Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2433611

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
ଆଜି ମିଳିବ ସୁଭଦ୍ରା ଟଙ୍କା, ଭୁବନେଶ୍ୱରରେ ଟ୍ରାଫିକ କଟକଣା ଏବଂ ଅନ୍ୟ ପ୍ରମୁଖ ଖବର 
 
1. ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ। ମହିଳାମାନଙ୍କ ସଶକ୍ତିକରଣ ତଥଶ ତତାଙ୍କ ହାତକୁ ସିଧାସଳଖ ଟଙ୍କା ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ ହେବାକୁ ଥିବା ‘ସୁଭଦ୍ରା’ ଯୋଜନାକୁ ସେ ଆଜି ଆରମ୍ଭ କରିବେ। ଏହିକ୍ରମରେ ୧୦ ଲକ୍ଷ ମହିଳାଙ୍କୁ ୫ ହଜାର ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଯୋଗ୍ୟ ମହିଳାମାନଙ୍କୁ ପ୍ରଥମେ ୧ ଟଙ୍କା ଲେଖାଏଁ ସେମାନଙ୍କ ଆଧାର ସଂଯୋଗୀକୃତ ଆକାଉଣ୍ଟକୁ ପ୍ରେରଣ କରାଯାଇଛି। 
 
2. ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ଏହି ଯୋଗ୍ୟ ମହିଳା ହିତାଧିକାରୀମାନେ ୫ ବର୍ଷ ପାଇଁ ଏମିତି ବାର୍ଷିକ ଦୁଇଟି କିସ୍ତିରେ ସେମାନଙ୍କ ଆକାଉଣ୍ଟରେ ୧୦ ହଜାର ଟଙ୍କା ଲେଖାଏଁ ପାଇବେ। ସୁଭଦ୍ରା ଯୋଜନା ପଞ୍ଜିକରଣ ଲାଗି କୌଣସି ନିର୍ଦ୍ଧାରିତ ଶେଷ ତାରିଖ ନାହିଁ।  ଯୋଗ୍ୟ ହିତାଧିକାରୀମାନେ ଯେ କୌଣସି ସମୟରେ ନିଜର ଆଧାର କାର୍ଡ ସହାୟତାରେ ବାୟୋମେଟ୍ରିକ୍‍ ପଦ୍ଧତିରେ ଚିହ୍ନଟ କରାଯାଇ ପଞ୍ଜିକୃତ ହୋଇପାରିବେ। 
 
3. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ଜନ୍ମଦିନ। ସେ ଦିନ ୧୦ଟା ୫୦ ମିନିଟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ସଳଖ ଗାଡ଼କଣକୁ ଯିବେ। ସେଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ସେଠାରେ ସେମାନଙ୍କ ଘର ବୁଲ ଦେଖିବା ସହ ଚାବି ହସ୍ତାନ୍ତର କରିବେ। ଏହିକ୍ରମରେ ଦେଶର ୨୦ ଲକ୍ଷ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଯିବ।  ଏହା ସହ ୧୪ଟି ରାଜ୍ୟର ୧୦ ଲକ୍ଷରୁ ଅଧିକ ନୂଆ ଆବାସ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଆବାସ ସହାୟତା ପ୍ରଦାନ କରିବେ। 
 
4. ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଲକ୍ଷ୍ୟ କରି ଆଜି ସହରରେ ବ୍ୟାପକ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ସକାଳ ସାଢ଼େ ୭ଟାରୁ ଅପରାହ୍ଣ ୩ଟା ଯାଏ ଟ୍ରାଫିକ କଟକଣା ଜାରି ରହିବ। କମିଶନରେଟ ଟଅାଫିକ୍‍ ପୁଲିସ ନିର୍ଦ୍ଦେଶ ଅନୁସାରେ ଜୟଦେବ ବିହାରରୁ ନାଲକୋ ଛକ ଯାଏ ରାସ୍ତାକୁ ସିଲ କରାଯାଇଛି। ଏହି ରାସ୍ତା ବା ଏ ରାସ୍ତାକୁ ସଂଯୋଗ କରୁଥିବା ଅନ୍ୟ କୌଣସି ରାସ୍ତାରେ ଯାତାୟାତ ହୋଇ ପାରିବ ନାହିଁ। ଏଣୁ ନନ୍ଦନକାନନ ପଟୁ ଆସୁଥିବା ସମସ୍ତ ଯାନକୁ ଡମଣା ଛକରୁ ଦିଗ ବଦଳାଇ କେଳୁଚରଣ ପାର୍କ ଦେଇ ଯିବାକୁ ହେବ ନଚେତ ଶିଖର ଚଣ୍ଡି ପଥର ଗାଡ଼ିଆ ହୋଇ ଫାୟାରଷ୍ଟେସନରେ ବାହାରିବାକୁ ହେବ। 
 
5. ଜନତା ମଇଦାନରେ ଏହି ସୁଭଦ୍ରା ଉଦ୍‍ଘାଟନ ପର୍ବ ଅନୁଷ୍ଠିତ ହେବ। ଏଠାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ଏ କାର୍ଯ୍ୟକ୍ରମର ଉଦ୍‍ଘାଟନ କରିବାବେଳେ ଏହାକୁ ସାକ୍ଷୀ ହେବା ଲାଗି ବିଭିନ୍ନ ଜିଲ୍ଲାରୁ ମହିଳାମାନେ ଏକାଠି ହୋଇଛନ୍ତି। ପ୍ରାୟ ୬୦ ହଜାର ମହିଳା ଏଠାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 
 
6. ପ୍ରଧାନମନ୍ତ୍ରୀ ଆଜି କଳିଙ୍ଗ ଷ୍ଟାଡିୟମରେ ନବ ନିର୍ମିତ ସଟଲ୍‍ କୋର୍ଟକୁ ଉଦ୍‍ଘାଟନ କରିବେ। ଏହା ଟେନିସ୍‍ କ୍ରୀଡ଼ା ପାଇଁ ନିର୍ମାଣ କରାଯାଇଛି। ଦିନ ୧ଟା ୨୦ ମିନିଟ ସମୟରେ ସେ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି।
 
7. ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେତୁ ସୁବର୍ଣ୍ଣ ରେଖା ନଦୀ ଫୁଲିବା ଆରମ୍ଭ ହୋଇଛି। କିଛି ଅଞ୍ଚଳରେ ବନ୍ୟା ଆଶଙ୍କା ଥିବାରୁ ମୁକାବିଲା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। 
 
8. ଦଙ୍ଗାଗ୍ରସ୍ତ ମଣିପୁରରେ ସ୍ଥିତି ସାଧାରଣ ହେବାକୁ ଯାଉଥିବା ପ୍ରଶାସନ କହିଛି। ଏହିକ୍ରମରେ ଇଣ୍ଟରନେଟ୍‍ ଉପରେ ଲାଗୁ ହୋଇଥିବା କଟକଣାକୁ ହଟାଇ ଦିଆଯାଇଛି। ଗୃହମନ୍ତ୍ରୀ ଅମିତ ଶାହ ଦଙ୍ଗାଗ୍ରସ୍ତ ମଣିପୁରର ଲୋକଙ୍କ ଲାଗି ସ୍ୱତନ୍ତ୍ର ରାସନ୍‍ କେନ୍ଦ୍ର ଖୋଲିବାକୁ ଯାଉଛନ୍ତି। କେନ୍ଦ୍ରୀୟ ପୁଲିସ ସହାୟତାରେ ସୁଲଭ ମୂଲ୍ୟରେ ରୀାସନ୍ ଯୋଗାଇବା ବ୍ୟବସ୍ଥା କରାଯାଇଛି। ପୂର୍ବରୁ ୨୧ଟି କେନ୍ଦ୍ର ଥିଲା ଏବେ ୧୬ଟି ନୂଆ ସୁଲଭ ରାସନ କେନ୍ଦ୍ର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। 
 
9. ପଶ୍ଚିମବଙ୍ଗରେ ଆଜି ନୂଆ ପୁଲିସ କମିଶନର ଦାୟିତ୍ୱ ନେବେ। ଜୁନିୟର ଡାକ୍ତରଙ୍କ ଦାବିକୁ ଆଖିରେ ରଖି ପଶ୍ଚମିବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ପୁଲିସ କମିଶନର ବିନିତ ଗୋୟଲ ନିଜ ପଦବୀରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି। 
 
10. ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅରବିନ୍ଦ କେଜ୍ରିୀଓ୍ୱାଲ୍‍। ସେ ଏନେଇ ଏକ ଜନସଭାରେ ଘୋଷଣା କରିଛନ୍ତି। ସାଢ଼େ ୪ଟାରେ ସେ ରାଜ୍ୟପାଳଙ୍କୁ ଭେଟିବେ। ସେଠାରେ ଇସ୍ତଫା ପ୍ରଦାନ କରିବା ପରେ ବିଧାୟକ ଦଳର ନୂତନ ନେତା ନିର୍ଚନ ହେବ। ଦିଲ୍ଲୀ ମଦ ଦୁର୍ନୀତିକୁ କେନ୍ଦ୍ରକରି ତାଙ୍କର ଗିରଫ ଏବଂ ଏହାର ପ୍ରତିବାଦରେ ସେ ଇସ୍ତଫା ଦେଉଛନ୍ତି। ଲୋକଙ୍କୁ ନିଜ ପାଇଁ ସଚ୍ଚୋଟ ନେତା ଚୟନ ଲାଗି ସେ ସୁଯୋଗ ଦେବା ଲାଗି ଏପରି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଇଛି।