ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ର ଅସୁସ୍ଥ
Advertisement
Article Detail0/zeeodisha/odisha2358805

ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ର ଅସୁସ୍ଥ

କିଛିଦିନ ତଳେ ପ୍ରଦୀପ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଣାଯାଇଥିଲା। ପ୍ରାଥମିକ ଅବସ୍ଥାରେ ତାଙ୍କର ନିମୋନିଆ କାରଣରୁ ଫୁସଫୁସ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ଚିକିତ୍ସାରୁ ଜଣାପଡ଼ିଥିଲା।

ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ର ଅସୁସ୍ଥ

ଭୁବନେଶ୍ୱର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ର ଗୁରୁତର ଭାବେ ଅସୁସ୍ଥ ଅଛନ୍ତି। ସେ ଏବେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । କିଛିଦିନ ତଳେ ପ୍ରଦୀପ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଣାଯାଇଥିଲା। ପ୍ରାଥମିକ ଅବସ୍ଥାରେ ତାଙ୍କର ନିମୋନିଆ କାରଣରୁ ଫୁସଫୁସ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ଚିକିତ୍ସାରୁ ଜଣାପଡ଼ିଥିଲା। ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।

ଚିକିତ୍ସା ସମୟରେ ତାଙ୍କର ହଠାତ ହୃଦଘାତ ହେବା ସହ ମସ୍ତିଷ୍କ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଡକ୍ଟର ମହାପାତ୍ରଙ୍କ ନିକଟରେ ତାଙ୍କ ସ୍ତ୍ରୀ ମନୋଜ ମଞ୍ଜରୀ ପଟ୍ଟନାୟକ ଓ ସମ୍ପର୍କୀୟବର୍ଗ ଉପସ୍ଥିତ ଅଛନ୍ତି।

ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରରୁ ସାମ୍ବାଦିକତାରୁ କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ସମୟରେ ଡକ୍ଟର ମହାପାତ୍ର ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ପ୍ରବେଶ କରିଥିଲେ। ଏପରିକି ଅବସର ପରେ ମଧ୍ୟ ସେ ଲେଖା ଲେଖି ଜାରି ରଖିବା ସହ ଗଣମାଧ୍ୟମର ପରିବର୍ତ୍ତିତ ଧାରା ସମ୍ପର୍କରେ ଅନୁଧ୍ୟାନ କରି ସୋସିଆଲ ମିଡିଆ ମାଧ୍ୟମରେ ପ୍ରକାଶ କରି ଆସୁଥିଲେ। ଡକ୍ଟର ମହାପାତ୍ରଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇ ଦେଶ ବିଦେଶରେ ଥିବା ତାଙ୍କର ଛାତ୍ରଛାତ୍ରୀ ତଥା ଓଡ଼ିଶା ଗଣମାଧ୍ୟମର ପ୍ରମୁଖ ବ୍ୟକ୍ତିତ୍ୱମାନେ ଚିନ୍ତା ପ୍ରକାଶ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Also Read- ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ, ନିଆଗଲା ଏହି ନିଷ୍ପତ୍ତି

Also Read- ବିଜେପିର ମିଥ୍ୟା ସ୍ୱପ୍ନ ବିଷୟରେ କହିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ