ ପାଖରେ ମୋ ସହ ଲଢ଼ିବା ପାଇଁ ସାମର୍ଥ୍ୟ ନଥିଲା, ସେ ନିଜ ଜୀବନ ବଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା କରିଥିଲା ହେଲେ ପାରିନଥିଲା।

 

Crime News: ଜୀବନରୁ ମାରିଦେବାକୁ ପଡ଼ିଲା Toss, ଆଉ ତା ପରେ ମୃତଦେହ ସହ କୁକର୍ମ

Crime News: ପୋଲାଣ୍ଡରେ ଘଟିଥିବା ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି। ପୋଲାଣ୍ଡର ଜଣେ ବ୍ୟକ୍ତି ଜଣେ ଝିଅକୁ ହତ୍ୟା କରିବା ପାଇଁ ଟସ୍ ପକାଇବା ପରେ ତାଙ୍କ ମୃତଦେହ ସହ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତ ଯାହା ପ୍ରକାଶ କରିଥିଲେ ତାହା ଆହୁରି ଆଶ୍ଚର୍ଯ୍ୟଜନକ ଥିଲା। ଯୁବକ ଜଣକ ପ୍ରକାଶ କରିଛନ୍ତି ଯେ ବାଟରେ ନାବାଳିକା ଜଣକ ତାଙ୍କୁ ଭେଟିଥିଲେ ପରେ ଘରକୁ ଡାକି ନେଇ ତାଙ୍କୁ ହତ୍ୟା କରିଥିଲେ ଏବଂ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ।

ସ୍ଥାନୀୟ ୱେବସାଇଟ୍ ଏସ୍କାର ରିପୋର୍ଟ ଅନୁଯାୟୀ, ୧୮ ବର୍ଷୀୟା ନାବାଳିକାର ନାମ ଭିକ୍ଟୋରିଆ କୋଜିଲ୍ ସ୍କା। ଜୋ ଦିନେ ପୋଲାଣ୍ଡର କାଟୋଭିସ୍ ସହରରେ ଏକ ପାର୍ଟିରୁ ଘରକୁ ଫେରୁଥିବା ବେଳେ ମାଟେଉସ୍ ହେପାଙ୍କୁ ଭେଟିଥିଲେ, ଯିଏ କି ନିକଟରେ ଏକ କାର୍ ମରାମତି ଦୋକାନରେ ତାଙ୍କର ସିଫ୍ଟ ଶେଷ କରିଥିଲେ। ସେ ତାଙ୍କୁ ପ୍ରଲୋଭନ ଦେଖାଇ ତାଙ୍କ ଆପାର୍ଟମେଣ୍ଟକୁ ନେଇଯାଇଥିଲେ, ଯେଉଁଠାରେ ସେ ଶୋଇଥିଲେ। ପରେ ସେ ତାଙ୍କୁ ନିର୍ମମ ଭାବେ ମାଡ଼ ମାରିବା ସହ ଦଉଡ଼ିରେ ଗଳା ଚିପି ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ପ୍ଲାଷ୍ଟିକରେ ଗୁଡ଼ାଇ ପୋଲିସର ଦ୍ୱାରସ୍ଥ ହୋଇଥିଲେ।

ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦ ବର୍ଷୀୟ ହତ୍ୟାକାରୀ କହିଛି,ଯେ ହତ୍ୟା କରିବାକୁ ମୁଁ ଏକ ଟସ୍ କରିଥିଲି, ତାହା ମୁଣ୍ଡକୁ ଆସିଥିଲା, ତେଣୁ ଟସରେ ଜିତିବାରୁ ମୁଁ ଯୁବତୀଙ୍କୁ ହତ୍ୟା କରିଥିଲି। ଯଦି ସେ ଟସ୍ ଟେଲ୍ ହୋଇଥାନ୍ତା, ତେବେ ବୋଧହୁଏ ସେ ଜୀବିତ ହୋଇଥାନ୍ତେ।  କୋଜିଲ୍ ସ୍କା ମୃତଦେହ ମିଳିବାର କିଛି ଘଣ୍ଟା ପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ସେ ପୋଲିସକୁ କହିଛି ଯେ, "ମୁଁ ହତ୍ୟା କରିବାର ଆବଶ୍ୟକତା ଅନୁଭବ କଲି । ସେଥିପାଇଁ ଯୁବତୀଙ୍କୁ ମାରିଦେଲି।

 

ଏହି ହତ୍ୟାକାଣ୍ଡ ପୂର୍ବରୁ ଅଭିଯୁକ୍ତଙ୍କ ପୁରୁଣା କ୍ରାଇମ ରେକର୍ଡ ମଧ୍ୟ ରହିଛି। ତେବେ ସେ ଯେଉଁ ଦୋକାନରେ କାମ କରୁଥିଲେ ସେଠାରେ ତାଙ୍କ ସହକର୍ମୀ କହିବାନୁଯାୟୀ, ଅଭିଯୁକ୍ତ ବହୁତ ଦିନ ଆଗରୁ କାହାକୁ ହତ୍ୟା କରିବା ପାଇଁ ଚିନ୍ତା କରୁଥିଲେ ଏବଂ ଶିକାର ସନ୍ଧାନରେ ସହରରେ ବୁଲିବାରେ ସମୟ ବିତାଉଥିଲେ। ତେବେ ଅଭିଯୁକ୍ତର କହିବାନୁଯାୟୀ, ସେଦିନ ବାଟରେ ଯୁବତୀଙ୍କୁ ଘରକୁ ଡାକି ଆଣିଥିଲେ। ପରେ ଆମେ ବସିଲୁ, ବହୁତ କଥାବାର୍ତ୍ତା କଲୁ, ତା'ପରେ ସେ ଶୋଇପଡିଲେ । "ମୁଁ କୋଠରୀ ରେ ବୁଲି ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଥିଲି, କିନ୍ତୁ ମୁଁ କରିପାରିଲି ନାହିଁ । ତା'ପରେ ମୁଁ ଏକ ଟସ୍ ଫିଙ୍ଗିଦେଲି, ଯାହା ହେଡ ସପକ୍ଷରେ ପଡ଼ିଥିଲା, ତେଣୁ ମୁଁ ତାକୁ ମାରିଦେଲି । ମୁଁ ଜାଣେ ନାହିଁ ମୁଁ କାହିଁକି ଏପରି କଲି । କିଛି ଜିନିଷ କେବଳ ଘଟେ, ଏବଂ ତା ଉପରେ ମୋର କୌଣସି ନିୟନ୍ତ୍ରଣ ନାହିଁ । "ବେଳେବେଳେ ମୁଁ କଠିନ ନିଷ୍ପତ୍ତି ନେବା ପାଇଁ ଟସ୍ ବ୍ୟବହାର କରେ । ମୁଁ ଯୁବତୀଙ୍କ ଛାତି ଉପରେ ବସି ତାଙ୍କ ଗଳା ଚିପିବା ଆରମ୍ଭ କଲି । ରକ୍ତ ବାହାରୁ ନଥିବାରୁ ମୁଁ ଗଳା କାଟିବାକୁ ପସନ୍ଦ କଲି । ସେ ନିଃଶ୍ୱାସ ନେବାକୁ ଚେଷ୍ଟା କରିଥିଲେ, କିନ୍ତୁ ଝିଅ ପାଖରେ ମୋ ସହ ଲଢ଼ିବା ପାଇଁ ସାମର୍ଥ୍ୟ ନଥିଲା, ସେ ନିଜ ଜୀବନ ବଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା କରିଥିଲା ହେଲେ ପାରିନଥିଲା।

ଯୁବତୀଙ୍କୁ ମାରିଦେବା ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲି। ତା'ପରେ ମୁଁ ପୋଷାକ ପିନ୍ଧି ମୃତଦେହକୁ ଲୁଚାଇବାକୁ ଚେଷ୍ଟା କଲି। ମୁଁ ତାଙ୍କ ମୃତଦେହକୁ ଏକ ବ୍ୟାଗରେ ରଖି ଏକ କମ୍ବଳରେ ଗୁଡ଼ାଇ ପୋଡ଼ିବାକୁ ଯୋଜନା କଲି । 

Also Read: OPSC AIO Recruitment 2025: OPSC ପକ୍ଷରୁ AIO ପଦ ପାଇଁ ବାହାରିଲା ୧୫୧ ପୋଷ୍ଟରେ ନିଯୁକ୍ତି, ଆସନ୍ତାକାଲିରୁ ଖୋଲୁଛି ୱିଣ୍ଡୋ

Also See Video: ଟ୍ରେଣ୍ଡିଂ ସଙ୍ଗ ଛି ଛି ନନୀରେ ଭାଇରାଲ ହେଲା ପାଗା ଭାଇ ଓ ନିତିଆ ସାର୍ ଙ୍କ ଭିଡିଓ